ETV Bharat / state

ବଢୁଛି ଆକ୍ରାନ୍ତ ସଂଖ୍ୟା, ନବରଙ୍ଗପୁରରେ ମଧ୍ୟାହ୍ନ ୨ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ - ଆସନ୍ତାକାଲି ଜିଲ୍ଲାରେ ବଜାର ବନ୍ଦ

ଆସନ୍ତାକାଲି ଅର୍ଥାତ ୯ ତାରିଖ ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁରରେ ମଧ୍ୟାହ୍ନ ୨ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ । ନବରଙ୍ଗପୁର ସହରରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲା ଚାମ୍ବର୍ସ ଓ କମର୍ସ, କ୍ରିୟାନୁଷ୍ଠାନ କମିଟି, ଉଠା ଜଳଖିଆ ଦୋକାନୀ ସଂଘ, ବିଭିନ୍ନ ବ୍ୟବସାୟୀ ସଂଘ ତରଫରୁ ଏହି ନିର୍ଦ୍ଧିଷ୍ଟ ସମୟ ଅବଧି ମଧ୍ୟରେ ହିଁ ଦୋକାନ ବଜାର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଆସନ୍ତାକାଲିରୁ 2 ରୁ 10 ଦୋକାନ
ଆସନ୍ତାକାଲିରୁ 2 ରୁ 10 ଦୋକାନ
author img

By

Published : Sep 8, 2020, 4:24 PM IST

ନବରଙ୍ଗପୁର: ଆସନ୍ତାକାଲି ଜିଲ୍ଲାରେ ବଜାର ବନ୍ଦ। ଅର୍ଥାତ ୯ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁରରେ ମଧ୍ୟାହ୍ନ ୨ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ । ନବରଙ୍ଗପୁର ସହରରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲା ଚାମ୍ବର୍ସ ଓ କମର୍ସ, କ୍ରିୟାନୁଷ୍ଠାନ କମିଟି, ଉଠା ଜଳଖିଆ ଦୋକାନୀ ସଂଘ, ବିଭିନ୍ନ ବ୍ୟବସାୟୀ ସଂଘ ତରଫରୁ ଏହି ନିର୍ଦ୍ଧିଷ୍ଟ ସମୟ ଅବଧି ମଧ୍ୟରେ ହିଁ ଦୋକାନ ବଜାର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

ନବରଙ୍ଗପୁର ଆସନ୍ତାକାଲିରୁ 2 ରୁ 10 ଦୋକାନ

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଟଡାଉନ ଓ ଲକ ଡାଉନ ଉଠାଇ ଦେଇଥିବାରୁ ଜିଲ୍ଲା ପ୍ରଶାସନ ଦୋକାନ ବଜାର ଖୋଲିବାର ସମୟ ଅବଧି ନେଇ କୌଣସି ନିଷ୍ପତ୍ତି ନେଇ ନଥିବା ଜିଲ୍ଲାପାଳ କହିଛନ୍ତି । ଚାମ୍ବର୍ସ ଅଫ କମର୍ସ କର୍ମକର୍ତା ମାନେ ନିଜ ଆଡୁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଜିଲ୍ଲାପାଳ ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫୦ ହଜାର ୧୯ ଟି ସ୍ୱାବ ପରୀକ୍ଷା କରାଯାଇଥିବା ଓ ସେଥିମଧ୍ୟରୁ ୧୬୧୩ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଆକ୍ଟିଭ କେସ ୫୨୪ ସେଥିମଧ୍ୟରୁ ହୋମ ଆଇସୋଲେସନ ରେ ୩୭୧ଜଣ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କେତେ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିବାକୁ ନିଷ୍ପତି ନେଇ ଏହାର ଖିଲାପ କରି ବାହାରେ ବୁଲାବୁଲି କରୁଥିବା ନଜର ଆସିଲେ ସେମାନଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଜିଲ୍ଲାର ନବରଙ୍ଗପୁର ଓ ଉମରକୋଟ ମୁନୁସିପାଲିଟି ରେ ଦିନକୁ ଦିନ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ୁଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ଅମାନିଆ ମାନେ ବିନା ମାକ୍ସ ରେ ଅଯଥା ବାହାରେ ବୁଲାବୁଲି କରୁଥିବାରୁ ସେମାନଙ୍କ ଦ୍ଵାରା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଭବିଷ୍ୟତ ରେସେମାନଙ୍କ ବିରୋଧ ରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.