ETV Bharat / state

ପରୀକ୍ଷା ସମୟରେ ଗାଈ ଚରାଉଛନ୍ତି ପିଲା, ରେକର୍ଡରେ ଫୁଲ ପ୍ରେଜେଣ୍ଟ - ପିଲାଙ୍କୁ ସ୍କୁଲମୁହାଁ କରିବାପାଇଁ ସରକାରୀ ଯୋଜନା

ପିଲାଙ୍କୁ ସ୍କୁଲମୁହାଁ କରିବାପାଇଁ ସରକାର କେତେ କଣ ଯୋଗାଇ ଦେଇଛନ୍ତି। ମଧ୍ୟାହ୍ନ ଭୋଜନଠୁ ଆରମ୍ଭ କରି, ପୋଷାକ ବହି ସବୁକିଛି। ହେଲେ ପିଲା ସ୍କୁଲ ନିକଟରେ ଗାଈ ଚରାଉଛନ୍ତି,ଖେଳୁଛନ୍ତି ଓ ବୁଲୁଛନ୍ତି। ହେଲେ ଏପଟେ ପରୀକ୍ଷା ଚାଲିଥିବାରୁ ଖାତାରେ ପିଲାଙ୍କର କିନ୍ତୁ ଫୁଲ ଉପସ୍ଥାପନା । ଅଧିକ ଖବର ପଢନ୍ତୁ...

ପରୀକ୍ଷା ସମୟରେ ଗାଇ ଚରାଉଛନ୍ତି ପିଲା, ଖାତାରେ ଫୁଲ୍ ଉପସ୍ଥାନ
author img

By

Published : Nov 8, 2019, 10:39 PM IST

ନବରଙ୍ଗପୁର:ସାରା ରାଜ୍ୟରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କ ପରୀକ୍ଷା ଚାଲିଛି । ପ୍ରଶ୍ନପତ୍ର ନିଅଣ୍ଟ ପାଇଁ ବ୍ଲାକବୋଡ଼ରେ ଲେଖାହୋଇ ପିଲାଙ୍କୁ ପ୍ରଶ୍ନପତ୍ର ଯୋଗା ଯାଉଛି । ଯେପରି ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ହେଲେ ନବରଙ୍ଗପୁର ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳର ଚିତ୍ର ଟିକେ ଅଲଗା ।

ପରୀକ୍ଷା ସମୟରେ ଗାଇ ଚରାଉଛନ୍ତି ପିଲା, ଖାତାରେ ଫୁଲ୍ ଉପସ୍ଥାନ

ସୂଚନା ଅନୁସାରେ, ଉମରକୋଟ ବ୍ଲକ ଅଲମାଗୁଡା ସ୍କୁଲ ଉପସ୍ଥାନରେ ହୋଇଛି ବ୍ୟାପକ ଅନିୟମିତତା । ସମସ୍ତ ପିଲା ଆସିଥିବାର ଉପସ୍ଥାନ ପଡିଛି ଓ ପରୀକ୍ଷା ମଧ୍ୟ ଦେଇଛନ୍ତି । ହେଲେ ସତ ଦେଖିଲା ବେଳକୁ କିଛି ଅଲଗା । ପିଲାମାନେ ସ୍କୁଲ ନଯାଇ କିଏ ସ୍କୁଲ ନିକଟରେ ଗାଈ ଚରାଉଛି ତ କିଏ ବୁଲୁଛି ।

ଏପଟେ ପିଲାଙ୍କୁ ପଚାରିଲେ ଯେଉଁ ଉତ୍ତର ମିଳୁଛି ତାହା ଦେଶର ଜଣେ ଭବିଷ୍ୟତ ଠାରୁ ଆଶା କରାଯାଇନପାରେ । କିଏ କହୁଛି କାଲି ପରୀକ୍ଷା ଦେଇଥିଲି, ଆଜି ବି ପରୀକ୍ଷା ଅଛି ହେଲେ ମା' ମନା କଲେ ବୋଲି ଯାଇନି । ଏମିତିକି ଆଜି କେଉଁ ବିଷୟରେ ପରୀକ୍ଷା ତାହାବି ଠିକ ସେ ଜାଣିନାହାଁନ୍ତି ଛାତ୍ରଛାତ୍ରୀ । ସେପଟେ ଆଉ ଜଣେ ଛାତ୍ର ପଞ୍ଚମ ପରଠୁ 2ବର୍ଷ ହେଲା ପାଠ ନପଢି ଗାଈ ଚରାଉଛି । କାରଣ ଘରେ ଆଉ ପଢ଼ାଇଲେ ନାହିଁ ଓ ଆଗକୁ ପଢ଼ାଇଲେ ମୁଁ ପଢିବି ବୋଲି କହୁଛି ।

ଏ ବିଷୟରେ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିବାକୁ ରୋକଠୋକ ମନା କରିଦେଇଛନ୍ତି । ପରୀକ୍ଷା ସମୟରେ ସମସ୍ତ ପିଲା ପରୀକ୍ଷା ଦେବାକୁ ସରକାରୀ ନିୟମ ଅନୁଯାୟୀ ବାଧ୍ୟ ସେଥିପାଇଁ ଉପସ୍ଥାପନ ପକାଇଛନ୍ତି ।

ସରକାର ସଭିଏଁ ପଢନ୍ତୁ ବୋଲି ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ପିଲା ସ୍କୁଲ ଆସିବେ ବୋଲି ମଧ୍ୟାହ୍ନ ଭୋଜନ, ପୋଷାକ, ବହି ଇତ୍ୟାଦି ଦେଉଛନ୍ତି । ହେଲେ ପିଲା ଯିବାକୁ ନାରାଜ ଏପଟେ ଅଭିଭାବକ ସଚେତନ ହେଲେ ପିଲା ସ୍କୁଲ ଯିବେ । ହେଲେ ସଚେତନ କରାଇବା କାହା କାମ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ଚାଲିଛି , ହେଲେ ପିଲାମାନେ ସ୍କୁଲକୁ ନଯାଇ ଗାଈ ଚରାଇବା ଓ ବୁଲୁଥିବାର ଦେଖିବାକୁ ମିଳିଛି ହେଲେ ଏପଟେ ସ୍କୁଲ ରେ ଉପସ୍ତାନ ରେ ପିଲା ସବୁ ଆସିଥିବାର ଦେକିବାକୁ ମିଳିଛି

ତାରିଖ - 08-11-19

anchor - ପିଲା ଙ୍କୁ ସ୍କୁଲ ମୁହାଁ କରିବାପାଇଁ ସରକାର କେତେ କଣ ଯୋଗାଇ ଦେଇଛନ୍ତି ଛାତ୍ରଛାତ୍ରୀଙ୍କୁ । ମଧ୍ୟାନ ଭୋଜନ ଠୁ ଆରମ୍ଭ କରି, ପୋଷାକ ବହି ସବୁ ଦିଆଯାଉଛି । ହେଲେ ପିଲା ସ୍କୁଲ ନିକଟରେ ଗାଈ ଚରାଉଛନ୍ତି , ଖେଳୁ ଛନ୍ତି , ବୁଲୁ ଛନ୍ତି । ହେଲେ ଏପଟେ ପରୀକ୍ଷା ଚାଲି ଥିବାରୁ ଉପସ୍ଥାନ ରେ ଫୁଲ ପିଲା । ଆସନ୍ତୁ ଦେଖିବା ନବରଙ୍ଗପୁରରୁ ଏହି ରିପୋର୍ଟ ।
ସାରା ରାଜ୍ୟରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଚାଲିଛି ପରୀକ୍ଷା । ପ୍ରଶ୍ନ ପତ୍ର ନିଆଁଣ୍ଟ ପାଇଁ ବ୍ଲାକବୋଡ଼ ରେ ପ୍ରଶ୍ନ ଲେଖିବାର ଦେଖିବାର ମିଳୁଛି । ଯେପରି ସମସ୍ତ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ ତାହା କରାଯାଇଛି । ହେଲେ ନବରଙ୍ଗପୁର ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳର ଚିତ୍ର ଅଲଗା । ଉମରକୋଟ ବ୍ଲକ ଅଲମାଗୁଡା ସ୍କୁଲ ଉପସ୍ତାନ କୁ ଦେଖନ୍ତୁ ସମସ୍ତ ପିଲା ଆସିଥିବାର ଉପସ୍ଥାପନ ପଡିଛି ପରୀକ୍ଷା ମଧ୍ୟ ଦେଇଛନ୍ତି । ହେଲେ ସତ ଦେଖିଲା ବେଳେ ସବୁ ଓଲଟା । ପିଲାମାନେ ସ୍କୁଲ ନଯାଇ କେହି ଖେଉଛନ୍ତି , ଆଉ କିଏ ଗାଇଚରାଉଛି । ଏପଟେ ପିଲାଙ୍କୁ ପଚାରିଲେ କାଲି ପରୀକ୍ଷା ଦେଇଥିଲି ଆଜି ବି ପରୀକ୍ଷା ଅଛି ହେଲେ ମାଁ ମାନ କଲେ ବୋଲି ଯାଇନି ଏମିତିକି ଆଜି କଣ ପରୀକ୍ଷା ତାହାବି ଠିକ ସେ ଜାଣି ନାହାନ୍ତି । ଏପରିକି ସେ ଗଲାନି ବୋଲି ସେଥିପାଇଁ ଅନ୍ୟ ସାଙ୍ଗ ମାନେ ମଧ୍ୟ ମୋ ସହ ସ୍କୁଲ ନଯାଇ ଖେଳୁଛନ୍ତି । ସେପଟେ ଆଉ ଜଣେ ଛାତ୍ର ପଞ୍ଚମ ପରଠୁ ଦୁଇ ବର୍ଷ ହେଲେ ପାଠ ନ ପଢି ଗାଈ ଚରାଉଛି । କାରଣ ଘରେ ଆଉ ପଢ଼ିଲେ ନାହିଁ । ପଢ଼ିଲେ ପଢିବି କହୁଛି ।

ଏ ବିଷୟରେ ସ୍କୁଲ ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ କେମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି । ପରୀକ୍ଷା ସମୟରେ ସମସ୍ତ ପିଲା ପରୀକ୍ଷା ଦେବାକୁ ସରକାରୀ ନିୟମ ଅନୁଯାୟୀ ବାଧ୍ୟ ସେଥିପାଇଁ ଉପସ୍ଥାପନ ପକାଇଛନ୍ତି ।

ସରକାର ସଭିଏଁ ପଢନ୍ତୁ ବୋଲି ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ପିଲା ସ୍କୁଲ ଆସିବେ ବୋଲି ମଧ୍ୟାନ ଭୋଜନ , ପୋଷାକ, ବହି ଇତ୍ୟାଦି ଦେଉଛନ୍ତି । ହେଲେ ପିଲା ଯିବାକୁ ନାରାଜ ଏପଟେ ଅଭିଭାବକ ସଚେତନ ହେଲେ ପିଲା ସ୍କୁଲ ଯିବେ । ହେଲେ ସଚେତନ କରାଇବା କାହା କାମBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.