ETV Bharat / state

ଗଛରେ ପିଟି ହେଲା କାର୍, 3 ମୃତ - ଗଛରେ ପିଟି ହେଲା କାର୍

ନବରଙ୍ଗପୁରରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର ଚାଲିଗଲା 3 ଜୀବନ । ଅଧିକ ପଢନ୍ତୁ

Road accident in nabarangpur
ଗଛରେ ପିଟି ହେଲା କାର୍
author img

By

Published : Jun 30, 2023, 9:55 AM IST

Updated : Jun 30, 2023, 10:13 AM IST

ଗଛରେ ପିଟି ହେଲା କାର୍

ନବରଙ୍ଗପୁର: ବିବାହ ଉତ୍ସବରୁ ଫେରୁଥିଲେ ଘଟିଲା ଭୟଙ୍କର ସଡକ ଦର୍ଘଟଣା । ଚାଲିଗଲା 3 ଜୀବନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବାସିନୀ ଛକରେ ଭାରସାମ୍ୟ ହରାଇ ଗଛରେ ଏକ ପିଟି ହୋଇଛି । ଫଳରେ 3 ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଅଛନ୍ତି । ଉମରକୋଟ ଝରିଗାଁ ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।

ସୂଚନାଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜଗଦଲପୁରରୁ ବିବାହ ଉତ୍ସବରେ ଯୋଗ ଦେଇ କାରରେ ଫେରୁଥିଲେ । ଏହି ସମୟରେ ଉମରକୋଟ ବାସିନୀ ଛକରେ ଭାରସାମ୍ୟ ହରାଇ ଓଡ଼ି୨୪ଜି୪୯୬୨ ସ୍ୱିଫ୍ଟ ଡିଜାଇର କାରଟି ଏକ ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣା ଏତେ ଭୟଙ୍କର ଯେ କାର ଭାଙ୍ଗିରୁଜି ଚୁରମାର ହୋଇଛି । କାରରେ ରାଇଘର ବ୍ଲକ ସନପୁର ଗ୍ରାମର ଗୌରାଙ୍ଗ ରାୟ, ଉମରକୋଟ ବ୍ଲକ ଅଞ୍ଚଳା ଗ୍ରାମର ସତ୍ୟ ରଞ୍ଜନ ବେପାରୀ, ତରୂଲତା ବେପାରୀ ରହିଥିଲେ । ଉମରକୋଟ ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଉମରକୋଟ ମେଡ଼ିକାଲରେ ପହଞ୍ଚାଇଥିଲେ କିନ୍ତୁ ଡାକ୍ତର କାର ଡ୍ରାଇଭର ସୁରେଶ ମଣ୍ଡଳ, ସତ୍ୟ ରଞ୍ଜନ ବେପାରୀ ଓ ଗୌରାଙ୍ଗ ରାୟଙ୍କୁ ମୃତ ଘୋଷଣା କରିଥିଲେ । ତରୁଲତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ସ୍ଥାନାନ୍ତର କରାଯାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏହା ବି ପଢନ୍ତୁ...ବରଯାତ୍ରୀଙ୍କ ଉପରେ ଟ୍ରକ ମାଡିଯିବାରୁ 6 ମୃତ, 3ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଏହା ବି ପଢନ୍ତୁ...ଦ୍ରୁତ ଗତି ସାଜିଲା କାଳ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲୋରେ, 7 ମୃତ

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା । ଗତ 5 ଦିନ ଭିତରେ ଏହାକୁ ମିଶାଇ ରାଜ୍ୟରେ ତିନୋଟି ବଡ ସଡକ ଦୁର୍ଘଟଣା ଘଟିଛି ଫଳରେ ଅଦିନରେ ଅନେକ ଜୀବନ ଦୀପ ଲିଭି ଯାଇଛି । ଗତ ଜୁନ 26 ତାରିଖରେ ବ୍ରହ୍ମପୁର ଦିଗପହଣ୍ଡିରେ ଘଟିଥିବା ଭୟଙ୍କର ବସ ଦୁର୍ଘଟଣାରେ 12 ଜଣଙ୍କର ଅକାଳ ମୃତ୍ୟୁ ହୋଇଥିଲା । କନ୍ୟାଯାତ୍ରୀ ବସ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଏହା ରାଜ୍ୟକୁ ଦୋହଲାଇ ଦେଇଥିଲା ।

ଏହାରି ଭିତରେ ପୁଣି ଆଉ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଜୁନ 27 ତାରିଖରେ ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲାରେ ଏକ ବରଯାତ୍ରୀଙ୍କ ଉପରେ ମାଡି ଯାଇଥିଲା ମୃତ୍ୟୁରୂପୀ ଟ୍ରକ । କେନ୍ଦୁଝର ପୁରୁଣା ସହର ସ୍ଥିତ ଷଠୀଘର ସାହିର ଏକ ବିବାହ ଉତ୍ସବରେ ବରଯାତ୍ରୀ ନାଚୁ ଥିବାବେଳେ ଏକ ଟ୍ରକ ସେମାନଙ୍କ ଉପରେ ମାଡି ଯାଇଥିଲା ଫଳରେ 6 ଜଣଙ୍କର ମୃତ୍ୟୁ ହୋଇଥିଲା । ବିବାହର ଖୁସି ନିମିଷକେ ମିଳେଇ ଯାଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Jun 30, 2023, 10:13 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.