ନବରଙ୍ଗପୁର: ନବବରଙ୍ଗପୁରରେ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ତ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ 2ଜଣଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ,ତେନ୍ତୁଳିଖୁଣ୍ଟିର ଅଞ୍ଚଳଗୁମ୍ମା ଗାଁର ଯୁବତୀ ଧରଣୀ ଗଣ୍ଡାଙ୍କ ସହିତ ଭୀଷ୍ମ ଗଣ୍ଡାଙ୍କ ତିନି ବର୍ଷ ଧରି ପ୍ରେମ ସମ୍ପର୍କ ଗଢିଉଠି ଥିଲା । ହେଲେ ଶୁକ୍ରବାର ଦିନ ଉଭୟଙ୍କ ମଧ୍ୟରେ କୈଣସି କଥାକୁ ନେଇ ଝଗଡା ହୋଇଥିଲା । ଏପରିକି ପ୍ରେମିକାର ତଣ୍ଟି ଚିପିବା ସହ ମାରିବାକୁ ଉଦ୍ୟମ କରିଥିଲେ ପ୍ରେମିକ ।
ଘଟଣାସ୍ଥଳରେ ଯୁବତୀ ପଡିଥିବା ଦେଖି ଗ୍ରାମବାସୀ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ଯୁବତୀଙ୍କୁ ତେନ୍ତୁଳିଖୁଣ୍ଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ ଘଟିଥିଲା । ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ଏନେଇ ସମ୍ପର୍କୀୟ ଦାଦା ଓ ପ୍ରେମିକକୁ ଅଟକ ରଖିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ