ETV Bharat / state

ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ, ଘରକୁ ଘର ବୁଲି ନମୁନା ସଂଗ୍ରହ କରିବେ ସ୍ବାସ୍ଥ୍ୟ କର୍ମୀ - Sero Survey

IMR ଓ RMRC ପକ୍ଷରୁ ଆରମ୍ଭ ହୋଇଛି ସେରୋ ସର୍ଭେ । 7 ଜଣିଆ ପ୍ରତିନିଧି ଦଳ ସାହାଯ୍ୟରେ ହେବ ଏହି ସେରୋ ସର୍ଭେ କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ...

ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ, ଘରକୁ ଘର ବୁଲି ନମୁନା ସଂଗ୍ରହ କରିବେ ସ୍ବାସ୍ଥ୍ୟ କର୍ମୀ

author img

By

Published : Sep 4, 2021, 10:19 PM IST

ନବରଙ୍ଗପୁର: ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ସେରୋ ସର୍ଭେ । ଆଗାମୀ ଦିନରେ କୋରୋନା ମହାମାରୀର ତୃତୀୟ ଲହରର ସଂକ୍ରମଣ ଆଶଙ୍କା ରହିଥିବାରୁ ଏହାକୁ ଦ୍ରୁଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ସମେତ ରାଜ୍ୟର 12ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । IMR ଓ RMRC ପକ୍ଷରୁ ଜିଲ୍ଲାର 14ଟି କ୍ଲଷ୍ଟରରେ ଏହି ସର୍ଭେ କାର୍ଯ୍ୟକ୍ରମ ଜାରି ରହିଛି ।

ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ, ଘରକୁ ଘର ବୁଲି ନମୁନା ସଂଗ୍ରହ କରିବେ ସ୍ବାସ୍ଥ୍ୟ କର୍ମୀ

ତେବେ ବିଭିନ୍ନ ଗ୍ରାମରୁ 40 ଜଣଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି । RMRCର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଅସିତ ମାନ ସିଂଙ୍କ ନେତୃତ୍ଵରେ ଏକ 7 ଜଣିଆ ପ୍ରତିନିଧି ଦଳ ଏହି ସର୍ଭେ କରୁଛନ୍ତି । ତେବେ ଜିଲ୍ଲାର ସଦର ବ୍ଲକର ବଡ ମସିଗାଁ ଓ ଚଟାହାଣ୍ଡି ଗ୍ରାମ ପଞ୍ଚାୟତରୁ ଏହି ସର୍ଭେ ଆରମ୍ଭ ହୋଇଛି । ନିର୍ଦ୍ଦିଷ୍ଟ ବୟସ ବର୍ଗର ବ୍ୟକ୍ତି 6ରୁ 9 ବର୍ଗର 4ଟି , 10ରୁ 17 ବର୍ଗର 8ଟି ଓ 18ରୁ ଊର୍ଦ୍ଧ୍ବ ବର୍ଗର 28ଟି ରକ୍ତ ନମୁନା ସଂଗ୍ରହ କରାଯାଇଛି ।

ସେପଟେ ସାଧାରଣ ବର୍ଗରୁ 300ଟି ନମୁନା ସଂଗ୍ରହ ଧାର୍ଯ୍ୟ ହୋଇଥିବାବେଳେ 100 ଟି ନମୁନା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଠାରୁ ସଂଗ୍ରହ କରାଯିବ । ଏହି ସର୍ଭେ ଆସନ୍ତା ସେପ୍ଟେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି । ତେବେ 7 ଦିନ ମଧ୍ୟରେ ଜିଲ୍ଲାର ପାପଡାହାଣ୍ଡି ବ୍ଲକର କଣ୍ଟାସାରୁ, ଜଟାବାଲ, ଝରି ଗାଁ ବ୍ଲକର ଡ଼ଙ୍ଗରିଗୁଡା, ହଳଦୀ ଗୁଡା , ଉମରକୋଟର ବଡବାସିନୀ, ନନ୍ଦାହାଣ୍ଡି ବ୍ଲକର ଧୋଣ୍ଡ୍ରା ସିନ୍ଧିଗୁଡା, ଡାବୁ ଗାଁ ବ୍ଲକର ଘୋଡା ଖୁଣ୍ଟା , ନବରଙ୍ଗପୁର ପୌରପାଳିକାର 13 ଓ 18 ନମ୍ବର ୱାର୍ଡରେ ଏହି ସେରୋ ସର୍ଭେ ହେବା ନେଇ କାର୍ଯ୍ୟକ୍ରମ ରହିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.