ETV Bharat / state

ନବରଙ୍ଗପୁରରେ ବ୍ୟବସାୟୀଙ୍କଠୁ 6 ଲକ୍ଷ ଲୁଟ୍ - ବ୍ୟବସାୟୀଙ୍କ ଠାରୁ ଲୁଟ୍ ଘଟଣା

ନବରଙ୍ଗପୁରରେ ଜଣେ ବ୍ୟବସାୟୀଙ୍କ ନିକଟରୁ 6 ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ଆସିଛି । ଖବର ପାଇ ପୋଲିସ ଓ ତଦନ୍ତକାରୀ ଟିମ୍ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ବ୍ୟବସାୟୀଙ୍କଠୁ 6 ଲକ୍ଷ ଲୁଟ୍
ନବରଙ୍ଗପୁରରେ ବ୍ୟବସାୟୀଙ୍କଠୁ 6 ଲକ୍ଷ ଲୁଟ୍
author img

By

Published : Nov 8, 2020, 10:16 PM IST

Updated : Nov 8, 2020, 10:24 PM IST

ନବରଙ୍ଗଗପୁର: ଗତକାଲି(ଶନିବାର) ନବଙ୍ଗପୁର ସହର ଜଗଦଲପୁରର ଜଣେ ବ୍ୟବସାୟୀଙ୍କ ଠାରୁ ସାଢ଼େ ୬ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ଆସିଛି । ଏନେଇ ଟାଉନ ଥାନାରେ ଅଭିଯୋଗ ହେବାପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ନବରଙ୍ଗପୁରରେ ବ୍ୟବସାୟୀଙ୍କଠୁ 6 ଲକ୍ଷ ଲୁଟ୍

ମିଳିଥିବା ସୂଚନା ଅନୁଯାୟୀ ଜଗଦଲପୁରର ଜଣେ ବ୍ୟବସାୟୀ ରମେଶ ପାରେକ ପ୍ରାୟ ସାଢ଼େ ୬ ଲକ୍ଷ ଟଙ୍କା ବିଭିନ୍ନ ବ୍ୟବସାୟୀଙ୍କ ଠାରୁ ଆଦାୟ କରି ସଂଜୟ ବଜାର ଠାରୁ ବସଷ୍ଟାଣ୍ଡ ଅଭିମୁଖେ ଏକ ସ୍କୁଟିରେ ଆସୁଥିଲେ । ଏହି ସମୟରେ ହଠାତ୍ ତାଙ୍କ ମୋବାଇଲକୁ ଏକ ଫୋନ କଲ୍ ଆସିଥିଲା । ସେ ଫୋନରେ କଥା ହେଉ ଥିବାବେଳେ ତାଙ୍କୁ ପିଛା କରୁଥିବା ଏକ ମୋଟର ସାଇକେଲ ତାଙ୍କ ନିକଟରେ ପହଞ୍ଚିଥିଲା। ସେ କିଛି ବୁଝିବା ଆଗରୁ ହଠାତ୍ ତାଙ୍କ ନିକଟରୁ ଟଙ୍କା ବ୍ୟାଗକୁ ଦୁଇଜଣ ଦୁର୍ବୃତ୍ତ ଝାମ୍ପି ନେଇଥିଲେ । ବ୍ୟବସାୟୀ ଜଣକ ଏନେଇ ନବରଙ୍ଗପୁର ଥାନାରେ ଅଭିଯୋଗ କରିବାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଜି(ରବିବାର) ତଦନ୍ତକାରୀ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପୋଲିସ ଦୋକାନଗୁଡିକର ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ତେବେ ଖବରଲେଖା ହେବା ସୁଦ୍ଧା ଦୁର୍ବୃତ୍ତମାନଙ୍କ ବାବଦରେ କୌଣସି ସୁରାକ ମିଳିନଥିବା ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Nov 8, 2020, 10:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.