ETV Bharat / state

ଶ୍ବଶୁର ଘର ଗାଁରେ ଯୁବକକୁ ପଥରରେ ଛେଚି ହତ୍ୟା

ନୟାଗଡର ନୂଆଗାଁ ବ୍ଲକ ପଞ୍ଚୁ ପାଣ୍ଡବ ନିକଟରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି ।

author img

By

Published : May 14, 2019, 10:31 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ: ନୂଆଗାଁ ବ୍ଲକ ପଞ୍ଚୁ ପାଣ୍ଡବ ମନ୍ଦିର ନିକଟରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ନିକଟସ୍ଥ କୋରଡ ଗ୍ରାମର ଜିତୁ ନାହାକ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ସୂଚନା ଅନୁସାରେ, ଜିତୁ ଗତକାଲି (ସୋମବାର) ତାଙ୍କ ଶ୍ବଶୁର ଘର ଖାଲମଡା ଗ୍ରାମକୁ ଯାଇଥିଲେ । ତେବେ ଆଜି(ମଙ୍ଗଳବାର) ସକାଳୁ ତାଙ୍କ ମୃତଦେହ ମନ୍ଦିର ନିକଟରେ ଦେଖିବାକୁ ମିଳିଥିଲା । ତେବେ ତାଙ୍କୁ କିଏ ଓ କାହିଁକି ଏପରି ନିର୍ମମ ଭାବେ ହତ୍ୟା କରିଛି ତାହା ଜଣାପଡିନାହିଁ ।

ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ତେବେ ଏ ଅଞ୍ଚଳରେ ଅତୀତରେ ମଧ୍ୟ ଏପରି ଅଘଟଣ ଅନେକ ଥର ଘଟୁଥିବା ଜଣାପଡିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:

sdfd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.