ETV Bharat / state

୨୦ ଫୁଟ ଅଶ୍ବତ୍ଥ ଗଛ ଉପରେ ଶୋଇରହିଛି ଭାଲୁ

ନବରଙ୍ଗପୁର ଗଜିଆଗୁଡା ଗାଁରେ ଦୀର୍ଘ 5 ଘଣ୍ଟା ଧରି ଅଶ୍ବତ୍ଥ ଗଛରେ ଶୋଇ ରହିଛି ଭାଲୁ । ଅଧିକ ପଢନ୍ତୁ...

beer tree
୨୦ ଫୁଟ ଉଚ୍ଛ ଅଶ୍ବତ୍ଥ ଗଛରେ ଶୋଇରହିଛି ଭାଲୁ
author img

By

Published : Mar 12, 2020, 4:43 PM IST

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକ ଗଜିଆଗୁଡା ଗାଁରେ ଏକ ୨୦ ଫୁଟ ଉଚ୍ଛ ଅଶ୍ବତ୍ଥ ଗଛରେ ଶୋଇରହିଛି ଭାଲୁ । ପ୍ରାୟ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଭାଲୁଟି ଶୋଇଥିବା ଦେଖିବାକୁ ମିଳିଛି। ଗଜିଆ ଗୁଡା ଗାଁର ଦୁଇଜଣ ମହିଳା ସକାଳୁ ସେହି ରାସ୍ତା ଦେଇ ନଦୀକୁ ଯାଉଥିବାବେଳେ ଭାଲୁ ଗଛ ଉପରେ ଚଢିଥିବା ଦେଖି ଗାଁରେ ଖବର ଦେଇଥିଲେ । ପରେ ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳ ଲୋକ ମାନଙ୍କର ଭିଡ ଜମିଥିଲା।

୨୦ ଫୁଟ ଉଚ୍ଛ ଅଶ୍ବତ୍ଥ ଗଛରେ ଶୋଇରହିଛି ଭାଲୁ

ଘଟଣା ବିଷୟରେ ଖବରପାଇ ନବରଙ୍ଗପୁର ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ଉକ୍ତ ସ୍ଥାନରୁ ଘଉଡ଼ାଇ ଭାଲୁ ଟି କିପରି ଗଛରୁ ଓହ୍ଲାଇ ଚାଲିଯାଉ ସେନେଇ ଚେଷ୍ଟା ଜାରି ରଖିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.