ETV Bharat / state

କୋଷାଗୁମୁଡାରେ ପ୍ରସିଦ୍ଧ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

author img

By

Published : Mar 2, 2021, 8:32 AM IST

କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ଗ୍ରାମରେ ସୋମବାର ପ୍ରସିଦ୍ଧ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମର ମୁଖ୍ୟ ଦେବତା ରାଜ୍ ଚାଉଁରିଆଙ୍କ ଏହା ମଣ୍ଡେଇ ଯାତ୍ରା । ଅଧିକ ପଢନ୍ତୁ...

କୋଷାଗୁମୁଡାରେ ପ୍ରସିଦ୍ଧ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ
କୋଷାଗୁମୁଡାରେ ପ୍ରସିଦ୍ଧ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

ନବରଙ୍ଗପୁର: କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ଗ୍ରାମରେ ସୋମବାର ପ୍ରସିଦ୍ଧ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ମୁଖ୍ୟ ଦେବତା ରାଜ୍ ଚାଉଁରିଆଙ୍କ ଏହା ମଣ୍ଡେଇ ଯାତ୍ରା । ପ୍ରଥମେ କୋଡ଼ିଙ୍ଗା ଓ ଆଖପାଖ ବାରପାଲି ଗ୍ରାମରୁ ଲାଠି, କୁର୍ଚି, ପାଲିଙ୍କି ଆଦି ଗୋଟିଏ ସ୍ଥାନରେ ଏକତ୍ରିତ କରି ଗାଦିମାଇଁ ମନ୍ଦିର ନିକଟରେ ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ସମସ୍ତେ ମିଶି କୋଡ଼ିଙ୍ଗା ଗ୍ରାମ ପରିକ୍ରମା କରିଥିଲେ । ତାପରେ ସମସ୍ତେ ଗ୍ରାମର ମୁଖ୍ୟ ଦେବତା ରାଜ୍ ଚଉଁରିଆଙ୍କ ମନ୍ଦିରକୁ ଯାଇ ସେଠାରେ ଏକତ୍ରିତ ହୋଇ ଦେବତାଙ୍କ ଉଦ୍ଧେଶ୍ୟରେ ପୂଜାପାଠ କରାଇଥିଲା ।

କୋଭିଡ ନିୟମ ଅନୁଯାୟୀ ଅଳ୍ପ କିଛି ଲାଠି କୁର୍ଚି ମଣ୍ଡେଇ ଯାତ୍ରାକୁ ଆସିଥିବା ବେଳେ କମ ସଂଖ୍ୟକ ଭକ୍ତରେ ମାଘ ମଣ୍ଡେଇ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦେବା ଦେବୀ ମନ୍ଦିର ପୂଜାରୀ, ଚଲାଣ, ଶିରା, ଗାଣ୍ଡା ପ୍ରମୁଖ ଉପସ୍ଥିତ ରହି ଉକ୍ତ ମଣ୍ଡେଇ ଯାତ୍ରାରେ ପରମ୍ପରା ଅନୁଯାୟୀ ପୂଜାପାଠ କରିଥିଲେ । ତେବେ ଆଦିବାସୀଙ୍କ ଏହି ମାଘ ମଣ୍ଡେଇ ଯାତ୍ରା ବର୍ଷକୁ ଥରେ ଅନୁଷ୍ଠିତ ହୋଇଥାଏ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.