ETV Bharat / state

ଜିଲ୍ଲାର ଧାନମଣ୍ଡି ସମସ୍ୟାକୁ ବିଧାନସଭାରେ ଉଠାଯିବ: ପ୍ରଦୀପ୍ତ ନାୟକ - ନବରଙ୍ଗପୁରରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ନବରଙ୍ଗପୁର ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାର ମଣ୍ଡି ସମସ୍ୟା ପ୍ରସଙ୍ଗକୁ ବିଧାନସଭାରେ ଉଠାଯିବ ବୋଲି ପ୍ରଦୀପ୍ତ ନାୟକ କହିଛନ୍ତି । ଅଧିକ ପଢନ୍ତୁ...

Rice procurement problems will be raised in Assembly: Pradip Nayak
ଜିଲ୍ଲାର ଧାନମଣ୍ଡି ସମସ୍ୟାକୁ ବିଧାନସଭାରେ ଉଠାଯିବ: ପ୍ରଦୀପ ନାୟକ
author img

By

Published : Feb 11, 2021, 7:24 PM IST

Updated : Feb 11, 2021, 7:49 PM IST

ନବରଙ୍ଗପୁର: ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବିଭିନ୍ନ ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ମଣ୍ଡିରେ ଚାଷୀ ସମସ୍ୟା ସହିତ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ନିଜ ମତ ପ୍ରକାଶ କରିଛନ୍ତି ।

କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ମଣ୍ଡି ପରିଦର୍ଶନ କରିବା ସହିତ ସେଠାରେ ଟାର୍ଗେଟ ନ ଥିବାରୁ ମଣ୍ଡିରେ ଧାନ ବିକ୍ରି କରିନପାରି କିଭଳି ହନ୍ତସନ୍ତ ହେଉଛନ୍ତି ତାହା ଆଲୋକପାତ କରିବା ସହିତ ଚାଷୀଙ୍କ ଏହି ସମସ୍ୟାକୁ ବିଧାନସଭାରେ ଉଠାଯିବ ବୋଲି ପ୍ରଦୀପ୍ତ ନାୟକ କହିଛନ୍ତି । ଜିଲ୍ଲାରେ ଧାନ ସହ ମକା, ମାଣ୍ଡିଆ ଚାଷୀମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିବା ସହ ରାଜ୍ୟ ସରକାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜମିକୁ ଜଳସେଚନର ଲକ୍ଷ୍ୟ ରଖିଥିବାବେଳେ ନବରଙ୍ଗପୁରରେ ମାତ୍ର ୨୮ ପ୍ରତିଶତ ଜମି ଜଳସେଚିତ ହୋଇଥିବା ରାଜ୍ୟ ବିଜେପି ସଭାପତି ପ୍ରକାଶ କରିଛନ୍ତି ।

ଜିଲ୍ଲାର ଧାନମଣ୍ଡି ସମସ୍ୟାକୁ ବିଧାନସଭାରେ ଉଠାଯିବ: ପ୍ରଦୀପ୍ତ ନାୟକ

ଜିଲ୍ଲାରେ ଚାଷୀ ଅକଥନୀୟ ଅତ୍ୟାଚାରର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ପଡ଼ୋଶୀ ରାଜ୍ୟ କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ । କୋଟିଆର ଗରିବ ଜନସାଧାରଣଙ୍କ ବିଭିନ୍ନ ଯୋଜନାର ଅର୍ଥ ଓ ରାଶନ ସାମଗ୍ରୀକୁ ସ୍ଥାନୀୟ କର୍ମଚାରୀଙ୍କ ଦ୍ଵାରା ହଡପ କରାଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଜାଣି ମଧ୍ୟ ସେଥିରୁ ନିରବ ଦ୍ରଷ୍ଟା ସାଜିଥିବା ସମୀର କହିଛନ୍ତି ।

ଲକଡାଉନ ଭଳି ଦୁର୍ଦ୍ଦିନ ସମୟରେ ମଧ୍ୟ ମୋଦି ସରକାର ଦେଇଥିବା ଆଠ ମାସର ମାଗଣା ରାଶନ ସାମଗ୍ରୀ ମଧ୍ୟରୁ ସେଥିରୁ ପଞ୍ଚାୟତବାସୀଙ୍କୁ କାହାକୁ ଦୁଇ ମାସ ତ ଅନ୍ୟ କାହାକୁ ତିନି ମାସର ସାମଗ୍ରୀ ଦେଇ ବଳକା ସାମଗ୍ରୀକୁ ହଡପ କରାଯାଇଛି । ତେଣୁ ସେମାନଙ୍କ ଉପରେ ହେଉଥିବା ଏହି ଅନ୍ୟାୟର ପ୍ରତିବାଦରେ ସରକାରଙ୍କ ଉପରେ ଆକ୍ରୋଶ ରଖି କୋଟିଆ ବାସିନ୍ଦା ଓଡିଶାରୁ ଦୂରେଇ ଯାଉଥିବା ଅଭିଯୋଗ କରିଛନ୍ତି । ରାଜାକୁ ଛାଡି ପ୍ରଜା ପଳାୟନ କରୁଥିବା ସମୀର କଟାକ୍ଷ କରି କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Feb 11, 2021, 7:49 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.