ETV Bharat / state

ହିନ୍ଦୁ ସୁରକ୍ଷା ସମିତି ପକ୍ଷରୁ ରାଇଘର-ଜୟପୁର ମୁଖ୍ୟ ରାସ୍ତା ଅବରୋଧ - Road block at Umarkote

ଉମରକୋଟ ସହରରେ ହିନ୍ଦୁ ସୁରକ୍ଷା ସମିତି ପକ୍ଷରୁ ରାଇଘର-ଜୟପୁର ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି ।

Road block by Hindu surakhya samiti at Umarkote
ହିନ୍ଦୁ ସୁରକ୍ଷା ସମିତି ପକ୍ଷରୁ ରାଇଘର-ଜୟପୁର ମୁଖ୍ୟ ରାସ୍ତା ଅବରୋଧ
author img

By

Published : Aug 6, 2020, 10:59 PM IST

ନବରଙ୍ଗପୁର: ଉମରକୋଟ ସହରରେ ହିନ୍ଦୁ ସୁରକ୍ଷା ସମିତି ପକ୍ଷରୁ ରାଇଘର-ଜୟପୁର ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି । ଯେଉଁଠି ଗତକାଲି ରାମ ମନ୍ଦିର ଭୂମି ପୂଜନ ଉତ୍ସବ ପାଇଁ ଉମରକୋଟ ହିନ୍ଦୁ ସୁରକ୍ଷା ସମିତି ଶାଖା ପକ୍ଷରୁ ସହରର ମୁଖ୍ୟ ରାସ୍ତା ସହ ବିଭିନ୍ନ ସାହି ଅଞ୍ଚଳରେ ପତକା ଏବଂ ଝଣ୍ଡା ଲଗା ଯାଇଥିଲା । ମୁସଲିମ୍ ସାହିର କିଛି ସ୍ଥାନରେ ଉଦ୍ଧେଶ୍ୟମୂଳକ ଭାବେ ଝଣ୍ଡା ଓ ପତକା ଲଗାଯାଇଥିବା ନେଇ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଦୁଇ ଜଣ ହିନ୍ଦୁ ସୁରକ୍ଷା ସମିତିର ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚ।ଲାଣ କରିଛନ୍ତି ।

ହିନ୍ଦୁ ସୁରକ୍ଷା ସମିତି ପକ୍ଷରୁ ରାଇଘର-ଜୟପୁର ମୁଖ୍ୟ ରାସ୍ତା ଅବରୋଧ

ଏହାର ପ୍ରତିବାଦରେ ଆଜି ସନ୍ଧ୍ୟାରେ ହିନ୍ଦୁ ସୁରକ୍ଷା ସମିତି ଏବଂ ସ୍ଥାନୀୟ ଲୋକେ ରାଇଘର-ଜୟପୁର ମୁଖ୍ୟ ରାସ୍ତା ଉପରେ ଧାରଣା ଦେବା ସହ ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଛି ।

ସେପଟେ ଘଟଣାର ଗୁରୁତ୍ତ୍ବକୁ ଦେଖି ନବରଙ୍ଗପୁର ଏସପି ନିତିନ କୁସଲକର, ଏସଡିପିଓ ହେମନ୍ତ କୁମାର ପାଢୀ, ଉପ-ଜିଲ୍ଲାପାଳ ଭାସ୍କର ରୋଇତ, ତହସିଲଦାର ହିମାଞ୍ଚଳ ମାଝୀଙ୍କ ସମେତ ଥାନା ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନକାରୀ ଆନ୍ଦୋଳନରୁ ଓହରିଛନ୍ତି । ରାସ୍ତା ରୋକ ହଟିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.