ETV Bharat / state

ମିଳିଲାନି ଗାଡି, କାନ୍ଧରେ ମୃତଦେହ ବୋହିଲେ ସମ୍ପର୍କୀୟ - ନବରଙ୍ଗପୁରରେ କାନ୍ଧରେ ବୁହା ହେଲା ମୃତଦେହ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମୃତଦେହ ବାହାକ ଗାଡ଼ି ନମିଳିବାରୁ ତିନି କିଲୋମିଟର କାନ୍ଧରେ ମୃତଦେହ ବୋହିଲେ ସମ୍ପର୍କୀୟ । ଅଧିକ ପଢନ୍ତୁ

କାନ୍ଧରେ ମୃତଦେହ ବୋହିଲେ ସମ୍ପର୍କୀୟ
କାନ୍ଧରେ ମୃତଦେହ ବୋହିଲେ ସମ୍ପର୍କୀୟ
author img

By

Published : Jun 24, 2022, 8:15 PM IST

ନବରଙ୍ଗପୁର: ମିଳିଲାନି ମୃତଦେହ ବାହାକ ଗାଡ଼ି, ତିନି କିଲୋମିଟର କାନ୍ଧରେ ମୃତଦେହ ବୋହିଲେ ସମ୍ପର୍କୀୟ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକରୁ ଆସିଛି ଏଭଳି ଚିତ୍ର । ତେନ୍ତୁଳିଖୁଣ୍ଟି ବ୍ଲକର ବରଡ଼ାଯୋଡ଼ି ଗ୍ରାମର ଏକ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ବେଳେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ ପୋଲିସ ନିଷ୍ପତ୍ତି ନେଇଥିଲା । ତେବେ ବ୍ଲକ କାର୍ଯ୍ୟଳୟ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଏହି ଗ୍ରାମକୁ ଯିବାପାଇଁ ଭଲ ରାସ୍ତାଟିଏ ନାହିଁ ଗ୍ରାମ ଠାରୁ ୪ କିଲୋମିଟର ଦୂର ସିନ୍ଧିଗୁଡ଼ା ପର୍ଯ୍ୟନ୍ତ ହିଁ ଚାରି ଚକିଆ ଗାଡ଼ି ଯାଇପାରୁଥିବା ବେଳେ ଆଗକୁ ପାହାଡିଆ ରାସ୍ତା ଥିବାରୁ ଆଉ ଗାଡ଼ି ଯାଇପରୁନାହି ।

କାନ୍ଧରେ ମୃତଦେହ ବୋହିଲେ ସମ୍ପର୍କୀୟ

ତେବେ ଅନେକ ଚେଷ୍ଟା ସତ୍ତ୍ଵେ ଗ୍ରାମକୁ ଯିବାପାଇଁ ମୃତଦେହ ବାହକ ଗାଡ଼ି ନମିଳିବାରୁ ଦୀର୍ଘ ସମୟ ଧରି ମୃତଦେହ ଗ୍ରାମରେ ପଡ଼ିରହିଥିଲା । ତେବେ ପୋଲିସ ନିଜ ପକେଟରୁ ଏକ ପ୍ରାଇଭେଟ ଗାଡ଼ି ଠିକ କରିଥିଲେ । ଗ୍ରାମବାସୀଙ୍କ ସହାୟତାରେ ମୃତଦେହକୁ କାନ୍ଧେଇ ଜଙ୍ଗଲ ପାହାଡିଆ ରାସ୍ତାରେ ତିନି କିଲୋମିଟର ଆଣିବା ପରେ ସେହିଠାରୁ ସେହି ଗାଡ଼ିରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.