ETV Bharat / state

ନବରଙ୍ଗପୁରରେ 1 ହଜାର ଟପିଲା କୋଭିଡ ସଂକ୍ରମଣ - thousand corona case in nabarangpur

ନବରଙ୍ଗପୁର ଜିଲ୍ଲାରେ ଦୃତ ଗତିରେ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୩୮ କୋରୋନା ପଜିଟିଭ l ହଜାରେ ଟପିଲା କୋରୋନା ମାମଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

1 ହଜାରର ଟପିଲା କୋଭିଡ ସଂକ୍ରମଣ
1 ହଜାରର ଟପିଲା କୋଭିଡ ସଂକ୍ରମଣ
author img

By

Published : Aug 28, 2020, 4:05 PM IST

ନବରଙ୍ଗପୁର: ଜିଲ୍ଲାରେ ଦୃତ ଗତିରେ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୩୮ କୋରୋନା ପଜିଟିଭ l ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ତରଫରୁ ସୂଚନା ଜାରି ହୋଇଛି । ଆଜି ଚିହ୍ନଟ ହୋଇଥିବା ୩୮ ଜଣଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ନବରଙ୍ଗପୁର ମୁନୁସିପାଲିଟିରୁ ୨୦ ଜଣ ଏବଂ ଉମରକୋଟ ମ୍ୟୁନିସିପାଲିଟିର ୧୧ ଜଣ ହୋଇଛନ୍ତି ।

1 ହଜାରର ଟପିଲା କୋଭିଡ ସଂକ୍ରମଣ
1 ହଜାରର ଟପିଲା କୋଭିଡ ସଂକ୍ରମଣ

ସେହିପରି ନନ୍ଦାହାଣ୍ଡି ବ୍ଲକ ଓ ତେନ୍ତୁଳିଖୁଣ୍ଟି ବ୍ଲରରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଥିିବା ବେଳେ କୋଶାଗୁମୁଡ଼ା ବ୍ଲକରୁ ଜଣେ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି । ଆଜିର ୩୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୧୦୩୯ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୩୨ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୪୦୩ ଜଣ କୋରୋନା ପଜିଟିଭ୍ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସେଥିମଧ୍ୟରୁ ୨୧୯ ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ନେଇ ସୂଚନା ମିଳିଛି ।

ଏଥିସହ ଜିଲ୍ଲାରେ ଜଣେ ମାତ୍ର କୋରୋନାରେ ପ୍ରାଣ ହରାଇଥିବା ଜଣାପଡିଛି । ସେପଟେ ଟେଷ୍ଟିଙ୍ଗ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୧୭୩୨ ଟି ସାମ୍ପୁଲ ସଂଗ୍ରହ ହୋଇଥିବା ସୂଚନା ମିଳିଛି । ମେ ୨୩ ରେ ଚନ୍ଦାହାଣ୍ଡି ବ୍ଲକ ବନ୍ଧଗୁଡା କ୍ୱାରେଣ୍ଟାଇନ ସେଣ୍ଟରରୁ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏହି ଆକ୍ରାନ୍ତଙ୍କ ମାମଲା ଲକଡାଉନ ସମୟରେ ପ୍ରାୟତଃ କ୍ୱାରେଣ୍ଟାଇନ ସେଣ୍ଟରରୁ ଆସୁଥିବା ବେଳେ ଅନଲକ ହେବାପରେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଲା ।

ମାମଲା କେବଳ କ୍ୱାରେଣ୍ଟାଇନନ ସେଣ୍ଟରରୁ ସୀମିତ ନରହି ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଲା । ଅନଲକ ପ୍ରଥମ ଏବଂ ଦ୍ଵିତୀୟରେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଲା । ଅନଲକ ତିନିରେ ଦୃତ ଗତିରେ ସ୍ଥାନୀୟ ସଂକ୍ରମଣ ମାମଲା ବୃଦ୍ଧି ପାଇ ଆଜି ୧ ହଜାର ଟିପିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.