ନବରଙ୍ଗପୁର: ଜିଲ୍ଲା ଦାୟିତ୍ବରେ ଥିବା ସ୍ବତନ୍ତ୍ର ସଚିବ ହେମନ୍ତ ଶର୍ମାଙ୍କ କୋଷାଗୁମୁଡା ବ୍ଲକ ଗସ୍ତ । ସଚିବଙ୍କ ସହିତ ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର, ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ସ୍ବାଇଁ ପ୍ରମୁଖ ବିଭିନ୍ନ ସ୍ଥାନ ବୁଲି ପରିଦର୍ଶନ କରିଛନ୍ତି ।
ପ୍ରଥମେ କୋଡିଙ୍ଗା ସ୍ବାସ୍ଥ୍ୟ କେନ୍ଦ୍ର ବୁଲିଦେଖଥିଲେ । ଏହା ପରେ କୋଷାଗୁମୁଡା ଆଦର୍ଶ ବିଦ୍ୟାଳୟ ଯାଇ ମଧ୍ୟାହ୍ନ ଭୋଜନ ମାନ ପରୀକ୍ଷା କରି ଛାତ୍ରଛାତ୍ରୀଙ୍କ ସହିତ ମିଶି ଖାଇଥିଲେ ।
ଏଥିସହ ଆଦର୍ଶ ବିଦ୍ୟାଳୟରେ ଇଂରାଜୀ ଶିକ୍ଷକ ପଦବୀ ପୂରଣ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ସେଠାରୁ ଅଧିକାରୀମାନେ ବଡଆମ୍ବଡା ଆଦିବାସୀ କଲ୍ୟାଣ ଉଚ୍ଚ ବିଦ୍ୟାଳୟ, ସନ୍ତୋଷପୁର ସେବାଶ୍ରମ ବୁଲି ପରଦର୍ଶନ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହାପରେ କୋଷାଗୁମୁଡା ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ତେବେ ସଚିବଙ୍କ ଗସ୍ତ ସମୟରେ ବ୍ଲକର ସମସ୍ତ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ