ETV Bharat / state

ନବରଙ୍ଗପୁରରେ ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ଏସ୍.ସୁଶ୍ରୀ - ନବରଙ୍ଗପୁରରେ ନୂତନ ଏସପି

ରାଜ୍ୟରେ ଆଇପିଏସ୍‌ ସ୍ତରରେ ଅଦଳବଦଳ । ବଦଳିଲେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ । ଅଧିକ ପଢ଼ନ୍ତୁ

ନବରଙ୍ଗପୁରରେ ନୂତନ ଏସପି : ଦାୟିତ୍ୱ ଗ୍ରହଣ କଲେ ଏସ୍.ସୁଶ୍ରୀ

author img

By

Published : May 9, 2022, 8:17 PM IST

ନବରଙ୍ଗପୁର : ବଦଳିଲେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ । ଯୋଗ ଦେଲେ ନୂତନ ଆରକ୍ଷୀ ଅଧୀକ୍ଷକ ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ କାର୍ଯ୍ୟରତ ଏସ୍. ସୁଶ୍ରୀ । ଆଜି ଏସ୍. ସୁଶ୍ରୀ ନୂତନ ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ଜିଲ୍ଲାରେ ଆଇନ ଶୃଙ୍ଖଳା ଉପରେ ବିଶେଷ ଦୃଷ୍ଟି ଦେବା ସହ ଜିଲ୍ଲାରେ ଟ୍ରାଫିକ ସମସ୍ୟା ଉପରେ ସୁଧାର ଆଣିବାକୁ ଚେଷ୍ଟା କରିବା କଥା କହିଛନ୍ତି ।

ନବରଙ୍ଗପୁରରେ ନୂତନ ଏସପି : ଦାୟିତ୍ୱ ଗ୍ରହଣ କଲେ ଏସ୍.ସୁଶ୍ରୀ

ସାଧାରଣ ଲୋକ ଓ ପୋଲିସ ମଧ୍ୟରେ ଉତ୍ତମ ବୁଝାମଣା ରଖି କାର୍ଯ୍ୟ କରିବାସହ ସମସ୍ତଙ୍କ ସାହାଯ୍ୟ ସହଯୋଗରେ ସାଧାରଣ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କ ସହ ଆଲୋଚନା କରିବାସହ ଉପସ୍ଥିତ ସମସ୍ତ ସାମ୍ବାଦିକ ନିଜର ପରିଚୟ ପ୍ରଦାନ କରିଥିଲେ ।

ଆଗରୁ ଯେଉଁ ଭଳି ଭାବରେ ସାମ୍ବାଦିକଙ୍କ ସହ ସୁସମ୍ପର୍କ ରହିଛି ତାହା ବଜାୟ ରଖିବା ସହ ସମସ୍ତେ ମିଶି ନବରଙ୍ଗପୁର ଜିଲ୍ଲାର ସମସ୍ୟା ଉପରେ ଗୁରୁତ୍ୱ ଦେଇ ସୁରକ୍ଷିତ ଏବଂ ସୁନ୍ଦର ନବରଙ୍ଗପୁର ଗଢିବାରେ ସହଯୋଗ ଦେବା ନେଇ ପ୍ରକାଶ କରିଥିଲେ l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.