ନବରଙ୍ଗପୁର: ପୁଣି ପଦାକୁ ଆସିଲା ଜନନୀ ଯନ୍ତ୍ରଣା । ଖଟିଆରେ ବୋହି ଆଣୁ ଆଣୁ ରାସ୍ତାରେ ପ୍ରସବ । ରାସ୍ତାରେ ଜନ୍ମ ନେଲା ଏକ ପୁତ୍ର ସନ୍ତାନ l ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ, ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ମlଣ୍ଡl ଡଙ୍ଗରି ଗାଁର ଘଟଣା । ଏହି ଗାଁ ଝରିଗାଁ ଠାରୁ ମାତ୍ର ଆଠ କିଲୋମିଟର ଦୂର l ହେଲେ ଗାଁ କୁ ରାସ୍ତାଟିଏ ନଥିବାରୁ ଖଟିଆରେ ବୁହା ହୋଇ ଆସୁଥିବା ଗର୍ଭବତୀ ରାସ୍ତାରେ ପ୍ରସବ କରିଛନ୍ତି ।
ସୂଚନା ଯେ, ଏହି ମlଣ୍ଡା ଡଙ୍ଗରି ଗାଁ ର ବିଷ୍ଣୁସାନ୍ତାଙ୍କ ସ୍ତ୍ରୀ ପରମl ସାନ୍ତlଙ୍କୁ ଆରମ୍ଭ ହୋଇଥିଲା ଗର୍ଭ ଯନ୍ତ୍ରଣା, ହେଲେ ଗାଁ କୁ ରାସ୍ତା ନଥିବା ଲାଗି ପହଞ୍ଚି ପାରିଲାନି ଆମ୍ବୁଲାନ୍ସ l ଖଟିଆ ହେଲା ଭରସା l ଭାର କରି ବୋହି ଆଣିଲେ ଚାରି କିଲୋମିଟର l ହେଲେ ଅଧାବାଟରେ ଖଟିଆ ଉପରେ ଜନ୍ମ କରିଥିଲେ ଏକ ପୁତ୍ର ସନ୍ତାନ l
ଏହାପରେ ଅଙ୍ଗନବାଡି ଏବଂ ସ୍ୱାସ୍ଥ୍ୟ କର୍ମୀ ପହଂଚିବା ପରେ ପ୍ରସୂତି ମାହିଳା ଜଣକୁ ସେହି ଖଟିଆରେ ଝରିଗାଁ ଚନ୍ଦାହାଣ୍ଡି ମୁଖ୍ୟ ସଡ଼କ ପର୍ଯ୍ୟନ୍ତ ବୋହି ଆଣିଥିଲେ l ତେବେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ