ETV Bharat / state

ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ୍, ଜନସଚେତନତା କରିବାକୁ କଂଗ୍ରେସର ଦାବି - ନନବରଙ୍ଗପୁରରେ ସ୍କ୍ରବ୍ ଟାଇଫସ୍‌

ବଢୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ଆଗୁଆ ପଦକ୍ଷେପ ନେବା ସହ ଜନ ସଚେତନତା କରିବାକୁ ଜିଲ୍ଲାପାଳଙ୍କୁ କଂଗ୍ରେସର ଦାବିପତ୍ର । ଅଧିକ ପଢନ୍ତୁ

scrub typhus disease
scrub typhus disease
author img

By ETV Bharat Odisha Team

Published : Sep 16, 2023, 9:33 AM IST

ସ୍କ୍ରବ ଟାଇଫସ୍ ଆତଙ୍କ,

ନବରଙ୍ଗପୁର: ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ । ଡେଙ୍ଗୁ ପରେ ରାଜ୍ୟରେ ଭୟ ବଢାଇଲାଣି ସ୍କ୍ରବ ଟାଇଫସ । ବଢୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ଏଥିରେ ନବରଙ୍ଗପୁର ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି । ହେଲେ ଏନେଇ ସ୍ବାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ । ତେଣୁ ଗତକାଲି ଜିଲ୍ଲା କଂଗ୍ରେସ ମୁନା ତ୍ରିପାଠୀଙ୍କ ନେତୃତ୍ୱ ଏକ ଟିମ ଯାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ।

ତେବେ ପରିସ୍ଥିତି ଭୟାବହ ହେବା ଆଗରୁ ପ୍ରଶାସନ ଆଗୁଆ ପଦକ୍ଷେପ ନେବା ସହ ଜନ ସଚେତନତା କରିବାକୁ ଅନୁରୋଧ କରିଛନ୍ତି । ତତ ସହିତ ଗାଁ ଗାଁରେ ବ୍ୟାନର ମାରିବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ଦିଗରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଦାବି ହୋଇଛି l

ନବରଙ୍ଗପୁର ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍‌ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟ ଜିଲ୍ଲା ମାନଙ୍କରେ କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନି । ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ଦେଖିବାକୁ ମିଳିଥାଏ । ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ । ସର୍ବସାଧାରଣ ପୋଖରୀ, ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହୋଇଥାନ୍ତି । ପୂର୍ବରୁ ଓଡ଼ିଶାରେ ସ୍କବ୍ ଟାଇଫସ ଦେଖିବାକୁ ମିଳୁ ନଥିବା ବେଳେ ବିଗତ କିଛି ବର୍ଷ ହେବ ଏଥିରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି ।

ମୁଖ୍ୟତଃ ଜ୍ଵର, ଆଣ୍ଠୁ ଗଣ୍ଠି ଗୋଳାବିନ୍ଧା, ମୁଣ୍ଡବିନ୍ଧା ହେବା ଏହାର ମୁଖ୍ୟ ଲକ୍ଷଣ । ଆଉ ମଧ୍ୟ ଯେଉଁସ୍ଥାନରେ କୀଟ(ଚିଗାର) କାମୁଡିଥାଏ ସେହି ସ୍ଥାନଟିରେ କଳା ରଙ୍ଗର ଦାଗ ହୋଇଯାଇଥାଏ ଓ ସେହି ସ୍ଥାନରେ ସ୍କିନ ଡେଡ ହୋଇଯାଏ । ସେହି ସ୍ଥାନକୁ ଏଚାର ବୋଲି କୁହାଯାଏ । ସେହିପରି ସ୍କ୍ରବ ଟାଇଫସ ରୋଗର ଚିକିତ୍ସା ପଦ୍ଧତି ମଧ୍ୟ ଅତି ସହଜ । ରୋଗ ଚିହ୍ନଟ ହେଲେ ଚିକିତ୍ସା ଅତି ସହଜରେ ହୋଇଥାଏ । ଏହାର ପରୀକ୍ଷା ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲରେ ଏଲିସା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି ।

ଏହା ମଧ୍ୟ ପଢନ୍ତୁ- ନବରଙ୍ଗପୁରରେ ସ୍କ୍ରବ ଟାଇଫସ ଆତଙ୍କ, ପ୍ରତିକାର ପାଇଁ ତତ୍ପର ସ୍ବାସ୍ଥ୍ୟ ବିଭାଗ

ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି । ତେବେ ଏନେଇ ଜିଲ୍ଳା ସ୍ବାସ୍ଥ୍ୟ ବିଭାଗ ଅଙ୍ଗନୱାଡି କର୍ମୀ, ଏ ଏନ ଏମ, ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆ ଯାଉଛି ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. କାଳୀ କୃଷ୍ଣ ବେହେରା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.