ETV Bharat / state

ନୟାଗଡ଼ ହାଉସିଂ ବୋର୍ଡ କଲୋନୀରୁ 82 ଗ୍ରାମ ବ୍ରାଉନସୁଗାର ଜବତ, 5 ଗିରଫ - 82 ଗ୍ରାମ ବ୍ରାଉନ ସୁଗାର ଜବତ

82 ଗ୍ରାମର ବ୍ରାଉନସୁଗାର ଜବତ 5 ଗିରଫ, ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଅଧିକ ପଢନ୍ତୁ...

ନୟାଗଡ଼ ହାଉସିଂ ବୋର୍ଡ କଲୋନୀରୁ 82 ଗ୍ରାମ ବ୍ରାଉନ ସୁଗାର ଜବତ, 5 ଗିରଫ

author img

By

Published : Sep 19, 2021, 10:03 PM IST

ନୟାଗଡ: ନୟାଗଡ଼ ହାଉସିଂ ବୋର୍ଡ କଲୋନୀରେ ଚଢ଼ାଉ କରି ନୟାଗଡ଼ ଟାଉନ ଥାନା ପୋଲିସ 82 ଗ୍ରାମ 460 ମିଲିଗ୍ରାମ ବ୍ରାଉନସୁଗାର ଜବତ କରିବା ସହ 5 ଜଣ ବେପାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର ମୁନା ଦାସ, ନୟାଗଡ଼ ଭାଟସାହି ଗାଁର ବିଶ୍ଵ ଜେନା, ବୈକୁଣ୍ଠ ଦାସ, ସୁବର୍ଣ୍ଣଦେଇପୁର କାଳୁ ଓରଫ ସୁରେଶ ପ୍ରଧାନ, ମୁକ୍ତାପୁର ଗାଁର ପବିତ୍ର ରାଉତ।

ନୟାଗଡ଼ ହାଉସିଂ ବୋର୍ଡ କଲୋନୀରୁ 82 ଗ୍ରାମ ବ୍ରାଉନ ସୁଗାର ଜବତ, 5 ଗିରଫ

ତେବେ ମୁଖ୍ୟ ଅଭିଯୁକ୍ତ ମୁନାର ଘର ଖୋର୍ଦ୍ଧା ଜିଲ୍ଲା ହୋଇଥିବାବେଳେ ସେ ବାଇକରେ ବ୍ରାଉନସୁଗାର ଆଣି ନୟାଗଡ଼ ସହରର ହାଉସିଂ ବୋର୍ଡ କଲୋନୀରେ ବେପାର ଚଳାଇଥିଲା। ରେଡ଼ ବେଳେ ଅଭିଯୁକ୍ତଙ୍କ ଠାରୁ 3ଟି ବାଇକ, 3ଟି ମୋବାଇଲ ଫୋନ, 5 ଶହ 70 ଟଙ୍କା ସହ 82 ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଛି ପୋଲିସ । ସମସ୍ତ 5 ଅଭିଯୁକ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି । ତେବେ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଡିସିନାଲ SP କହିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.