ETV Bharat / state

ଓରମାସ ଦେଖାଇଲା ବାଟ: ଫିନାଇଲ ତିଆରି କରି ସ୍ୱାବଲମ୍ବୀ ହେଲେ SHG ଆଦିବାସୀ ମହିଳା - ଓରମାସ

ଏବେ ଘର ଚଳାଉଛନ୍ତି ନବରଙ୍ଗପୁରର ତୁଳସୀ ସ୍ଵୟଂ ସହାୟିକା ଗୋଷ୍ଠୀର ଆଦିବାସୀ ମହିଳା । ରହୁନି ଆର୍ଥିକ ସମସ୍ୟା । ଅନ୍ୟ ପାଇଁ ସାଜିଲେ ପ୍ରରଣାର ଉତ୍ସ । ଅଧିକ ପଢନ୍ତୁ

ଓରମାସ ଦେଖାଇଲା ବାଟ :ଫିନାଇଲ ତିଆରି କରି ସ୍ବାବଲମ୍ବୀ ହେଲେ SHG ଆଦିବାସୀ ମହିଳା

author img

By

Published : Jul 25, 2022, 7:19 PM IST

ନବରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନବରଙ୍ଗପୁରର ମହିଳାମାନେ ଏବେ ହେଉଛନ୍ତି ସ୍ବାବଲମ୍ବୀ । ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ହେଉଛନ୍ତି ସଫଳ ବ୍ୟବସାୟୀ । ଦିନ ଥିଲା ପରିବାର ଚଳାଇବାପାଇଁ ପାହାଡି ଦୁନିଆର ସାମଗ୍ରୀ ଉପରେ ନିର୍ଭର ହେବାକୁ ପଡୁଥିଲା, ମାତ୍ର ଏବେ ସମୟ ବଦଳିଛି । ସାଥୀ ପାଲଟିଛି ସ୍ବୟଂ ସହାୟକ ଗୋଷ୍ଠୀ । ସହଯୋଗ କରୁଛି ଓରମାସ (Odisha Rural Development and Marketing Society) । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ରହିଛି ତୁରୁଞ୍ଜିଆଗୁଡା ଗାଁ । ଆଦିବାସୀ ଆଧ୍ୟୁଷିତ ଏ ଅଞ୍ଚଳରେ ମହିଳା ଏବେ ହେଉଛନ୍ତି ସ୍ବାବଲମ୍ବୀ । ବଣ ପାହାଡ ଘେରା ଅଞ୍ଚଳରେ ରହିବି ନିଜକୁ ସ୍ବଂୟ ସହାୟିକା ଗୋଷ୍ଠୀ ମାଧ୍ୟମରେ ଆଗକୁ ଆଣିଛନ୍ତି ଆଦିବାସୀ ମହିଳା । ତୁରୁଞ୍ଜିଆଗୁଡା ଗାଁରେ 10 ଜଣ ଆଦିବାସୀ ମହିଳା ଏକାଠି ହୋଇ ଗଢିଛନ୍ତି ତୁଳସୀ ସ୍ଵୟଂ ସହାୟିକା ଗୋଷ୍ଠୀ ।

ଓରମାସ ଦେଖାଇଲା ବାଟ: ଫିନାଇଲ ତିଆରି କରି ସ୍ବାବଲମ୍ବୀ ହେଲେ SHG ଆଦିବାସୀ ମହିଳା

୨୦୧୬ରୁ ଗଢାଯାଇଥିବା ଏ ଗୋଷ୍ଠୀର ମହିଳା ମାନେ ବିଶେଷ ସଫଳ ହୋଇନଥିଲେ । ମାତ୍ର କେନ୍ଦ୍ରୀୟ ଜୀବ ବିଜ୍ଞାନ ସଂସ୍ଥାନର ସହଯୋଗରେ ଓରମାସ ଦ୍ବାରା ଫିନାଇଲ ପ୍ରସ୍ତୁତି ପ୍ରଣାଳୀରେ ଟ୍ରେନିଂ କିଛି ଦିନ ନେଇ ଥିଲେ । ପରେ ନିଜ ଉଦ୍ୟମ ଓ ଦୃଢ ଇଚ୍ଛାଶକ୍ତି ବଳରେ ଆରମ୍ଭ କରିଥିଲେ ଫିନାଇଲ ପ୍ରସ୍ତୁତି କାର୍ଯ୍ୟ । ଯାହା ସେମାନଙ୍କୁ ସଫଳତା ଦେଇଛି ।

ପାଇନ ଅଏଲ, ପରଫ୍ୟୁମ, ତରଳ କଷ୍ଟିକ ସୋଡା ଓ ରଙ୍ଗ ବାସ ଏତିକି । ନିର୍ଦ୍ଦିଷ୍ଟ ଭାଗମାପରେ ଏହି ରାସାୟନିକ ପଦାର୍ଥର ସମ୍ମିଶ୍ରଣ କରି ଏମାନେ ସତର୍କତାର ସହ ପ୍ରସ୍ତୁତ କରୁଛନ୍ତି ଫିନାଇଲ । ଗୋଟିଏ ଲିଟର ବୋତଲ ଫିନାଇଲର ଦାମ 35 ଟଙ୍କା ଥିବା ବେଳେ 5 ଲିଟର ବୋତଲର ଦାମ ରହିଛି 150 ଟଙ୍କା । ଏଠାରୁ ପ୍ରସ୍ତୁତ ହେଉଥିବା ଫିନାଇଲକୁ ସ୍ଵୟଂ ସହାୟିକା ମହିଳାମାନେ ଗାଁରେ ଘରକୁ ଘର ଯାଇ ଫିନାଇଲକୁ ବିକ୍ରି କରୁଥିବାବେଳେ, ଆଖପାଖ ଗାଁର ଲୋକେ ତୁରୁଞ୍ଜିଆଗୁଡାକୁ ଆସି ସେମାନଙ୍କ ଠାରୁ ଫିନାଇଲ କିଣି ନେଉଛନ୍ତି ।

ବଜାରରେ ବିକ୍ରି ହେଉଥିବା ଫିନାଇଲ ଠାରୁ ପ୍ରାୟ ଅଧା ଦାମରେ ତୁଲସୀ ସ୍ଵୟଂ ସହାୟିକା ଗୋଷ୍ଠୀର ଫିନାଇଲ ବିକ୍ରି ହେଉଥିବାରୁ ଏହାର ବଜାର ଚାହିଦା ଢେର ଅଧିକ ରହିଛି । ସ୍ବଂୟ ସହାୟିକା ଗୋଷ୍ଠୀର କାର୍ଯ୍ୟକୁ ନେଇ ଗ୍ରାମବାସୀ ମଧ୍ୟ ବେଶ ଖୁସି ଥିବା କହିଛନ୍ତି । ସେପଟେ ଆଗକୁ ଅଧିକ ପରିମାଣରେ ବିକ୍ରି ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଥିବା କହିଛନ୍ତି ଓରମାସ ଅଧିକାରୀ ।

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.