ETV Bharat / state

ଅମାନିଆଙ୍କ ଠାରୁ ଜୋରିମାନା ଆଦୟ କଲେ ତେନ୍ତୁଳିଖୁଣ୍ଟି ତହସିଲଦାର

ବାଇକ ଚାଳକଙ୍କ ଠାରୁ ମଙ୍ଗଳବାର ତେନ୍ତୁଳିଖୁଣ୍ଟି ତହସିଲଦାର ଜୋରିମାନା ଆଦାୟ କରିଛନ୍ତି । ଏହି ଅଭିଯାନ ଆଗକୁ ଜାରି ରହିବ ଏବଂ ସାଧାରଣ ଜନତା ଏହି ନିୟମକୁ ମାନିବାକୁ ବାଧ୍ୟ ବୋଲି ତହସିଲଦାର ଏବଂ ଥାନା ଅଧିକାରୀ ନିବେଦନ କରିଛନ୍ତି ।

ଅମାନିଆଙ୍କ ଠାରୁ ଜୋରିମାନ ଆଦୟ କଲେ ତେନ୍ତୁଳିଖୁଣ୍ଟି ତହସିଲଦାରଅମାନିଆଙ୍କ ଠାରୁ ଜୋରିମାନ ଆଦୟ କଲେ ତେନ୍ତୁଳିଖୁଣ୍ଟି ତହସିଲଦାର
ଅମାନିଆଙ୍କ ଠାରୁ ଜୋରିମାନ ଆଦୟ କଲେ ତେନ୍ତୁଳିଖୁଣ୍ଟି ତହସିଲଦାର
author img

By

Published : Apr 28, 2020, 5:42 PM IST

Updated : Apr 28, 2020, 7:31 PM IST

ନବରଙ୍ଗପୁର: ନବରଙ୍ଗପୁର ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କଲେ ତହସିଲଦାର । ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କଲେ ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କର । କୋରୋନା ଭୂତାଣୁର ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ସେହିପରି ସାମାଜିକ ଦୂରତା ବଜାଇ ରଖିବା ପାଇଁ ବାଇକରେ 2ଜଣ ନବୁଲିବାକୁ ନିର୍ଦ୍ଦେଶ ମଧ୍ୟ ରହିଛି । କିନ୍ତୁ ଏହି ନିୟମକୁ ଉଲ୍ଲଂଘନ କରି ବାହାରେ ବୁଲୁଥିବା କେତେକ ବାଇକ ଚାଳକଙ୍କ ଠାରୁ ମଙ୍ଗଳବାର ତେନ୍ତୁଳିଖୁଣ୍ଟି ତହସିଲଦାର ଜୋରିମାନା ଆଦାୟ କରିଛନ୍ତି ।

ଅମାନିଆଙ୍କ ଠାରୁ ଜୋରିମାନା ଆଦୟ କଲେ ତେନ୍ତୁଳିଖୁଣ୍ଟି ତହସିଲଦାର

ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କର, ଅତିରିକ୍ତ ତହସିଲଦାର ରାମ ଗୋବିନ୍ଦ ପରିଡ଼ା, ଥାନା ଅଧିକାରୀ ପରମାନନ୍ଦ ସୁନାନୀ ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଅଞ୍ଚଳ ଗୁମ୍ମା ଏସବିଆଇ ବ୍ୟାଙ୍କ ଠାରେ ଯାଇ ସାମାଜିକ ଦୂରତାର ଯାଞ୍ଚ କରିଥିଲେ । ଏଥିସହ କେତେକ କିରାଣୀ ଦୋକାନରେ ସାମାଜିକ ଦୂରତା ରକ୍ଷା କରୁନଥିବା, ବିନା ମାସ୍କରେ ବୁଲୁଥିବା ଓ ବାଇକରେ 2ଜଣ ବୁଲୁଥିବା ବାଇକ ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି ।

କେତେକ ନିୟମ ଉଲ୍ଲଂଘନକାରୀ ବ୍ୟକ୍ତି ଏପରି ଭୁଲ ଆଉ କେବେ କରିବୁନି ଆମକୁ ଛାଡ଼ି ଦିଅନ୍ତୁ ବୋଲି ତହସିଲଦାରଙ୍କୁ ଗୁହାରି କରିଥିଲେ । କିନ୍ତୁ ତହସିଲଦାର ନିୟମ ସମସ୍ତଙ୍କ ପାଇଁ ସମାନ କହି ଜୋରିମାନା ଆଦାୟ କରି ନିୟମ ମାନିବାକୁ ତାଗିଦ କରିଥିଲେ । ଏହି ଅଭିଯାନ ଆଗକୁ ଜାରି ରହିବ ଏବଂ ସାଧାରଣ ଜନତା ଏହି ନିୟମକୁ ମାନିବାକୁ ବାଧ୍ୟ ବୋଲି ତହସିଲଦାର ଏବଂ ଥାନା ଅଧିକାରୀ ନିବେଦନ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Apr 28, 2020, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.