ETV Bharat / state

ଗାଁ ମଝିରେ ବିଦେଶୀ ମଦ, ଗ୍ରାମବାସୀ ପଶି ଭାଙ୍ଗିଲେ ଦୋକାନ

ବିଦେଶୀ ମଦ ଦୋକାନ ବନ୍ଦ କରିବାକୁ ନେଇ ଭଙ୍ଗାରୁଜା । କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଠାରେ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିବାକୁ ଗ୍ରାମବାସୀ ବାରମ୍ବାର ଦାବି କରି ଆସିଲେଣି । ଅଧିକ ପଢନ୍ତୁ...

ଗାଁ ମଝିରେ ବିଦେଶୀ ମଦ, ଗ୍ରାମବାସୀ ପଶି ଭାଙ୍ଗିଲେ ଦୋକାନ
ଗାଁ ମଝିରେ ବିଦେଶୀ ମଦ, ଗ୍ରାମବାସୀ ପଶି ଭାଙ୍ଗିଲେ ଦୋକାନ
author img

By

Published : May 21, 2021, 7:34 AM IST

ନବରଙ୍ଗପୁର: ବିଦେଶୀ ମଦ ଦୋକାନ ବନ୍ଦ କରିବାକୁ ନେଇ ଭଙ୍ଗାରୁଜା । କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଠାରେ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିବାକୁ ଗ୍ରାମବାସୀ ବାରମ୍ବାର ଦାବି କରି ଆସିଲେଣି । ମାତ୍ର ଉକ୍ତ ଦୋକାନ ବନ୍ଦ ନକରିବାରୁ ଗ୍ରାମର ଶତାଧିକ ପୁରୁଷ ମହିଳା ବିଦେଶୀ ମଦ ଦୋକାନ ଭିତରେ ପଶି ମଦ ସବୁ କାଢି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି ।

ଗାଁ ମଝିରେ ବିଦେଶୀ ମଦ, ଗ୍ରାମବାସୀ ପଶି ଭାଙ୍ଗିଲେ ଦୋକାନ

ସୂଚନାନୁଯାୟୀ, ସନ୍ତୋଷପୁର ଗ୍ରାମ ଠାରେ ବହୁ ବର୍ଷ ହେଲା ଗୋଟିଏ ବିଦେଶୀ ମଦ ଦୋକାନ ଖୋଲାଯାଇଛି । ଉକ୍ତ ଦୋକାନଟି ମଙ୍ଗଳ ବିଭାଗ ଆଶ୍ରମ ସ୍କୁଲକୁ ନିକଟରେ ରହିଛି । ଏହାସହ ଗ୍ରାମର ମଧ୍ୟ ଭାଗରେ ଉକ୍ତ ଦୋକାନ ଖୋଲାଯାଇଛି । ଏହାଦ୍ବାରା ଉକ୍ତ ବିଦେଶୀ ଦୋକାନରେ ମଦୁଆଙ୍କ ଭିଡ଼ ଜମୁଥିବା ବେଳେ ସ୍କୁଲ ଯାଉଥିବା ଯୁବତୀଙ୍କୁ ଅନେକ ସମୟରେ ମଦୁଆଙ୍କ ସାମ୍ନା କରିବାକୁ ପଡୁଛି । ଏନେଇ ଗ୍ରାମବାସୀ ବହୁତ ଦିନ ହେବ ଉକ୍ତ ବିଦେଶୀ ମଦ ଦୋକାନକୁ ସେଠାରୁ ଉଚ୍ଛେଦ କରିଦେବା ସହ ଗ୍ରାମରୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ ।

ଏନେଇ ମଧ୍ୟ ଗତ କିଛି ଦିନ ତଳେ ଗ୍ରାମର ଶତାଧିକ ଗ୍ରାମବାସୀ ଉକ୍ତ ବିଦେଶୀ ଦୋକାନର କର୍ମଚାରୀଙ୍କୁ ଅଟକ ରଖି ଦୋକାନ ବନ୍ଦ ଦାବିରେ ଆନ୍ଦୋଳନ କରିଥିଲେ । ଖବର ପାଇ କୋଷାଗୁମୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ଅଟକ ଥିବା କର୍ମଚାରୀଙ୍କୁ ଛାଡି ଦେଇଥିଲେ । ତେବେ ଗୁରୁବାର ପୁଣି ଗ୍ରାମର ଶତାଧିକ ଲୋକ ଏକତ୍ରିତ ହୋଇ ବିଦେଶୀ ମଦ ଦୋକାନ ଭିତରି ପଶି ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.