ETV Bharat / state

ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ପଡ଼ିଲା ମହଙ୍ଗା, ଗିରଫ ହେଲେ 2 ବ୍ୟକ୍ତି - ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ପଡ଼ିଲା ମହଙ୍ଗା

ବିଳମ୍ବିତ ରାତିରେ ଡାକ୍ତରଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନୟାଗଡ଼ ଜିଲ୍ଲା ରାଜସୁନାଖଳା ପୋଲିସ । ଅଧିକ ପଢନ୍ତୁ...

ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ପଡ଼ିଲା ମହଙ୍ଗା

author img

By

Published : Apr 17, 2021, 7:16 PM IST

ନୟାଗଡ: ବିଳମ୍ବିତ ରାତିରେ ଡାକ୍ତରଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନୟାଗଡ଼ ଜିଲ୍ଲା ରାଜସୁନାଖଳା ପୋଲିସ । ଘଟଣାଟି ଘଟିଛି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ l

ଶୁକ୍ରବାର ବିଳମ୍ବିତ ରାତିରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ଦୁଇଜଣ ବ୍ୟକ୍ତି ରବି ସୁନ୍ଦରା ଏବଂ ସୋମନାଥ ସାହୁ ମଦ୍ୟପାନ କରି ଗାଳି ଗୁଲଜ କରିବା ସହ ଅସଦାଚରଣ କରିଥିଲେ। ଡାକ୍ତର ବିରୋଧ କରିବାରୁ ମଦ୍ୟପ ଦୁଇ ଜଣ ପୁଣି ରାଗି ଯାଇ ମେଡିକାଲ ବାହାରକୁ ଆସି ପୁନଶ୍ଚ ଡାକ୍ତରଙ୍କୁ ଗାଳି ଗୁଲଜ କରିବାରୁ ଦାୟିତ୍ୱରେ ଥିବା ସିକ୍ୟୁରିଟିଗାର୍ଡ ଏହାକୁ ବାରଣ କରିଥିଲେ l

ସେମାନେ ସିକ୍ୟୁରିଟିଗାର୍ଡଙ୍କୁ ମଧ୍ୟ ଆକ୍ରମଣ କରି ତାଙ୍କୁ ଆହତ କରିଥିଲେ। ତେଵେ ରାଜସୁନାଖଳା ଫାଣ୍ଡି ଅଧିକାରୀ ଭୀମସେନ ମଲିକଙ୍କ ସୂଚନା ଅନୁସାରେ ଦାୟିତ୍ୱରେ ଥିବା ଡାକ୍ତର ଚିତ୍ରଲେଖା ମହାପାତ୍ର ରାଜସୁନାଖଳା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ମଲିକ ନିଜେ ତଦନ୍ତ ଭାର ଗ୍ରହଣ କରି ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ରଣପୁର ବିଚାର ବିଭାଗୀୟ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ରଣପୁର ଜେଲକୁ ପଠାଇ ଦିଆଯାଇଛି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.