ETV Bharat / state

Municipal Election: ନବରଙ୍ଗପୁରରେ ଚାଲିଛି ଜୋରସୋର ପ୍ରଚାର-ପ୍ରସାର - ନିର୍ବାଚନୀ ପ୍ରଚାର ଖବର ନବରଙ୍ଗପୁର

ପୌର ନିର୍ବାଚନ ପାଇଁ ନବରଙ୍ଗପୁରରେ ଚାଲିଛି ଜୋରସୋର ପ୍ରଚାର-ପ୍ରସାର । ଗଡ ଜୟ ପାଇଁ ଲାଗି ପଡିଛନ୍ତି ୩ ଦଳର କର୍ମୀ ଓ ପ୍ରାର୍ଥୀ । ଅଧିକ ପଢନ୍ତୁ

Municipal Election: ନବରଙ୍ଗପୁରରେ ଚାଲିଛି ଜୋରସୋର ପ୍ରଚାର-ପ୍ରସାର

author img

By

Published : Mar 20, 2022, 7:51 PM IST

ନବରଙ୍ଗପୁର: ଆଉ କିଛିଦିନ ପରେ ଅନୁଷ୍ଠିତ ହେବ ପୌର ପରିଷଦ ନିର୍ବାଚନ । ଏଥିପାଇଁ ନବରଙ୍ଗପୁର ସହରରେ ଚାଲିଛି ଜୋରଦାର ପ୍ରଚାର-ପ୍ରସାର । ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ ଆସନ ହାତେଇବା ପାଇଁ ଅଙ୍କାକଷା ଜାରି ରଖିଛନ୍ତି ୩ ପ୍ରମୁଖ ଦଳ । ବିକାଶକୁ ବିଜେଡ଼ି ଭୋଟରଙ୍କ ନିକଟରେ ମୁଦ୍ଦା କରି ଥିବାବେଳେ ବିଜେପି ଦୁର୍ନୀତି ବିରୋଧରେ ଲଢ଼େଇ କରି ଭୋଟରଙ୍କୁ ଆକୃଷ୍ଟ କରୁଛି ।

Municipal Election: ନବରଙ୍ଗପୁରରେ ଚାଲିଛି ଜୋରସୋର ପ୍ରଚାର-ପ୍ରସାର

ଏପଟେ କିଛି କର୍ମୀଙ୍କୁ ଧରି ଘରକୁ ଘର ବୁଲି ପ୍ରଚାର କରୁଛି କଂଗ୍ରେସ । ତେବେ ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ସବୁ ଦଳ ପାଇଁ ଏହା ସମ୍ନାନର ପ୍ରଶ୍ନ । ପଞ୍ଚାୟତ ନିର୍ବାଚନରେ ବେଶ ସଫଳତା ମିଳିବା ପରେ ବିଜେଡ଼ି ଏବେ ଜୋସରେ ଅଛି । କଂଗ୍ରେସ ନେତା ଭୀମ ହରିଜନଙ୍କୁ ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ କରିଛି ବିଜେଡି । ସେପଟେ ବିଫଳତାକୁ ବ୍ୟବଚ୍ଛେଦ କରି ବିଜେପି ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କୁନୁ ନାୟକଙ୍କୁ ମୈଦାନକୁ ପଠାଇଛି । କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିବା ପରେ ଜଣେ ମହିଳା ଇଂ ନିଲମ ହରିଜନଙ୍କୁ ପ୍ରାର୍ଥୀ କରିଛି ।

17 ୱାର୍ଡ ବିଶିଷ୍ଟ ନବରଙ୍ଗପୁର ପୌର ପରିଷଦରେ ଗତ ତିନୋଟି ନିର୍ବାଚନରେ ବିଜେଡି ଦଖଲରେ ଥିବାବେଳେ ପୂର୍ବ ସ୍ଥିତି ବଜାୟ ରଖିବାପାଇଁ ବିଜେଡି ରଣକୌଶଳ ପ୍ରସ୍ତୁତି କରିଛି । ବିଜେପିର ବିଦ୍ରୋହୀ ନେତାଙ୍କୁ ସାମିଲ କରି ନିଜର ଶକ୍ତି ବୃଦ୍ଧି କରିଛି । ଅପର ପକ୍ଷରେ ବିଜେପିର ନେତା ଦଳ ଛାଡିଥିଲେ ମଧ୍ୟ ନୂତନ ସମ୍ଭାବନା ନେଇ ଏକ ନିର୍ବିବାଦୀୟ ଚେହେରାକୁ ପ୍ରାର୍ଥୀ କରିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.