ETV Bharat / state

ନବରଙ୍ଗପୁରରେ ପୁଣି ଦିନକରେ 100 ପାର ଆକ୍ରାନ୍ତଙ୍କ ସଂଖ୍ୟା - nabarangpur corona news

ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଇ 3547ରେ ପହଞ୍ଚିଛି । ଯେଉଁଥିରେ 2709 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ପୁଣି ଗୋଟିଏ ଦିନରେ ଶତକ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Sep 28, 2020, 4:13 PM IST

ନବରଙ୍ଗପୁର: ଜିଲ୍ଲାରେ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମିତ ସଂଖ୍ୟା । ଜିଲ୍ଲାରେ ଦିନକୁ ଦିନ ବଢୁଥିବା କୋରୋନା ପ୍ରକୋପ ଲୋକଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ସୋମବାର ପୁଣି 124 ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ 124 ଜଣଙ୍କ ମଧ୍ୟରୁ ନବରଙ୍ଗପୁର ପୌରାଞ୍ଚଳରୁ 56 ଜଣ, ନନ୍ଦାହାଣ୍ଡି ବ୍ଲକରୁ 18 ଜଣ, ନବରଙ୍ଗପୁର ବ୍ଲକରୁ 14 ଜଣ, ପାପଡାହାଣ୍ଡି ବ୍ଲକରୁ 12 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁରରେ ପୁଣି ଗୋଟିଏ ଦିନରେ ଶତକ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା
ନବରଙ୍ଗପୁରରେ ପୁଣି ଗୋଟିଏ ଦିନରେ ଶତକ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ସେହିପରି କୋଷାଗୁମୁଡା ବ୍ଲକରୁ 6 ଜଣ, ରାଇଘର ବ୍ଲକରୁ 6, ତେନ୍ତୁଳିଖୁଣ୍ଟି ବ୍ଲକରୁ 4 ଜଣ, ଉମରକୋଟ ପୌରାଞ୍ଚଳରୁ 3 ଜଣ, ଡାବୁଗାଁ ବ୍ଲକରୁ 2 ଜଣ ଏବଂ ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁ ବ୍ଲକରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଜିଲ୍ଲାରେ ସଂକ୍ରମଣ ସଂଖ୍ୟା 3547ରେ ପହଞ୍ଚି ଥିବାବେଳେ, ସେଥିମଧ୍ୟରୁ 2709 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ 812 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ 661 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ମୋଟ କୋରୋନା ପରୀକ୍ଷା ସଂଖ୍ୟା 66037ରେ ପହଞ୍ଚି ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.