ETV Bharat / state

ନିର୍ବାଚନୀ ପ୍ରଚାରରେ ଯାଇ ଯୁବକ ନିଖୋଜ, ତଦନ୍ତ ଜାରି - ନିର୍ବାଚନୀ ପ୍ରଚାର

ନିର୍ବାଚନୀ ପ୍ରଚାରକୁ ଯାଇ ଆଉ ଘରକୁ ଫେରିଲେନି ଯୁବକ । ଏପରି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଝରିଗାଁ ବ୍ଲକ ଅନ୍ତର୍ଗତ ଗୌଡ଼ସାହି ଗାଁରେ । ପରିବାର ଲୋକଙ୍କ ଅଭିଯୋଗ ପରେ ତଦନ୍ତଜାରି ରଖିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Apr 16, 2019, 10:43 PM IST

ନବରଙ୍ଗପୁର: ୨୦୦୧୯ ସାଧାରଣ ନିର୍ବାଚନ। ଜମୁଛି ନିର୍ବାଚନୀ ପ୍ରଚାର । ସାରା ଦେଶରେ ନିର୍ବାଚନକୁ ନେଇ ପ୍ରଚାର, ରାଲି, ସାଧାରଣ ନିର୍ବାଚନ ସଭା ଆଦି ବିଭିନ୍ନ ରାଜନୈତିକ ଦଳ କରୁଥିବାବେଳେ ଏହି କାର୍ଯ୍ୟକ୍ରମ ଗୁଡିକରେ ଗାଁରୁ ସହର, ଯୁବକ ଠୁ ବୁଢା ସମସ୍ତେ ଯୋଗ ଦେଉଛନ୍ତି । ତେବେ ଏହିପରି ଏକ ନିର୍ବାଚନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ଜଣେ ଯୁବକ ନିଖୋଜ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏପରି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଝରିଗାଁ ବ୍ଲକ ଅନ୍ତର୍ଗତ ଗୌଡ଼ସାହି ଗାଁରେ । ସୂଚନାମୁତାବକ ପ୍ରଥମ ପର୍ଯ୍ୟାୟ ନିର୍ବାଚୀ ପ୍ରଚାର ପାଇଁ ଗତ ୯ ତାରିଖରେ କଂଗ୍ରେସ ପକ୍ଷରୁ ଏକ ମୋଟର ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ସାମିଲ ହୋଇଥିଲେ ଅଭଜିତ ମଣ୍ଡଳ। ଉକ୍ତ ଦିନ ଅଭିଜିତ ଘରେ ଥିବା ବାଇକ ନଂ OR24B 0554 ଧରି କଂଗ୍ରେସ ରାଲିରେ ଯୋଗ ଦେବାକୁ ବାହାରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନିର୍ବାଚନୀ ରାଲି ସରିଥିଲା ସତ କିନ୍ତୁ ଘରକୁ ଆଉ ଫେରିନଥିଲେ ଅଭିଜିତ । ଏହାପରେ ପରିବାର ଲୋକେ ଗାଁର ଆଖପାଖରେ ରାତି ସାରା ଖୋଜାଖୋଜି କରିଥିଲେ । ହେଲେ କେଉଁଠିବି ଅଭିଜିତଙ୍କୁ ପାଇନଥିଲେ । ଏନେଇ ଅଭିଜିତଙ୍କ ବାପା ଅତୁଲ ମଣ୍ଡଳ 10 ତାରିଖ ସକାଳେ ଝରିଗାଁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଅଭିଜିତର ମୋବାଇଲକୁ ଟ୍ରାକ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

'ଲୋକଙ୍କ ସମର୍ଥନ ପାଇ ବିଜୟୀ ହେବି'

ଭୁବନେଶ୍ବର: ଚଳିତ ବର୍ଷର ନିର୍ବାଚନରେ ଚାଲିଛି ଜୋରଦାର ଲଢେଇ। ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏବେ ରଣାଙ୍ଗନରେ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆସନ୍ତା 18 ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତିର ପାହାଡ ଠିଆ କରୁଛନ୍ତି ପ୍ରାର୍ଥୀ। କେଉଁ ମୁଦ୍ଦା ନେଇ ଜନତାଙ୍କ ମନ ଜିଣିବେ ସେ ନେଇ ଚାଲିଛି ଜୋରଦାର ପ୍ରଚେଷ୍ଟା।

ତେବେ ଏହି କ୍ରମରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସଞ୍ଜୀବ କୁମାର ରାୟ।

ଗତଥର ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବା ଜଗନ୍ନାଥ ପ୍ରଧାନ ଚଳିତ ଥର ଜନସାଧାରଣଙ୍କ ଆଶୀର୍ବାଦ ଲୋଡିଛନ୍ତି। ଏହାସହ ରାଜ୍ୟରେ ସରକାର ବଦଳିବା ଦରକାର ଓ ଡବଲ ଇଞ୍ଜିନ ସରକାରର ଆହ୍ବାନ ଦେଇଛନ୍ତି ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.