ETV Bharat / state

ବାଇକ ସହ ବାଇକ ଧକ୍କା, ମାଡିଗଲା ଟ୍ରକ; ଜଣେ ମୃତ

author img

By

Published : Oct 15, 2019, 9:53 AM IST

ନବରଙ୍ଗପୁର ରାଇଘର-ଉମରକୋଟ ରାଜ୍ୟ ରାଜପଥରେ ସଡ଼କ ଦୁର୍ଘଟଣା । ବାଇକ ସହ ବାଇକ ଧକ୍କା ହେବାରୁ ବାଇକ ଚାଳକଙ୍କ ଉପରେ ମାଡିଗଲା ଟ୍ରକ । ଘଟଣାରେ ଜଣେ ମୃତ, 2 ଆହତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର

ନବରଙ୍ଗପୁର: ରାଇଘର-ଉମରକୋଟ ରାଜ୍ୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାରେ ଜଣେ ମୃତ୍ୟୁ, 2 ଜଣ ଆହତ ହୋଇଛନ୍ତି । ମୃତକ ହେଲେ ରାଇଘର ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ବିଜୟ ମହାପାତ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର

ବିଜୟ ମହାପାତ୍ରଙ୍କ ଘର ରାଇଘର ହୋଇଥିବାବେଳେ ଗତକାଲି ସେ କୌଣସି ଏକ କାମରେ ଉମରକୋଟ ଆସିଥିଲେ । କାମ ସାରି ଘରକୁ ଫେରୁଥିବା ସମୟରେ କୋଟପାରା ନିକଟରୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ପରେ ରାସ୍ତା ମଝିରେ ବିଜୟ ପଡିଯାଇଥିଲେ । ଏହା ଉପରେ ଏକ ଦ୍ରୁତଗାମୀ ଟ୍ରକ ମାଡିଯିବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ଅନ୍ୟ ଏକ ବାଇକରେ ଥିବା ସରଗୁଲି ଡିଏନକେ ଗାଁର ଦାଦା ପୁତୁରାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାର ଖବର ପାଇ ରାଇଘର ପୋଲିସ୍ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:UMERKOTE-: ସଡକ ଦୁର୍ଘଟନା ରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷଙ୍କ ମୃତ୍ୟୁ, ଦୁଇ ଗୁରୁତର ।

ଆଜି ନବରଙ୍ଗପୁର ଜିଲ୍ଲା ରାଇଘର-ଉମରକୋଟ ରାଜ୍ୟ ରାଜପଥ ର କୋଟପାରା ଠାରେ ଏକ ସଡକ ଦୁର୍ଘଟନା ରେ ରାଇଘର ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ଅଧ୍ୟକ୍ଷ୍ୟ ବିଜୟ ମହାପାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ବିଜୟ ମହାପାତ୍ରଙ୍କ ଘର ରାଇଘର ହୋଇଥିବାବେଳେ ସେ କୌଣସି ଏକ କାମରେ ଉମରକୋଟ ଆସିଥିଲେ ଏବଂ କାମ ସାରି ନିଜ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ କୋଟପାରା ନିକଟରେ ବିପରିତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ ମୁହାଁ ମୁହିଁ ଧକା ହୋଇଥିଲା । ଧକା ପରେ ରାସ୍ତା ମଝିରେ ପଡିଯାଇଥିବା ବିଜୟ ମହାପାତ୍ରଙ୍କ ଉପରୁ ଏକ ଦ୍ରୁତଗାମୀ ଟ୍ରକ୍ ଚଡିଯିବାରୁ ଘଟଣା ସ୍ଥଳରେ ବିଜୟଙ୍କ ମୃତ୍ୟୁ ଘଟିଥିଲା । ବିଜୟ ପୂର୍ବରେ ଏସଏଲଏନ ପବ୍ଲିକ୍ ସ୍କୁଲ ର ଅଧ୍ୟକ୍ଷ ଭାବେ କରିଥିବାବେଳେ ବର୍ତ୍ତମାନ ଅରବିନ୍ଦ ଶିକ୍ଷାକେନ୍ଦ୍ର ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ । ଅନ୍ୟ ଏକ ବାଇକ୍ ରେ ଥିବା ସରଗୁଲି ଡିଏନକେ ଗ୍ରାମର ଦାଦା ପୁତୁରାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉମରକୋଟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାର ଖବର ପାଇ ରାଇଘର ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
Tapan kumar bissoyi,nabarangpurBody:Tapan kumar bissoyiConclusion:Nabarangpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.