ETV Bharat / state

ମିଲରଙ୍କୁ କନ୍ଦାଉଛି କାଜୁ, ବନ୍ଦ ହେବାରେ ଲାଗିଛି ମିଲ

ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ପରେ ଗୋଟି କାଜୁ ମିଲ ବନ୍ଦ ହେବାରେ ଲାଗିଛି । ଜିଲ୍ଲାରେ ରହିଥିବା ମୋଟ 32ଟି କାଜୁ ମିଲ ଭିତରୁ 5ଟି ମିଲ ବନ୍ଦ ହୋଇଗଲାଣି । ଅଧିକ ପଢନ୍ତୁ...

kaju mills
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Mar 6, 2020, 7:01 PM IST

ନବରଙ୍ଗପୁର: ନବରଙ୍ଗପୁର କାଜୁ ବଜାରରେ ସଙ୍କଟର ବାଦଲ ଦେଖାଦେଇଛି । କାଜୁର ଚାହିଦା କମୁଥିବା ବେଳେ ଉତ୍ପାଦନ ବଢୁଛି । ହେଲେ ଖର୍ଚ୍ଚ ତୁଳନାରେ ମିଳୁନି ଲାଭ । ଫଳରେ ଗୋଟିଏ ପରେ ଗୋଟି କାଜୁ ମିଲ ବନ୍ଦ ହେବାରେ ଲାଗିଛି । ଜିଲ୍ଲ।ରେ କାଜୁ ଅନ୍ୟ ଏକ ଅର୍ଥକାରୀ ଫସଲ ଭାବେ ସ୍ଥାନ ପାଇଛି । କିନ୍ତୁ କାଜୁ ମାଲିକ ମାନେ ଚାହିଦା ଓ ବଜାର ଅଭାବରୁ ମିଲ ଗୁଡିକୁ ଆଉ ଚଳାଇବାକୁ ଇଚ୍ଛା କରୁନାହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ମାଟିରେ କାଜୁ ଉତ୍ପାଦନ ହୋଇଥାଏ । ରିପୋର୍ଟ ଅନୁଯାୟୀ ଜିଲ୍ଲାରେ 70 ପ୍ରତିଶତ କାଜୁ ମଞ୍ଜି ମିଳୁଥିବା ବେଳେ ବାହାରୁ 30 ପ୍ରତିଶତ ଆସିଥାଏ । ଏଥିଯୋଗୁଁ ଜିଲ୍ଲାର ଅର୍ଥବ୍ୟବସ୍ଥା ପ୍ରାୟତଃ କାଜୁ ଉପରେ ନିର୍ଭରଶୀଳ । ଏଠାକାର ଚାଷୀ ଠାରୁ ଶ୍ରମିକ ସମସ୍ତେ କାଜୁ ଚାଷ ଓ ମିଲରେ କାମ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ହେଲେ ଏବେ ଜିଲ୍ଲାରେ ରହିଥିବା ମୋଟ 32ଟି କାଜୁ ମିଲ ଭିତରୁ 5ଟି ମିଲ ବନ୍ଦ ହୋଇଗଲାଣି । ବଜାରରେ ଆଶାତୀତ ଚାହିଦା ନଥିବା ବେଳେ ପ୍ରୋସେସିଙ୍ଗ ଖର୍ଚ୍ଚ ବଢିଚାଲିଛି । ସେପଟେ କାଜୁ ମଞ୍ଜି ବି ମହଙ୍ଗା ହେଉଛି । ଅତ୍ୟଧିକ ଦରରେ କାଜୁମଞ୍ଜି କିଣି ମିଲ ଚଳାଇବା କଷ୍ଟକର ହୋଇପଡୁଛି । ତେଣୁ କ୍ଷତି ସହି ନ ପାରି ମିଲ ମାଲିକ କାମ ବନ୍ଦ କରୁଛନ୍ତି ।

ଚାଷୀଙ୍କ ଲାଗି କାଜୁ ଏକ ବଞ୍ଚିବାର ର।ହ। ସାଜିଥିବା ବେଳେ କାଜୁ ମିଲରେ ଶହଶହ ମହିଳା ଶ୍ରମିକ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି । ଚାଷୀ ଏବଂ ଶ୍ରମିକଙ୍କ ପାଇଁ କାଜୁ ଆଶୀର୍ବାଦ ପାଲଟିଥିବା ବେଳେ ମିଲ ମାଲିକଙ୍କ ପାଇଁ ଅଭିଶାପ ସଦୃଶ୍ୟ ପାଲଟିଛି । ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ କାଜୁ ପ୍ରମୁଖ ଭୂମିକା ନିଭାଉଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଆକର୍ଷଣ ନକଲେ ଏହା ଭୁଷୁଡିପଡିବ ବୋଲି ଚର୍ଚ୍ଚା ହେଉଛି ।

ନବରଙ୍ଗପୁରରୁ ତପନ ବିଶୋଷୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.