ନବରଙ୍ଗପୁର: ସଡ଼କ ଦୁର୍ଘଟଣାରେ ସବ ଇନ୍ସପେକ୍ଟରଙ୍କ ମୃତ୍ୟୁ । ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ପୋଲିସ ସବ ଇନ୍ସପେକ୍ଟର ରଞ୍ଜିତ କୁମାର ଭୋଇଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ସହରର ଚାମୁରିଆଗୁଡା ଅଞ୍ଚଳରେ ଏକ ଦୁର୍ଘଟଣାରେ ସେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ତେବେ ସେ କୌଣସି କାମରେ ଯାଉଥିବାବେଳେ ଏକ ଟ୍ରକ ତାଙ୍କ ମଟର ସାଇକେଲକୁ ଧକ୍କା ଦେଇଥିଲା । ଯଦ୍ବାରା ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଛି । କିଛିଦିନ ତଳେ ତାଙ୍କୁ ଢେଙ୍କାନାଳ ଜିଲ୍ଲାକୁ ବଦଳି କରାଯାଇଥିଲା । କିନ୍ତୁ ସେଠାରେ ସେ କାର୍ଯ୍ୟରେ ଯୋଗ ଦେଇନଥିଲେ । ତାଙ୍କ ମୃତ୍ୟୁରେ ପୋଲିସ ବିଭାଗ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କୁ ତାଙ୍କ ପୈତୃକ ଗ୍ରାମ ଅନୁଗୋଳକୁ ପଠାଯିବ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ