ETV Bharat / state

ଆଦିବାସୀ ଅଞ୍ଚଳର ବିକାଶ ପାଇଁ ନବ ନିର୍ବାଚିତ ପ୍ରତିନିଧିଙ୍କୁ ମନ୍ତ୍ର ଦେଲେ ସାଂସଦ ଏବଂ ବିଧାୟକ - ଦଶପଲ୍ଲା ବିଧାୟକ ରମେଶ ବେହେରା

ଆଦିବାସୀ ଅଞ୍ଚଳର ବିକାଶ ପାଇଁ ନୟାଗଡର ନବ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ସହ ଆହ୍ବାନ କଲେ କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ଏବଂ ଦଶପଲ୍ଲା ବିଧାୟକ ରମେଶ ବେହେରା । ଅଧିକ ପଢନ୍ତୁ

ଆଦିବାସୀ ଅଞ୍ଚଳର ବିକାଶ ପାଇଁ ନବ ନିର୍ବାଚିତ ପ୍ରତିନିଧିଙ୍କୁ ମନ୍ତ୍ର ଦେଲେ ସାଂସଦ ଏବଂ ବିଧାୟକ

author img

By

Published : May 5, 2022, 4:02 PM IST

ନୟାଗଡ଼: ଆଦିବାସୀ ଅଞ୍ଚଳର ବିକାଶ ପାଇଁ ନବ ନିର୍ବାଚିତ ପ୍ରତିନିଧିଙ୍କୁ ମନ୍ତ୍ର ଦେଲେ ସାଂସଦ ଏବଂ ବିଧାୟକ । ଦଶପଲ୍ଲା ବ୍ଲକ ନିକଟସ୍ଥ କୁଆଁରିଆ ବଙ୍ଗଳା ଠାରେ ନବ ନିର୍ବାଚିତ ପ୍ରତିନଧିଙ୍କୁ ଆଦିବାସୀ ଅଞ୍ଚଳର କିପରି ବିକାଶ ହୋଇ ପାରିବ ସେନେଇ ମତ ରଖିଛନ୍ତି କନ୍ଧମାଳ ସାଂସଦ ଡ଼କ୍ଟର ଅଚ୍ୟୁତ ସାମନ୍ତ ଏବଂ ଦଶପଲ୍ଲା ବିଧାୟକ ରମେଶ ବେହେରା ।

ଆଦିବାସୀ ଅଞ୍ଚଳର ବିକାଶ ପାଇଁ ନବ ନିର୍ବାଚିତ ପ୍ରତିନିଧିଙ୍କୁ ମନ୍ତ୍ର ଦେଲେ ସାଂସଦ ଏବଂ ବିଧାୟକ

ନବ ନିର୍ବାଚିତ ପ୍ରତିନିଧି ମାନେ ଚାହିଁଲେ ଦଶପଲ୍ଲା ଅଞ୍ଚଳର ଅନେକ ବିକାଶ ହୋଇପାରିବ । ସମସ୍ତ ସରକାରୀ ଯୋଜନା ଲୋକଙ୍କ ହାତ ପାହାନ୍ତାରେ ପହଞ୍ଚିଲେ ଲୋକେ ଏହାର ଲାଭ ପାଇପାରିବେ l ତେଣୁ ସମସ୍ତ ପ୍ରତିନିଧିମାନେ ଏଥିପ୍ରତି ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ ସାଂସଦ ଏବଂ ବିଧାୟକ । ଏଥିସହ ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ଏବଂ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ସମେତ ଏହି ୩ ଟି ବ୍ଲକର ସମସ୍ତ ଉପାଧ୍ୟକ୍ଷ, ୬ଟି ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ-ସଭ୍ୟା ଏବଂ ସମସ୍ତ ଗ୍ରାମପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ-ସଭ୍ୟା ମାନେ ଏହି ସଭାରେ ଯୋଗଦେଇଥିଲେ l ଦଶପଲ୍ଲା ଉପାନ୍ତ ଅଞ୍ଚଳ ଚଢେୟାପଲ୍ଲୀ ବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସାଂସଦଙ୍କ ପାଣ୍ଠିରୁ ଦଶଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ ଆମ୍ବୁଲାନ୍ସ ସେବାର ଉଦଘାଟନ କରାଯାଇଥିଲା।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.