ETV Bharat / state

ବାତ୍ୟା ଆଶ୍ରୟସ୍ଥଳୀ ହେଲା କୋଭିଡ ହସ୍ପିଟାଲ, ସ୍ଥାନୀୟ ଲୋକଙ୍କ  ପ୍ରତିବାଦ

author img

By

Published : Jul 31, 2020, 6:58 AM IST

କୋଭିଡ କେୟାର ହସ୍ପିଟାଲ ପରିଦର୍ଶନରେ ଆସି ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରାଇତା ହଟ୍ଟହଟ୍ଟା । ହସ୍ପିଟାଲ ଭିତରକୁ ପ୍ରବେଶ କରିବାକୁ ଜିଲ୍ଲାପାଳଙ୍କୁ ଦେଇନାହାନ୍ତି ସ୍ଥାନୀୟ ମହିଳା ।

People oppose Sub-collector visit to covid care hospital
ବାତ୍ୟା ଆଶ୍ରୟସ୍ଥଳୀ ହେଲା କୋଭିଡ ହସ୍ପିଟାଲ, ଲୋକଙ୍କ ବିରୋଧ

ନବରଙ୍ଗପୁର: କୋଭିଡ କେୟାର ହସ୍ପିଟାଲ ପରିଦର୍ଶନରେ ଆସି ନବରଙ୍ଗପୁର ଉପ-ଜିଲ୍ଲାପାଳ ଭାସ୍କର ରାଇତା ହଟ୍ଟହଟା । ହସ୍ପିଟାଲ ଭିତରକୁ ପ୍ରବେଶ କରିବାକୁ ଜିଲ୍ଲାପାଳଙ୍କୁ ଦେଇନାହାନ୍ତି ସ୍ଥାନୀୟ ମହିଳା । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ମୁନିସିପାଲିଟିର 13 ନଂ ୱାର୍ଡରେ ।

ଉମରକୋଟ ମୁନିସିପାଲଟିର 13ନଂ ୱାର୍ଡ ଏକ ଜନଗହଳିପୂର୍ଣ୍ଣ ସ୍ଥାନ । ଏହି ୱାର୍ଡରେ ଏକ ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି । ତେବେ ଏହା ବ୍ୟବହୃତ ହେଉ ନଥିବାରୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏହି ବାତ୍ୟା ଆଶ୍ରୟସ୍ଥଳୀକୁ କୋଭିଡ କେୟାର ହସ୍ପିଟାଲ ଘୋଷଣା କରିଛି ।

କୋଭିଡ ହସ୍ପିଟାଲ ଘୋଷଣା ହେବାପରେ ସ୍ଥାନୀୟ ଲୋକେ ଭୟଭୀତ ହେବା ସହ ଉପଜିଲ୍ଲାପାଳ ଗସ୍ତ ସମୟରେ ବାତ୍ୟା ଆଶ୍ରୟ ସ୍ଥଳୀ ଆଗରେ ଜଗି ବସିଥିଲେ । ପରେ ସ୍ଥାନୀୟ ବାସିନ୍ଦା ଓ ଉପଜିଲ୍ଲାପାଳଙ୍କ ମଧ୍ୟରେ ଦୀର୍ଘ ସମୟ ଧରି କଥା କଟାକଟି ହୋଇଥିଲା । ଏହାପରେ ବିରକ୍ତ ହୋଇ ଉପଜିଲ୍ଲାପାଳ ଚାଲି ଯାଇଥିଲେ । ତେବେ ଆଗାମୀ ଦିନରେ ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବାକୁ ନିଷ୍ପତି ନେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.