ETV Bharat / state

ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ - ଖଟିଆରେ ବୁହା ହେଲେ ଗର୍ଭବତୀ

ପୁଣି ସାମ୍ନାକୁ ଆସିଲା ବିକାଶର ନଗ୍ନ ଚିତ୍ର । ୧ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ । ଯାତାୟତ ପାଇଁ ରାସ୍ତା ନଥିବାରୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଖଟିଆରେ ବୋହିବା ସହ ନଦୀ ପାର୍ କରାଇଛନ୍ତି ସମ୍ପର୍କୀୟ । ଅଧିକ ପଢ଼ନ୍ତୁ

ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

author img

By

Published : Jun 28, 2022, 6:03 PM IST

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉପାନ୍ତ ଅଞ୍ଚଳର ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଗର୍ଭବତୀଙ୍କୁ ଖଟିଆରେ ବୋ‌ହି ଭରା ନଦୀ ପାର କଲେ ସମ୍ପର୍କୀୟ ଗାଁକୁ। ରାସ୍ତା ନଥିବା ସହ ନଦୀରେ ପୋଲ ନିର୍ମାଣ ହୋଇପାରିନି । ତେଣୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ୧କିଲୋମିଟର ଖଟିଆରେ ବୋହିବା ସହ ନଦୀ ପାର କରାଇଛନ୍ତି ସମ୍ପର୍କୀୟ ।

ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଡାହିମାଲ ଗ୍ରାମ ଦୁଇମହାଲ ସାହିରେ । ଭଜନ ଭତ୍ରାଙ୍କ ପତ୍ନୀ ଉଷାବତୀ ଭତ୍ରା (୨୦) ପ୍ରସବ ବେଦନା ଅନୁଭବ କରିବାରୁ ପରିବାର ଲୋକ ଘରେ ପ୍ରସବ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଉଷାବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସକାଳେ ପରିବାର ଲୋକ ସ୍ଥାନୀୟ ଆଶା କର୍ମୀ ନଳିନୀ ହରିଜନଙ୍କୁ ଖବର ଦେଇଥିଲେ ।

ଉଷାବତୀ ତୁରନ୍ତ ପହଞ୍ଚି ନଳିନୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ପାଇଁ ଆମ୍ବୁଲାନ୍‌ସକୁ ଯୋଗାଯୋଗ କରିଥିଲେ । ଦୁଇମହାଲ ସାହି ଠାରୁ ୧ କିଲୋମିଟର ଦୂରରେ ଥିବା ନଦୀରେ ପୋଲ ନିର୍ମାଣ ହୋଇ ନଥିବା ବେଳେ ବର୍ଷା ଯୋଗୁଁ ଏହି ନଦୀରେ ଅଧିକ ପାଣି ପ୍ରବାହିତ ହେଉଥିଲା । ଫଳରେ ନଦୀ ନିକଟରେ ଆମ୍ବୁଲାନ୍‌ସ ଅଟକି ଯାଇଥିଲା । ପରେ ଆମ୍ବୁଲାନ୍‌ସ ଚାଳକ ବଂଶୀ ହରିଜନ ଚାଲି ଚାଲି ଦୁଇମହଲା ସାହିରେ ପହଞ୍ଚିଥିଲେ ।

ନଦୀ ନିକଟରେ ଆମ୍ବୁଲାନ୍‌ସ ଅଟକି ଯାଇଥିବା ଜାଣିବା ପରେ ସ୍ଥାନୀୟ ଆଶା କର୍ମୀ ଓ ଆମ୍ବୁଲାନ୍‌ସ ଚାଳକଙ୍କ ସହାୟତାରେ ସମ୍ପର୍କୀୟମାନେ ଉଷାବତୀଙ୍କୁ ୧ କିଲୋମିଟର ଖଟିଆରେ ବୋହି ନେଇଥିଲେ। ପରେ ଉଷାବତୀଙ୍କୁ ଆମ୍ବୁଲାନ୍‌ସରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ବର୍ତ୍ତମାନ ନବଜାତ ଶିଶୁ ଓ ଉଷାବତୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.