ETV Bharat / state

ବାଲ୍ୟବିବାହ ରୋକିବାକୁ ଅନ୍ବେଷା ଅଭିଯାନ ଆରମ୍ଭ - ବାଲ୍ୟ ବିବାହ

ବାଲ୍ୟ ବିବାହ ଏକ ସାମାଜିକ ଅପରାଧ ଜଣିବା ପରେ ବି ଲୁଚାଛୁପାରେ ଏବେ ବି ଅନେକ ସ୍ଥାନରେ ବାଲ୍ୟ ବିବାହ କରାଯାଉଛି । ଏହାକୁ ରୋକିବା ନିମନ୍ତେ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଛି ଅନ୍ବେଷା ଅଭିଯାନ ରିପୋର୍ଟ । ଅଧିକ ପଢନ୍ତୁ...

ବାଲ୍ୟବିବାହ ରୋକିବାକୁ ଅନ୍ବେଷା ଅଭିଯାନ
ବାଲ୍ୟବିବାହ ରୋକିବାକୁ ଅନ୍ବେଷା ଅଭିଯାନ
author img

By

Published : Jun 29, 2021, 9:37 AM IST

ନବରଙ୍ଗପୁର: ବାଲ୍ୟ ବିବାହ ଏକ ସାମାଜିକ ଅପରାଧ । ଏହା ପରେ ବି ଅନେକ ସ୍ଥାନରେ ବର୍ତ୍ତମାନ ପିଲାଙ୍କ ବାଲ୍ୟ ଅବସ୍ଥାକୁ ମାରି ଦିଆଯାଉଛି । ଲୁଚାଛୁପାରେ ଏବେ ବି ବାଲ୍ୟ ବିବାହ କରାଯାଉଛି । ଏହାକୁ ରୋକିବା ନିମନ୍ତେ ଆରମ୍ଭ ହୋଇଛି ଅନ୍ବେଷା ଅଭିଯାନ ରିପୋର୍ଟ ।

ନବରଙ୍ଗପୁର ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରରେ ସଚେତନତା ଅଭାବରୁ ବାଲ୍ୟବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ ଜାରି ରହିଛି । ପରମ୍ପରା ନାମରେ କିଶୋରୀ ବାଳିକାମାନଙ୍କୁ ବିବାହ ବନ୍ଧନରେ ବାନ୍ଧି ଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ । ପରିପକ୍ଵ ବୟସ ପୂର୍ବରୁ ମାତୃତ୍ଵ ଲାଭକରି ଅକାଳରେ ଝଡିଯାଉଛନ୍ତି କିଶୋରୀ ବାଳିକା । ତେବେ ଜିଲ୍ଲାରେ ଏହି ଭଳି କଳଙ୍କିତ ପ୍ରଥାର ବିଲୋପ ପାଇଁ ଜିଲ୍ଲା ପ୍ରଶାସନ ସଜାଗ ହୋଇଛି ।

ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସର ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ଏହାପରେ ସମଗ୍ର ଜିଲ୍ଲାରେ ବାଲ୍ୟବିବାହ ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ ମିଶ୍ର ଆରମ୍ଭ କରିଛନ୍ତି ଅନ୍ଵେଷା ଅଭିଯାନ । ସମସ୍ତ କିଶୋରୀମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଲୁଚି ରହିଛି । ସେମାନଙ୍କୁ କମ ବୟସରେ ବିବାହ ବନ୍ଧନରେ ନ ବାନ୍ଧି ପିତାମାତା ଓ ସଂପ୍ରଦାୟକୁ ବୁଝାଇ କିଶୋରୀମାନଙ୍କର ପ୍ରତିଭାକୁ ବିକଶିତ କରିବା ହେଉଛି ଅନ୍ଵେଷା ଅଭିଯାନର ମୂଳ ଉଦେଶ୍ୟ ।

ଜିଲ୍ଲାର ସମସ୍ତ ବିଭାଗ ଗୁଡିକରେ କିଶୋରୀମାନଙ୍କ ନିମନ୍ତେ ଉଦ୍ଧିଷ୍ଟ କାର୍ଯ୍ୟକ୍ରମଗୁଡିକୁ ତ୍ବରାନିତ୍ଵ କରିବା ବିଶେଷ କରି କିଶୋର କିଶୋରୀମାନେ ନିୟମିତ ସ୍କୁଲକୁ ଯାଇ ପାଠପଢିବା ,ବୈଷୟିକ ଶିକ୍ଷାରେ କିଶୋର କିଶୋରୀମାନଙ୍କୁ ସାମିଲ କରିବା , ଅଙ୍ଗନୱାଡି ସ୍ତରରେ ଅଦ୍ଵବିକା ଯୋଜନାରେ କିଶୋର କିଶୋରୀମାନଙ୍କୁ ସାମିଲ କରି ସେମାନଙ୍କ ଜୀବନଶୈଳୀର ଶିକ୍ଷା ଦେବା ସହିତ ତାଙ୍କର ନେତୃତ୍ଵ ବୃଦ୍ଧି ଆଦି ଏହି ଅନ୍ଵେଷା ଅଭିଯାନ ଜରିଆରେ ଆଗାମି ଦିନରେ କାର୍ଯ୍ୟ କରାଯିବ ବୋଲି ଲକ୍ଷ ରଖାଯାଇଛି ।

ଏଥି ସହିତ ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସରପଞ୍ଚମାନଙ୍କୁ ସାମିଲ କରାଇ ପ୍ରଶାସନ ତରଫରୁ ଗ୍ରାମ ଓ ପୌରାଞ୍ଚଳରେ ବାଲ୍ୟବିବାହକୁ ରୋକିବା ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଠି କରିବା ସହିତ, ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସମାଜ କଲ୍ୟାଣ ବିଭାଗକୁ ନିର୍ଦେଶ ଦେଇଛନ୍ତି ।

ପ୍ରକାଶ ଥାଉ କି ଜିଲ୍ଲାରେ ଚଳିତ ବର୍ଷ ମୋଟ 116ଟି ବଲ୍ୟବିବାହକୁ ରୋକା ଯାଇଛି । ସେଥିମଧ୍ୟରୁ ଉମରକୋଟ ବ୍ଲକରେ ସର୍ବାଧିକ ୫୩ଟି ବାଲ୍ୟବାହକୁ ବନ୍ଦ କରାଯାଇଛି । ଜିଲ୍ଲା ସମାଜ କଲ୍ୟାଣ ବିଭାଗ ,ଶିଶୁ ସୁରକ୍ଷା ୟୁନିଟି, ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସରେ ଏକ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ବାଲ୍ୟବିବାହକୁ ବନ୍ଦ କରାଯିବା ନିମନ୍ତେ ପ୍ରୟାସ ଜାରି ରହିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.