ନୟାଗଡ: ବୁଢ଼ୀ ଅସୁରୁଣୀ ଗପ ସହ ଯଦୁପୁର ମାମଲାକୁ ତୁଳନା କଲେ ଅଭିଯୁକ୍ତଙ୍କ ଓକିଲ । ସାମ୍ବାଦିକ ସମ୍ମିଳନୀରେ ଅରୁଣ ବୋଥ୍ରା ଯାହା କହିଛନ୍ତି ତାହା ଚାର୍ଜସିଟରେ ନାହିଁ ଏବଂ ଏହି ଘଟଣାକୁ ବୁଢ଼ୀ ଅସୁରୁଣୀ ଗପ ସହ ତୁଳନା କରିଛନ୍ତି ଅଭିଯୁକ୍ତଙ୍କ ଓକିଲ ଚନ୍ଦ୍ର ବିଜୟୀ ମିଶ୍ର l
ପଞ୍ଚନମା ଏବଂ ବ୍ୟବଚ୍ଛେଦ ରିପୋର୍ଟରେ ଅନେକ ପାର୍ଥକ୍ୟ ରହିଥିବା ଚାର୍ଜସିଟରୁ ଜଣାପଡୁଛି ବୋଲି କହିଛନ୍ତି ଚନ୍ଦ୍ର । ଚାର୍ଜସିଟରେ ହତ୍ୟାକାଣ୍ଡରେ ଏକମାତ୍ର ଅଭିଯୁକ୍ତ ନାବାଳକ ଥିବା ଦର୍ଶାଇଛି ଏସଆଇଟି l ଏହାଛଡ଼ା ନାବାଳିକାର ମୃତଦେହ ନଷ୍ଟବେଳେ ଜଣେ ପ୍ରତ୍ୟକ୍ଷଦର୍ଶୀ ଦେଖିଥିବା ଦର୍ଶାଯାଇଛି l ଜୁଡ଼ିସିଆଲ ମ୍ୟାଜିଷ୍ଟେଟଙ୍କ ପାଖରେ ଯଦୁପୁର ଗ୍ରାମର 3 ଜଣ ବ୍ୟକ୍ତି ସାଖ୍ୟ ପ୍ରମାଣ ଦେଇଥିବା ଚାର୍ଜ ସିଟରେ ଉଲ୍ଲେଖ ରହିଛି l ଅଭିଯୁକ୍ତ ହତ୍ୟାକାଣ୍ଡ ସମ୍ପର୍କରେ ରିମାଣ୍ଡ ସମୟରେ ସ୍ୱୀକାର କରିଥିବା ନେଇ ଅଡିଓ ଏବଂ ଭିଡ଼ିଓ ଦାଖଲ ହୋଇଛି l ନାବାଳିକାର ମୃତଦେହ ବ୍ୟବଛେଦ ରିପୋର୍ଟ ଏବଂ ଏଫଏମଟି ରିପୋର୍ଟରେ ହତ୍ୟା ସମ୍ପର୍କରେ ସନ୍ଦେହ ଘେରରେ ରହିଛି l ତେବେ ସିବିଆଇ ତଦନ୍ତ ଏଡ଼ାଇବା ପାଇଁ ତରବରିଆ ଭାବେ ଏହି ଚାର୍ଜସିଟ ଦାଖଲ ହୋଇଥିବା କହିଛନ୍ତି ଅଭିଯୁକ୍ତଙ୍କ ଓକିଲ ଚନ୍ଦ୍ର ବିଜୟୀ ମିଶ୍ର l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ