ETV Bharat / state

ନବରଙ୍ଗପୁରରେ 5 ହଜାର ମୁହାଁ ସଂକ୍ରମିତଙ୍କ ସଂଖ୍ୟା

ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆଜି ପୁଣି ୪୧ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାର ମୁହାଁ ହୋଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4975ରେ ପହଞ୍ଚିଛି।

author img

By

Published : Oct 23, 2020, 10:07 AM IST

ନବରଙ୍ଗପୁରରେ  5 ହଜାର ମୁହାଁ ସଂକ୍ରମିତଙ୍କ ସଂଖ୍ୟା
ନବରଙ୍ଗପୁରରେ 5 ହଜାର ମୁହାଁ ସଂକ୍ରମିତଙ୍କ ସଂଖ୍ୟା

ନବରଙ୍ଗପୁର: ଜିଲ୍ଲାରେ 5 ହଜାର ମୁହାଁ କୋରୋନା ସଂକ୍ରମିତଙ୍କ ସଂଖ୍ୟା । ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆଜି ପୁଣି ୪୧ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାର ମୁହାଁ ହୋଇଛି।

@DMnabarangpur
ଫଟୋ ସୌଜନ୍ୟ: ଟ୍ବିଟର@DMnabarangpur

ଶୁକ୍ରବାର ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ତେନ୍ତୁଳିଖୁଣ୍ଟି ବ୍ଲକରୁ 7 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ ଏବଂ କୋଷାଗୁମୁଡା ବ୍ଲକରୁ 6 ଜଣ ଲେଖାଏଁ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଉଥିବା ବେଳେ ଉମରକୋଟ, ପାପଡାହାଣ୍ଡି ବ୍ଲକରୁ 5 ଜଣ ଲେଖାଏଁ ସେହିପରି ନନ୍ଦାହାଣ୍ଡି, ଚନ୍ଦାହାଣ୍ଡି, ଡାବୁଗାଁ ବ୍ଲକରୁ 3 ଜଣ ଲେଖାଏଁ ଏବଂ ଉମରକୋଟ ପୌରାଞ୍ଚଳ ଓ ଝରିଗା, ରାଇଘର ବ୍ଲକରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଗୁରୁବାର ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4975ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 4502 ଜଣ ସୁସ୍ଥ ହୋଇଛନ୍ତି।

ଅନ୍ୟ 438 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 329 ଜଣ ହୋମ୍‌ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 82,999 ଜଣଙ୍କର ନମୁନା ସଂଗ୍ରହ କରି କୋଭିଡ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.