ETV Bharat / state

ନବରଙ୍ଗପୁରରେ ମିଳୁଛି ପ୍ଲାଷ୍ଟିକ PDS ଚାଉଳ, ଅଭିଯୋଗ ଆଣିଲା କଂଗ୍ରେସ - ପିଡିଏସ ଚାଉଳ ନେଇ କଂଗ୍ରେସର ଅଭିଯୋଗ

ଗରିବଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆଯାଉଥିବା ଅଭିଯୋଗ ଆଣିଛି ନବରଙ୍ଗପୁର ଜିଲ୍ଲା କଂଗ୍ରେସ । ଏହାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଅଧିକ ପଢ଼ନ୍ତୁ

ନବରଙ୍ଗପୁରରେ ମିଳୁଛି ପ୍ଲାଷ୍ଟିକ PDS ଚାଉଳ, ଅଭିଯୋଗ ଆଣିଲା କଂଗ୍ରେସ

author img

By

Published : Dec 8, 2021, 9:28 PM IST

ନବରଙ୍ଗପୁର: କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ପଞ୍ଚାୟତ ଓ ସହରାଞ୍ଚଳରେ ଜଣଙ୍କ ପିଛା ୫ କିଲୋ ଚାଉଳ ବଣ୍ଟନ କରାଯାଉଛି । ତେବେ ଗରିବଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆଯାଉଥିବା ଅଭିଯୋଗ ଆଣିଛି ନବରଙ୍ଗପୁର ଜିଲ୍ଲା କଂଗ୍ରେସ । ଏହାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି ।

ନବରଙ୍ଗପୁରରେ ମିଳୁଛି ପ୍ଲାଷ୍ଟିକ PDS ଚାଉଳ, ଅଭିଯୋଗ ଆଣିଲା କଂଗ୍ରେସ

ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତ ଅନ୍ତର୍ଗତ ଦହଡ଼ାମାଲ ଗ୍ରାମରେ ଅଧିକାଂଶ ହିତାଧିକାରୀଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆଯାଉଥିବା ଅଭିଯୋଗ ହୋଇଛି । ଏହି ପ୍ଲାଷ୍ଟିକ ଚାଉଳକୁ ନିଆଁରେ ପୋଡ଼ିଲେ ପ୍ଲାଷ୍ଟିକ ଭଳି ନିଆଁ ଲାଗୁଛି, ପାଣିରେ ରଖିଲେ ଉପରେ ଭାସିବା ସହିତ ଅଠା ପରି ହାତରେ ଲାଗୁଛି ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ।

ନବରଙ୍ଗପୁର ଜିଲ୍ଲାରେ ୬୨ ପ୍ରତିଶତ ଗରିବ ରହିଛନ୍ତି । ନବୀନ ସରକାର ସେହି ଗରିବଙ୍କୁ ମାରିବାକୁ ଯୋଜନା କରୁଥିବା କଂଗ୍ରେସ କଟାକ୍ଷ କରିଛି । ଏହି ଚାଉଳ ବସ୍ତାରେ କଲିକତା ସିଲ୍‌ ଥିବା ଦେଖା ଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଜିଲ୍ଲା କଂଗ୍ରେସର ୧୦ ଜଣିଆ ଟିମ୍‌ ଏଭଳି ଅଭିଯୋଗ ଆସୁଥିବା ସବୁ ଗ୍ରାମ ଘଟଣାର ଅଧିକ ତଦନ୍ତ କରିବ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ପୂର୍ବତନ ବିଧାୟକ ସଦନ ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.