ETV Bharat / state

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା , ବାଇକରେ ବୁହା ହେଲେ ପ୍ରସୂତି

ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ , ବାଇକରେ ବୁହା ହେଲେ ପ୍ରସୂତି । ଅଧିକ ପଢନ୍ତୁ...

The ambulance could not be reached because there was no road, and pregnant lady was riding a bike
ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା , ବାଇକରେ ବୁହା ହେଲେ ପ୍ରସୂତି
author img

By

Published : Apr 13, 2020, 1:54 PM IST

ନବରଙ୍ଗପୁର : ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ,ବାଇକରେ ବୁହାହୋଇ ଗଲେ ପ୍ରସୂତି । ନବରଙ୍ଗପୁର ଜିଲ୍ଲା ଚନ୍ଧାହାଣ୍ଡି ବ୍ଲକ ଭୋଜପୁର ଗାଁରେ ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଦୃଶ୍ୟ । ସୂଚନା ଅନୁସାରେ,ଭୋଜପୁର ଗାଁର ଚିନ୍ଧାପଡା ସାହିର ବସୁବାଘଙ୍କ ଝିଅ ନମିତା ରବିବାର ରାତିରେ ପ୍ରସବ ବେଦନା ହୋଇଥିଲା । ଚନ୍ଧାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ । ହେଲେ, ଚିନ୍ଧାପଡା ଯିବାକୁ କୈଣସି ରାସ୍ତା ନ ଥିବା ଯୋଗୁଁ ଆମ୍ବୁଲାନ୍ସ ଗର୍ଭବତୀଙ୍କ ଘରକୁ ଯାଇ ନ ପାରି ମୁଖ୍ୟ ରାସ୍ତାରେ ଅଟକି ରହିଥିଲା ।

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା , ବାଇକରେ ବୁହା ହେଲେ ପ୍ରସୂତି

ଅନ୍ୟ ଉପାୟ କିଛି ନପାଇ ପରିବାର ଲୋକେ ବିଲ ମଧ୍ୟ ଦେଇ ବାଇକରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିଲେ । ପ୍ରସୂତିଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରସୂତି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ସାହିକୁ ରାସ୍ତା ନିର୍ମାଣ ସକାଶେ ବାରମ୍ବାର ସ୍ଥାନୀୟବାସୀ ସାଂସଦ ଓ ବିଧାୟକଙ୍କୁ ଗୁହାରୀ କରିଥିଲେ ମଧ୍ୟ କିଛି ଲାଭ ମିଳୁନଥିବା ଅଭିଯୋଗ ହୋଇଛି ।

ନବରଙ୍ଗପୁରରୁ , ତପନ କୁମାର ବିଷୟୀ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.