ନବରଙ୍ଗପୁର: ତେନ୍ତୁଳୀଖୁଣ୍ଟି କୂୁ ମଦ ମୁକ୍ତ ଅଞ୍ଚଳ କରିବା ଦାବିରେ ଗର୍ଜିଲେ ମହିଳା । ମଦର ଟେରେସା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘ ନିର୍ଦ୍ଦେଶରେ ନବରଙ୍ଗପୁର ଜିଲ୍ଳା ତେନ୍ତୁଳୀଖୁଣ୍ଟି ଠାରେ ମଦ ବନ୍ଦ ଦାବିରେ ଅଣ୍ଟା ଭିଡ଼ିଥିଲେ ଶହ ଶହ ମହିଳା । ତେନ୍ତୁଳୀଖୁଣ୍ଟି ଦୂର୍ଗା ମଣ୍ଡପ ଠାରୁ ଏକ ରାଲିରେ ବାହାରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଁଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ନବରଙ୍ଗପୁର ଜିଲ୍ଲାରେ 80 ପ୍ରତିଶତ ଆଦିବାସୀ ଓ ଦଳିତ ଲୋକ ବସବାସ କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ତେନ୍ତୁଳୀଖୁଣ୍ଟିର ପାହାଡିଆ ଅଞ୍ଚଳରେ ପ୍ରବଳ ବିଷାକ୍ତ ମଦ ତିଆରି ହୋଇ ପକେଟ ମାଧ୍ୟମରେ ଦୋକାନ ମାନଙ୍କରେ ଖୁଲୁମ ଖୁଲା ବିକ୍ରି ହେଉଛି । ସେହି ମଦ ପିଇ ଶହ ଶହ ଲୋକେ ଅସୁସ୍ଥ ହୋଇ ମୃତ୍ୟୁ ଘଟୁଛିି କିନ୍ତୁ ସରକାର କି ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନେଇ ନିରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ହୋଇଛି ।
କଂଗ୍ରେସର ବରିଷ୍ଟ ନେତା ପ୍ରଦୀପ ମାଝୀ, ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ଅଖିଳ ଭତରା ଓ ତେନ୍ତୁଳୀଖୁଣ୍ଟି ବ୍ଲକ ସମସ୍ତ ସ୍ବଂୟ ସହାୟକ ଗୋଷ୍ଠୀ ମହିଳା ମାନେ ଏହି ଆନ୍ଦୋଳନରେ ଉପସ୍ଥିତ ଥିଲେ । ଏହାର କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ମହିଳା ମାନଙ୍କର ଉଗ୍ରରୂପ ସରକାର ଦେଖିବ ବୋଲି ଚେତାବନୀ ଦେଇଛି ମହିଳା ମୋର୍ଚ୍ଚା ।
ନବରଙ୍ଗପୁରର ତପନ କୁମାର ବିଷୋୟୀ, ଇଟିଭି ଭାରତ