ନବରରଙ୍ଗପୁର: ରାତିଅଧିଆ ଦାଦାଗିରି ପୋଲିସକୁ ପଡିଛି ମହଙ୍ଗା । ଜଣେ ନାବାଳିକାଙ୍କ ଘରେ ଧସେଇ ପଶିବା ଅଭିଯୋଗରେ କନେଷ୍ଟବଳଙ୍କୁ ନିସ୍ତୁକ ମାଡ । ନବରଙ୍ଗପୁରର ମକିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ଜିଲ୍ଲାର କୋଡିଙ୍ଗା ଥାନା ଅଧିନସ୍ଥ ମକିଆଁ ଗାଁର ଜଣେ ନାବାଳିକା ତିନିମାସ ହେବ ତାଙ୍କ ଅଜା ଘରେ ରହୁଛନ୍ତି । ସେହି ଗାଁର ଦୁର୍ଯ୍ୟୋ ବିଷୋୟୀ ନାମକ ଜଣେ ଯୁବକ ଉକ୍ତ ନାବାଳିକା ସହ ସମ୍ପର୍କରେ ଥିଲେ।
ତେବେ ଗତ 27 ତାରିଖ ସନ୍ଧ୍ୟାରେ ଦୁର୍ଯ୍ୟୋ ଓ ତାର କନେଷ୍ଟବଳ ସାଙ୍ଗ ଉକ୍ତ ନାବାଳିକାଙ୍କ ଘରକୁ ଆସିଥିଲେ । ସେହି ସମୟରେ ନାବାଳିକା ତାଙ୍କ ଜମିକୁ ଯାଇଥିଲେ ।
ଏହାପରେ ରାତି ସାଢ଼ 11ଟାରେ ପୁର୍ନବାର ଦୁର୍ଯ୍ୟୋ ଏବଂ ତାର ସାଙ୍ଗ ମଧୁ ମାଝୀ ଶୋଇବା ଘର କବାଟ ଠେଲି ଘର ଭିତରେ ପ୍ରବେଶ କରିଥିଲେ । ସେହି ସମୟରେ ନାବାଳିକାଙ୍କ ଅଜା ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଡ ମାରିଥିଲେ । ନାବାଳିକାଙ୍କ ଆଇ ଚିତ୍କାର କରିବାରୁ ଗାଁ ଲୋକେ ତାଙ୍କ ଘର ନିକଟରେ ପହଞ୍ଚି ଯାଇଥିଲେ। ଏହା ମଧ୍ୟରେ ଦୁର୍ଯ୍ୟୋ ସେଠାରୁ ଖସି ପଳାଇ ଥିବା ବେଳେ, ତାଙ୍କ ସାଙ୍ଗ ମଧୁଙ୍କୁ ଧରି ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ।
ଏନେଇ କୋଡଙ୍ଗା ଥାନା ପୋଲିସ ଖବର ପାଇ ମଧୁଙ୍କୁ ଉଦ୍ଧାର କରିଛି । ପରେ ତାଙ୍କୁ ନବରରଙ୍ଗପୁର ଜିଲ୍ଲା ମୁଖ୍ୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତାଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିବା କୋଡିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା । ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ