ETV Bharat / state

ନୟାଗଡ଼ରେ ପଠାଣିସାମନ୍ତଙ୍କ 186ତମ ଜୟନ୍ତୀ ପାଳିତ - ପଠାଣିସାମନ୍ତଙ୍କ 186ତମ ଜୟନ୍ତୀ ପାଳିତ

ଜିଲ୍ଲାରେ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜନ୍ମଜୟନ୍ତୀ ଆଡ଼ମ୍ବରରେ ପାଳନ କରାଯାଇଛି । ଅଧିକ ପଢନ୍ତୁ...

186th birthday of Indian astronomer Pathani Samanta celebrated in Nayagarh
ନୟାଗଡ଼ରେ ପଠାଣିସାମନ୍ତଙ୍କ 186ତମ ଜୟନ୍ତୀ ପାଳିତ
author img

By

Published : Jan 7, 2021, 12:57 PM IST

ନୟାଗଡ଼: ମହାନ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କର ୧୮୬ ତମ ଜନ୍ମ ଦିବସ ଜିଲ୍ଲାର ଖଣ୍ଡପଡାସ୍ଥିତ ତାଙ୍କ ଜନ୍ମ ମାଟିରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । 'ମୁ ବଘେଲ' ନାମକ ଏକ ସାମାଜିକ ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ନୟାଗଡ଼ରେ ପଠାଣିସାମନ୍ତଙ୍କ 186ତମ ଜୟନ୍ତୀ ପାଳିତ

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜ୍ଞାନ ଚର୍ଚ୍ଚା ଦ୍ଵାରା ଖଣ୍ଡପଡାରେ ସାମନ୍ତଙ୍କ ଜୟନ୍ତୀ ପାଳନ କରାଯାଇଥିବାବେଳେ ତାଙ୍କର ଜନ୍ମଦିବସକୁ ବର୍ଷର ଗୋଟିଏ ଦିନରେ ତଥା ତିଥି ଅନୁଯାୟୀ ପାଳନ କରିବା ପାଇଁ ଏହି ଅବସରରେ ମତ ପ୍ରକାଶ ପାଇଥିଲା । 'ମୁ ବଘେଲ' ନାମକ ଏକ ସାମାଜିକ ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ସିଂ ସାମନ୍ତ, ବିଶିଷ୍ଟ କଥାକାର ଦାଶ ବେନହୁର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପଠାଣି ସାମନ୍ତଙ୍କର ସ୍ମୃତି ଚlରଣ କରିଥିଲେ ।

ପଠାଣି ସାମନ୍ତଙ୍କ ପୂରା ନାମ ହେଉଛି ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ । ଗଣିତ ଏବଂ ପାରମ୍ପାରିକ ଜ୍ୟୋତିର୍ବିଜ୍ଞାନ ଅଧ୍ୟୟନ କରିବା ପରେ ତାଙ୍କର ଜ୍ଞାନକୁ ପ୍ରାଚୀନ ଭାରତୀୟ ଗଣିତଜ୍ଞ ଏବଂ ଜ୍ୟୋତିର୍ବିଜ୍ଞାନୀଙ୍କ ସମକକ୍ଷ ହୋଇପାରିଥିଲା । ତେବେ ପ୍ରତିବର୍ଷ ତାଙ୍କର ଜନ୍ମତିଥିକୁ ଜିଲ୍ଲାରେ ଆଡ଼ମ୍ବରରେ ପାଳନ କରାଯାଇଥାଏ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.