ETV Bharat / state

‘ଓଡିଶା ମୋ ପରିବାର’ ସହାୟତାରେ ଗାଁକୁ ଫେରିଲା ମୃତଦେହ - ଓଡିଶା ମୋ ପରିବାର

ଓଡିଶା ମୋ ପରିବାର ଏବଂ ନବରଙ୍ଗପୁର ବିଧାୟକଙ୍କ ସହାୟତାରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ହିର୍ଲାଗୁଡା ଗାଁର କେତନ ହରିଜନଙ୍କ ମୃତ ଶରୀର ଗାଁକୁ ଫେରିଛି । ଅଧିକ ପଢନ୍ତୁ...

‘‘ଓଡିଶା ମୋ ପରିବାର’’ ସହାୟତାରେ ଗାଁକୁ ଫେରିଛି ମୃତ ଶରୀର

author img

By

Published : Jan 19, 2021, 6:13 AM IST

ନବରଙ୍ଗପୁର: ଓଡିଶା ମୋ ପରିବାର ଦେଖାଇଲା ମାନବିକତା । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ହିର୍ଲାଗୁଡା ଗାଁର କେତନ ହରିଜନ ଗାଁରେ କାମ ଧନ୍ଦା ନପାଇ ସୁଦୂର ଚେନ୍ନାଇକୁ କାମ କରିବାକୁ ସାଙ୍ଗ ମାନଙ୍କ ସହ ଯାଇଥିଲା । ହେଲେ କୌଣସି କାରଣ ପାଇଁ ସାଙ୍ଗ ସାଙ୍ଗ ମଧ୍ୟରେ ଝଗଡା ହୋଇଥିଲା । ତାର ସାଙ୍ଗ ବନମାଳି ହରିଜନ କେତନକୁ ଗଳାକାଟି ହତ୍ୟା କରିଥିବା ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଥିଲେ । ହେଲେ ପୁଅର ମୃତଦେହ ନିଜ ଗାଁକୁ ଆଣିବାରେ ଅସମର୍ଥ ଥିଲେ ପରିବାର ଲୋକ ।

‘‘ଓଡିଶା ମୋ ପରିବାର’’ ସହାୟତାରେ ଗାଁକୁ ଫେରିଛି ମୃତ ଶରୀର

ଏହାପରେ ସହଯୋଗର ହାତ ବଢାଇଲେ ଓଡ଼ିଶା ମୋ ପରିବାର ସଙ୍ଗଠନ ଏବଂ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ । ତାଙ୍କର ପ୍ରୟାସରେ କେତନର ମୃତ ଶରୀରକୁ ନିଜ ଗାଁକୁ ଆଣିବାରେ ସକ୍ଷମ ହେଲେ । ଏହାକୁ ନେଇ ପରିବାର ଲୋକ ଏବଂ ଗ୍ରାମବସୀ, ଓଡ଼ିଶା ମୋ ପରିବାର ଏବଂ ବିଧାୟକଙ୍କୁ ପ୍ରଶଂସା କରିଛନ୍ତି ।

ସୁଦୂର ଚେନ୍ନାଇକୁ କାମ କରିଯାଇଥିବା କେତନର ପରିବାର ଆର୍ଥିକ ସ୍ବଛଳ ନଥିବା କାରଣରୁ ନିଜ ଘରକୁ ମୃତ ଶରୀର ଆଣିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ଥିଲା । ଏହା ପରେ ଗ୍ରାମର ଯୁବକ ମାନେ କେମିତି ମୃତଦେହ ଆସିବ ସେନେଇ ନବରଙ୍ଗପୁର ବିଧାୟକଙ୍କୁ ଭେଟିଥିଲେ । ବିଧାୟକ ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକାରୀଙ୍କ ସହିତ କଥା ହୋଇ ଓଡିଶା ମୋ ପରିବାର ଅଧ୍ୟକ୍ଷ ଅରୁପ ପଟ୍ଟନାୟକଙ୍କ ସହିତ ଯୋଗାଯୋଗ କରିଥିଲେ । ଏହାପରେ କେତନର ମୃତଦେହକୁ ଚେନ୍ନାଇରୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ଏବଂ କେତନର ମୃତଦେହ ନିଜ ଗାଁ ହିରଲାଗୁଡାକୁ ପହଞ୍ଚିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.