ETV Bharat / state

ଦିସା ବୈଠକରେ ପ୍ରବଳ ହଟ୍ଟଗୋଳ, ଅଧାରୁ ଉଠିଗଲେ ବିଜେପି ବିଧାୟକ ନିତ୍ୟାନନ୍ଦ

author img

By

Published : Jun 29, 2023, 9:26 PM IST

ଦିସା ବୈଠକରେ ବିଜେପି-ବିଜେଡି ଜନ ପ୍ରତିନିଧିଙ୍କ ମଧ୍ୟରେ ଯୁକ୍ତିତର୍କ । ଅଧାରୁ ବୈଠକ ତ୍ୟାଗ କଲେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଅଧିକ ପଢନ୍ତୁ

Etv Bharat
Etv Bharat
ଦିସା ବୈଠକରେ ପ୍ରବଳ ହଟ୍ଟଗୋଳ

ନବରଙ୍ଗପୁର: ଜିଲ୍ଲାର ସମସ୍ତ ବିଧାୟକ ସାଂସଦ ଏବଂ ନିର୍ବାଚିତ ପ୍ରତିନିଧି ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଆଜି ସ୍ଥାନୀୟ ମିଶନ ଶକ୍ତି ବୈଠକ ହଲରେ ଅନୁଷ୍ଠିତ ହୋଇଥିଲା ଦିସା ବୈଠକ । ଏହି ସମୟରେ ଡାକ୍ତର ନିଯୁକ୍ତି ତଥା ଭିତ୍ତିଭୂମି ଓ ବିଭିନ୍ନ ସମସ୍ୟା ନେଇ ଯୁକ୍ତିତର୍କ ହୋଇଥିଲା । ଏମିତି ଅନେକ ପ୍ରସଙ୍ଗକୁ ନେଇ ତୁ ତୁ ମେଁ ମେଁ ପରିସ୍ଥିତି ସୃଷ୍ଟି ହେବା ପରେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଅଧାରୁ ଉଠି ପଳାଇଥିବା ଦେଖିବାକୁ ମିଳିଛି ।

ବୈଠକର ପ୍ରାରମ୍ଭରେ ଏହି ବୈଠକରେ ସାଂସଦ ରମେଶ ମାଝି, ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରି, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ସମସ୍ତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ଚାଲିଥିଲା । ଏହି ବୈଠକରେ ସାଂସଦ ସ୍ବାସ୍ଥ୍ୟ ବିଭାଗ ସମୀକ୍ଷା କରୁଥିବା ସମୟରେ ସିଡିଏମଓଙ୍କୁ ଡାକ୍ତର ନିଯୁକ୍ତି ତଥା ଭିତ୍ତିଭୂମି ଓ ବିଭିନ୍ନ ସମସ୍ୟାର ସମାଧାନ କାହିଁକି ହୋଇପାରୁନି ବୋଲି ପ୍ରଶ୍ନ କରିଥିଲେ ସାଂସଦ ରମେଶ ମାଝି । ସୂଚନା ଥାଉ କି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ନବରଙ୍ଗପୁର ଗସ୍ତ ଅବସରରେ ଡାକ୍ତରଖାନାକୁ ପରିଦର୍ଶନ କରି ୫ଟି ନାମଫଳକ ଦେଖି ଉତ୍ତେଜିତ ହୋଇପଡିଥିଲେ ।

ଏହା ବି ପଢନ୍ତୁ- କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ନେଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ: କହିଲେ ଏହାର ତଦନ୍ତ ହେବ

ଏହାପରେ ଉକ୍ତ ସ୍ଥାନରୁ ନାମଫଳକକୁ ହଟାଇ ଦିଆଯାଇଥିଲା । ତେବେ କାହିଁକି ସେଠାରୁ ନାମଫଳକ ଉଠାଗଲା ବୋଲି ପ୍ରଶ୍ନ କରିବା ପରେ ସାଂସଦ ତଥା ରାଜ୍ୟ ଉଠା ଜଳସେଚନ ନିର୍ଦ୍ଦେଶକ ପ୍ରମୋଦ ପାଢ଼ୀ ଉତ୍ତେଜିତ ହୋଇ ପଡିଥିଲେ । ତାଙ୍କୁ ଜବାବ ଦେବାକୁ ଯାଇ ଉମରକୋଟ ବିଧାୟକ ଓ ସାଂସଦ ରମେଶ ମାଝୀ, ମନୋହର ରନ୍ଧରୀ, ପ୍ରମୋଦ ପାଢ଼ୀଙ୍କ ସହ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଧ୍ୟରେ ବୈଠକ ସ୍ଥାନରେ ଯୁକ୍ତିତର୍କ ହୋଇଥିଲା । ବିଜେପି ବିଧାୟକ ୫ଟି ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ୫ଟି ଦୁର୍ନୀତିର ଗନ୍ତାଘର ଓ ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ ସରକାରଙ୍କ ଛତ୍ର ଛାୟାରେ ରହି ପାର୍ଟି ପାଇଁ ଚାନ୍ଦା ଆଦାୟ କରୁଛନ୍ତି ବୋଲି ନିତ୍ୟାନନ୍ଦ ଅଭିଯୋଗ କରିଥିଲେ ।

ଏଣୁ ଜିଲ୍ଲାରେ ଦୁର୍ନୀତି ଯୋଗୁଁ ବିକାଶ ହୋଇ ପାରୁନଥିବା କହି ବୈଠକ ବର୍ଜନ କରି ଅଧାରୁ ଉଠି ଚାଲି ଯାଇଥିଲେ ସେ । କେନ୍ଦ୍ର ସରକାର ଅନୁଦାନରେ ତିଆରି ହୋଇଥିବା କାର୍ଯ୍ୟକୁ ୫ଟି ନାମଫଳକ କାହିଁକି ଲାଗିବ ବୋଲି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ପ୍ରଶ୍ନ କରିଥିଲେ । ଅପର ପକ୍ଷରେ ସାଂସଦ ରମେଶ ମାଝୀ ପ୍ରଶ୍ନ କରି କହିଥିଲେ, "ଯେତେବେଳେ ଭ୍ୟାକ୍ସିନରେ ମୋଦିଙ୍କ ରହୁଥିଲା । କିନ୍ତୁ ରୋଗୀଙ୍କ ମୃତ୍ୟୁବରଣ ପରେ ଡେଥ ସାର୍ଟିଫିକେଟରେ କାହିଁକି ମୋଦିଙ୍କ ଫୋଟ ରହୁ ନ ଥିଲା ।" ଏଭଳି ଯୁକ୍ତିତର୍କ ପରେ ଅଧାରୁ ବିଜେପି ବିଧାୟକ ନିତ୍ୟାନନ୍ଦ ଉଠି ପଳାଇଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.