ETV Bharat / state

ନବରଙ୍ଗପୁରରେ ନଦୀ ପାର୍‌ବେଳେ ଭାସିଗଲେ ଯୁବତୀ, ମୃତଦେହ ଉଦ୍ଧାର - ନଦୀରେ ଭାସିଗଲେ ଯୁବତୀ

ନବରଙ୍ଗପୁରରେ ଭରା ନଦୀରେ ଭାସିଯାଇ ଯୁବତୀଙ୍କ ମୃତ୍ୟୁ । ବିଲରୁ କାମସାରି ନଦୀ ପାର ହୋଇ ଫେରୁଥିବା ସମୟରେ ଭାସିଗଲେ ଯୁବତୀ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ଝରିଗାଁ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ଅଧିକ ପଢ଼ନ୍ତୁ

ନଦୀରେ ଭାସିଯାଇ ଯୁବତୀଙ୍କ ମୃତ୍ୟୁ
ନଦୀରେ ଭାସିଯାଇ ଯୁବତୀଙ୍କ ମୃତ୍ୟୁ
author img

By

Published : Aug 20, 2022, 7:05 PM IST

ନବରଙ୍ଗପୁର: ଲଗାଣ ବର୍ଷା ଯୋଗୁଁ ଭରା ନଦୀରେ ଭାସିଯାଇ ଯୁବତୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଗବାଗୁଡ଼ା ଗ୍ରାମରେ । ମୃତକ ହେଉଛନ୍ତି ସେହି ଗ୍ରାମର ମନସାଇ ଜାନୀଙ୍କ ଝିଅ ତୁଲାବତୀ ଜାନୀ । ବିଲରୁ କାମସାରି ନଦୀ ପାର ହୋଇ ଫେରୁଥିବା ସମୟରେ ଭାସିଗଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି ।

ନଦୀରେ ଭାସିଯାଇ ଯୁବତୀଙ୍କ ମୃତ୍ୟୁ

ସୂଚନା ଅନୁସାରେ ତୁଲାବତୀ ଗତକାଲି(ଶୁକ୍ରବାର) ସକାଳୁ ସତୀଘାଟ ନଦୀରେ ପାଣି କମ ଥିବାବେଳେ, ନଦୀ ପାର କରି ବିଲରେ କାମ କରିବା ପାଇଁ ଯାଇଥିଲେ । ତେବେ ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ପାଣି ଅଧିକ ଥିବାରୁ ସେ ଫେରିବା ସମୟରେ ଭାସି ଯାଇଥିଲେ । ଘରକୁ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ ।

ତେବେ ଆଜି(ଶନିବାର) ସକାଳୁ ନଦୀରେ ଭାସି ଯାଇଥିବା ସନ୍ଦେହ କରି କୂଳରେ ଖୋଜାଖୋଜି କରିବା ସମୟରେ ପ୍ରାୟ ୫ କିଲୋମିଟର ଦୂରରେ ଥିବା ଏକ ଲୋଟାବୁଦା ତାଙ୍କର ମୃତଦେହ ଦେଖିବାକୁ ମିଳିଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଓ ଝରିଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.