ETV Bharat / state

PM Awas Yojana scam: ବିଜେପିର ତେନ୍ତୁଳୀଖୁଣ୍ଟି ବ୍ଲକ ଘେରାଉ

author img

By

Published : Feb 8, 2023, 1:55 PM IST

ତେନ୍ତୁଳୀଖୁଣ୍ଟି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ସହ ଅମଲାଭୋଟ ପଞ୍ଚାୟତରେ ଚାଉଳରେ ହେରଫେର ଅଭିଯୋଗ । ତେନ୍ତୁଳୀଖୁଣ୍ଟି ବ୍ଲକ ଘେରାଉ କରିଲା ବିଜେପି । ଅଧିକ ପଢନ୍ତୁ

PM Awas Yojana scam
PM Awas Yojana scam

PM Awas Yojana scam

ନବରଙ୍ଗପୁର: ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ନେଇ ଅଭିଯୋଗ । ତେନ୍ତୁଳୀଖୁଣ୍ଟି ବ୍ଲକ ଘେରାଉ କରିଲା ବିଜେପି । ଗତକାଲି(ମଙ୍ଗଳବାର) ବିଜେପି ପକ୍ଷରୁ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ତେନ୍ତୁଳୀଖୁଣ୍ଟି ବ୍ଲକକୁ ବିଜେପି ପକ୍ଷରୁ ଘେରାଉ କରାଯାଇଥିଲା l

ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ଜନତା ମାନଙ୍କ ପାଖରେ ଉତ୍ତର ଦେବାପାଇଁ ବାଧ୍ୟ କରାଯାଇଥିବା ବେଳେ ସେ ଉତ୍ତର ଦେଇଥିବା ନେଇ ମଧ୍ୟ ସୂଚନା ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ବାସଗୃହ ପାଉ ନଥିବା ନେଇ ହିତାଧିକାରୀ ପୂର୍ବରୁ ଅଭିଯୋଗ କରିଥିବା ବେଳେ ଚାଉଳ ଏବେ ପେନସନ ଯୋଗାଇଦେବା ପାଇଁ ମଙ୍ଗଳବାର ହିତାଧିକାରୀ ବିଡିଓଙ୍କୁ ନିବେଦନ କରିଛନ୍ତି । ଏହାସହ ଯେଉଁ ଅଯୋଗ୍ୟ ହିତାଧିକାରୀ ଏହାର ଲାଭ ଉଠାଉଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ବିଜେପି ପ୍ରତିନିଧି ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Repo Rate Hike: ଆହୁରି ମହଙ୍ଗା ହେବ ଋଣ, ୨୫ ବେସିସ୍ ପଏଣ୍ଟ ବଢିଲା ରେପୋ ରେଟ୍

ଅନ୍ୟପଟେ ଅମଲାଭୋଟ ପଞ୍ଚାୟତର ତିନି ମାସର ଚାଉଳ ଦୁର୍ନୀତିର ସମାଧାନ କେବେ ହେବ ବୋଲି ପ୍ରଶ୍ନ କରିଥିଲେ ଲୋକେ l ତେନ୍ତୁଳୀଖୁଣ୍ଟି ବ୍ଲକ ଘେରାଉ ସମୟରେ ଜିଲ୍ଲା ବିଜେପିର ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ ଏବଂ ଯୁବ ବିଜେପି ସଭାପତି କାହ୍ନୁ ଦାସ୍ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ: Adani row: A ନାମକ ବ୍ୟକ୍ତି ଦେଶକୁ ବୋକା ବନାଇଛନ୍ତି କହିଲେ ସାଂସଦ ମହୁଆ ମୋଇତ୍ର

ଏନେଇ ତେନ୍ତୁଳି ଖୁଣ୍ଡି ବିଡିଓ କହିଛନ୍ତି, "ବିଜେପି ପକ୍ଷରୁ ଲୋକେ ମୋ ସହ ଆଲୋଚନା ପାଇଁ ଆସିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ କେବେ ଘର ପାଇବେ ଏବଂ ଅମଲାଭୋଟ ପଞ୍ଚାୟତରେ ଲୋକେ କେବେ ଚାଉଳ ପାଇବେ, ଏହି ଦୁଇଟି ପ୍ରଶ୍ନ ନେଇ ସେମାନେ ମୋ ପାଖକୁ ଆସିଥିଲେ । ଆମର ଆଲୋଚନା ହୋଇଛି । ଚାଉଳ ଦୁର୍ନୀତି ନେଇ ମୁଁ ସିଏସଓଙ୍କ ସହ କଥା ହେବା ସହ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆମ ଚାଉଳ ଦେବାର ବ୍ୟବସ୍ଥା କରିବୁ । ମୁଁ ଲିଖିତ ଅଭିଯୋଗ ପାଇଁ କହିଛି କିନ୍ତୁ ସେମାନେ କିଛି ଦେଇ ନାହାନ୍ତି । "

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.