ETV Bharat / state

ସ୍ବାମୀ-ସ୍ତ୍ରୀଙ୍କୁ କୋରୋନା ଡର, ପଜେଟିଭ ଆସିବା ପରେ ରଶି ଲଗାଇ କଲେ ଆତ୍ମହତ୍ୟା

ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ଦର୍ପନାରାୟଣପୁର ଫାଣ୍ଡି ଗୋଡ଼ିମଡ଼ା ଗାଁରେ କୋରୋନାରେ ଆକ୍ରାନ୍ତ ହେବାରୁ ଜଣେ ଦମ୍ପତି ଭୟରେ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 30, 2021, 11:31 AM IST

ମୃତ୍ୟୁକୁ ଡରିଗଲେ ସ୍ବାମୀ-ସ୍ତ୍ରୀ
ମୃତ୍ୟୁକୁ ଡରିଗଲେ ସ୍ବାମୀ-ସ୍ତ୍ରୀ

ନୟାଗଡ଼: ସାରା ବିଶ୍ବରେ କୋରୋନାର ଦ୍ବିତୀୟ ଲହର ଭିତରେ ସମସ୍ତଙ୍କୁ ଘାରିଛି କୋରୋନା ଭୟ । ଅନେକ କୋରୋନାରେ ସଂକ୍ରମିତ ହୋଇ ସେମାନଙ୍କ ଜୀବନ ଚାଲିଯାଉଛି । ଆଉ ଏହାରି ଭିତରେ ନୟାଗଡରୁ ଆସିଛି ଏକ କରୁଣ ଚିତ୍ର । କୋରୋନାରେ ଆକ୍ରାନ୍ତ ହେବାରୁ ଜଣେ ଦମ୍ପତି ଭୟରେ ଆତ୍ମହତ୍ୟା କରିଛନ୍ତି ।

ମୃତ୍ୟୁକୁ ଡରିଗଲେ ସ୍ବାମୀ-ସ୍ତ୍ରୀ

ଏଭଳି ହୃଦୟବିଦାରକ ଦୃଶ୍ଯ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ଦର୍ପନାରାୟଣପୁର ଫାଣ୍ଡି ଗୋଡ଼ିମଡ଼ା ଗାଁରୁ ଆସିଛି । ଏହି ଗାଁର ଗଗନ ପାତ୍ର ଏବଂ ତାଙ୍କ ପତ୍ନୀ ଜ୍ୟୋସ୍ନା ପାତ୍ର 4 ଦିନ ତଳେ କୋରୋନାରେ ପଜେଟିଭ ଥିବା ଜାଣିବାକୁ ପାଇଥିଲେ । ସେବେଠାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଗୃହ ସଙ୍ଗରୋଧରେ ରହି ଚିକିତ୍ସାଧୀନ ଥିଲେ ।

ଏପରିକି ତାଙ୍କର ଏକମାତ୍ର ପୁଅ ଡମ୍ବରୁ ପାତ୍ର ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇ ପୁରୀରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ ଏକାସଙ୍ଗରେ ପୁଅ ଏବଂ ନିଜକୁ କୋରୋନା ହୋଇଥିବାରୁ ମାନସିକ ଚିନ୍ତାରେ ଜୀବନ ହାରିଛନ୍ତି ।

କୋରୋନା ମହାମାରୀର ମହାବିପତ୍ତି ଭିତରେ ମୃତ୍ୟୁ ଆସିବା ପୂର୍ବରୁ ମୃତ୍ୟୁକୁ ଅପଣେଇ ନେଇଥିଲେ ଏହି ଦମ୍ପତି । ଆଉ ଘରେ ରଶି ଲଗାଇ ଦମ୍ପତି ଜଣକ ଆତ୍ମହତ୍ୟା କରିଛନ୍ତି । ଏ ଘଟଣାକୁ ନେଇ ସାରା ରାଜ୍ୟରେ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି । ପୋଲିସ ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜି(ଶୁକ୍ରବାର) ମୃତଦେହକୁ ଘରୁ ବାହାର କରିବାର ବ୍ୟବସ୍ଥା କରିବ ପୋଲିସ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.