ETV Bharat / state

ଦଲାଲ ସାଜିଲା ପରିବାର, 3ଲକ୍ଷ ପାଇଁ ନାବାଳିକାଙ୍କୁ ହରିୟାଣାରେ ବିକ୍ରୀ - ହରିୟାଣାରେ ନାବାଳିକା ବିକ୍ରି

ନିଜ ପରିବାର ବିରୋଧରେ ଯୁବତୀଙ୍କ ସାଙ୍ଘାତିକ ଅଭିଯୋଗ । ପରିବାର ଲୋକେ ତିନି ଲକ୍ଷ ଟଙ୍କାରେ ହରିୟାଣାରେ ତାଙ୍କୁ ବିକ୍ରୀ କରିଦେଇଥିବା ନେଇ ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ..

ଦଲାଲ ସାଜିଲା ପରିବାର, 3ଲକ୍ଷ ପାଇଁ  ନାବାଳିକାଙ୍କୁ ହରିୟାଣାରେ ବିକ୍ରୀ
ଦଲାଲ ସାଜିଲା ପରିବାର, 3ଲକ୍ଷ ପାଇଁ ନାବାଳିକାଙ୍କୁ ହରିୟାଣାରେ ବିକ୍ରୀ
author img

By

Published : Jan 11, 2020, 3:16 AM IST

ନବରଙ୍ଗପୁର: ପରିବାର ଲୋକ ସାଜିଲେ ଦଲାଲ । ୩ ଲକ୍ଷ ଟଙ୍କାରେ ସୁଦୂର ହରିୟାଣାରେ ଘର ଲୋକେ ବିକ୍ରୀ କରିଥିବା ଅଭିଯୋଗ ଆଣିଲେ ନାବାଳିକା ।

ଦଲାଲ ସାଜିଲା ପରିବାର, 3ଲକ୍ଷ ପାଇଁ ନାବାଳିକାଙ୍କୁ ହରିୟାଣାରେ ବିକ୍ରୀ

ଯୁବତୀ ହରିୟାଣାରେ ଦୀର୍ଘ ଛଅ ମାସ ଧରି ନିର୍ଯ୍ୟାତିତ ହେବା ପରେ ନବରଙ୍ଗପୁର ପ୍ରଶାସନ ନିକଟରେ ଗ୍ରାମର ଜଣେ ସ୍ବେଚ୍ଛାସେବୀଙ୍କଠାରୁ ଖବର ପାଇଁ ପ୍ରଶାସନ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରି ସୁଧାର ଗୃହରେ ରଖିଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ଗ୍ରାମର ନାବାଳିକାଙ୍କ ନିଜ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ମାନବ ଚାଲାଣ ରାକେଟ ସକ୍ରିୟ ଥିବା ନେଇ ଗୁମର ଫିଟିଛି ।

ଝିଅଙ୍କ ବୟାନ ଅନୁସାରେ ଗତ କିଛି ମାସ ପୂର୍ବେ ନିଜ ମାଆ, ବାପା, ଭଉଣୀ, ଜ୍ବାଇଁ ଅନ୍ୟ କିଛି ପାରିବାରିକ ସମ୍ପର୍କୀୟଙ୍କ ସହ ମିଶି ତାଙ୍କୁ ହରିୟାଣାର ଏକ ଯୁବକ ସହିତ ବିବାହ କରିବାକୁ ଜିଦ୍ କରିଥିଲେ ।

ତେବେ ହରିୟାଣାରେ ସେହି ଯୁବକଙ୍କର ପ୍ରଚୁର ସମ୍ପତ୍ତି,ସହ ଭଲ ରଜଗାର ଥିବା ନେଇ ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖାଇ ପରିବାର ଲୋକଙ୍କ ଝିଅକୁ ସେହି ଯୁବକ ସହିତ ବିବାହ କରିବାକୁ ଜିଦ୍ ଧରିଥିଲେ । ପରିବାର ଲୋକଙ୍କ କଥାରେ ଯୁବତୀ ରାଜି ନହେବାରୁ ତାକୁ ପ୍ରବଳ ମାଡ଼ ମାରିବା ସହିତ ତାକୁ ଛୁରା ଦେଖାଇ ସେହି ଯୁବକ ସହିତ ସୁଦୂର ହରିୟାଣାକୁ ପଠାଇ ଦେଇଥିଲେ । ତେବେ ହରିୟାଣା ଯିବାପରେ ଯୁବତୀଙ୍କୁ ସେହି ଯୁବକ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେଇଥିଲେ । ଝିଅ ତାକୁ ଛାଡି ଦେବାପାଇଁ ଗୁହାରି କରିବା ପରେ ଝିଅକୁ ତା ପରିବାର ଲୋକଙ୍କୁ ତିନି ଲକ୍ଷ ଟଙ୍କା ଦେଇ କିଣିଥିବା ନେଇ ପ୍ରକାଶ କରିବା ସହ ସେହି ତିନି ଲକ୍ଷ ଟଙ୍କା ଫେରସ୍ତ କରି ଚାଲିଯିବାକୁ କହିଥିଲେ ।

ଝିଅ ତିନି ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିବା ନେଇ ନିଜ ପରିବାର ଲୋକଙ୍କୁ ଫୋନ ଦ୍ବାରା ବୁଝିବା ପରେ ପରିବାର ଲୋକେ ତା କଥାକୁ କର୍ଣ୍ଣପାତ ନକରିବାରୁ ସେ ଗ୍ରାମର ଜଣେ ବ୍ୟକ୍ତିଙ୍କ ସାହାଯ୍ୟ ନେଇ ନବରଙ୍ଗପୁର ଏସପିଙ୍କୁ ଘଟଣା ବାବଦରେ ଜଣାଇଥିଲେ ।

ପରେ ନବରଙ୍ଗପୁର ପୋଲିସ ଓ ହରିୟାଣା ପୋଲିସ ଦ୍ବାରା ଯୁବତୀ ଉଦ୍ଧାର ହୋଇଥିବା ନେଇ ପ୍ରକାଶ କରିଛନ୍ତି । ଯୁବତୀ ନିଜ ପରିବାର ଲୋକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ଅପରପକ୍ଷରେ ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଯୁବତୀ ମିଥ୍ୟା ଅଭିଯୋଗ ଆଣିଥିବା ନେଇ ଯୁବତୀଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି ।

ଯୁବତୀକୁ ହରିୟାଣାରୁ ଉଦ୍ଧାର କରିବା ପରେ ନବରଙ୍ଗପୁର ସୁଧାର ଗୃହରେ ରଖାଯାଇ ତାହାର ଯତ୍ନ ନୂଆଯାଉଥିବା ସହ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ତାକୁ ଚାକିରି ଯୋଗାଇଦେବାପାଇଁ ପ୍ରଶାସନ ଦ୍ବାରା ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ପରିବାର ଲୋକଙ୍କ ଦ୍ୱାରା ବିକ୍ରି ହୋଇଥିବା ଯୁବତୀ ହରିୟାଣା ରୁ ଉଦ୍ଧାର
ଫର୍ମାଟ - ଏଭିଓ,
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------
ଆଙ୍କର - ପରିବାର ଲୋକ ହିଁ ସାଜିଲେ ଦଲାଲ । ୩ ଲକ୍ଷ ଟଙ୍କା ରେ ସୁଦୂର ହରିୟାଣା ରେଘରର ଲୋକେ ବିକ୍ରି କରିଥିବା ଅଭିଯୋଗ ଆଣିଲେ ଯୁବତୀ । ଯୁବତୀ ହରିୟାଣା ରେ ଦୀର୍ଘ ଛଅ ମାସ ଧରି ନିର୍ଯ୍ୟାତିତ ହେବା ପରେ ନବରଙ୍ଗପୁର ପ୍ରଶାସନ ନିକଟରେ ଗ୍ରାମର ଜଣେ ସ୍ୱେଚ୍ଛାସେବୀ ଙ୍କ ଦ୍ଵାରା ଜଣାଇବା ପରେ ପ୍ରଶାସନ ଉଦ୍ଧାର କରି ସୁଧାର ଗୃହରେ ରଖିଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ଗ୍ରାମର ଯୁବତୀ ଙ୍କ ନିଜ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ମାନବ ଚାଲାଣ ରାକେଟ ସକ୍ରିୟ ଥିବା ନେଇ ଗୁମର ଫିଟିଛି ।
ନିଜ ପରିବାର ବିରୋଧରେ ଯୁବତୀ ଙ୍କ ସାଙ୍ଘାତିକ ଅଭିଯୋଗ । ନିଜ ପରିବାର ଲୋକେ ତିନି ଲକ୍ଷ ଟଙ୍କାରେ ହରିୟାଣା ରେ ତାକୁ ବିକ୍ରି କରିଦେଇଥିବା ନେଇ ଆଣିଲେ ଅଭିଯୋଗ । ଝିଅ ଙ୍କ ବୟାନ ଅନୁସାରେ ଗତ କିଛି ମାସ ପୂର୍ବେ ନିଜ ମା, ବାପା, ଭଉଣୀ, ଜ୍ୱାଇଁ ଅନ୍ୟ କିଛି ପାରିବାରିକ ସମ୍ପର୍କୀୟ ଙ୍କ ସହ ମିଶି ତାକୁ ହରିୟାଣା ର ଏକ ଯୁବକ ସହିତ ବିବାହ କରିବାକୁ ଜିଦ କରିଥିଲେ । ହରିୟାଣା ରେ ସେହି ଲୋକର ପ୍ରଚୁର ସମ୍ପତ୍ତି,ସହ ଭଲ ରଜଗାର ଥିବା ନେଇ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖାଇ ପରିବାର ଲୋକଙ୍କ ଝିଅ କୁ ସେହି ଯୁବକ ସହିତ ବିବାହ କରିବାକୁ ଜିଦ ଧରିଥିଲେ । ପରିବାର ଲୋକଙ୍କ କଥାରେ ଯୁବତୀ ରାଜି ନ ହେବାରୁ ତାକୁ ପ୍ରବଳ ମାଡ଼ ମାରିବା ସହିତ ତାକୁ ଛୁରା ଦେଖାଇ ସେହି ଯୁବକ ସହିତ ସୁଦୂର ହରିୟାଣା କୁ ପଠାଇ ଦେଇଥିଲେ । ତେବେ ହରିୟାଣା ଯିବାପରେ ଯୁବତୀ ଙ୍କୁ ସେହି ଯୁବକ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେଇଥିଲେ । ଝିଅ ତାକୁ ଛାଡି ଦେବାପାଇଁ ଗୁହାରି କରିବା ପରେ ଝିଅ କୁ ତା ପରିବାର ଲୋକଙ୍କୁ ତିନି ଲକ୍ଷ ଟଙ୍କା ଦେଇ କିଣି ଥିବା ନେଇ ପ୍ରକାଶ କରିବା ସହିତ ଯଦି ସେ ସେହି ତିନି ଲକ୍ଷ ଟଙ୍କା ଦେଇ ଚାଲିଯିବା ପାଇଁ କହିଥିଲେ । ଝିଅ ତିନି ଲକ୍ଷ ଟଙ୍କା ରେ ବିକ୍ରି କରି ଦେଇଥିବା ନେଇ ନିଜ ପରିବାର ଲୋକଙ୍କୁ ଫୋନ ଦ୍ୱାରା ବୁଝିବା ପରେ ପରିବାର ଲୋକେ ତା କଥା କୁ କର୍ଣ୍ଣପାତ ନ କରିବାରୁ ସେ ଗ୍ରାମର ଜଣେ ପାସ୍ଟର ର ସାହାଯ୍ୟ ନେଇ ନବରଙ୍ଗପୁର ଏସପି ଙ୍କୁ ଘଟଣା ବାବଦରେ ଜଣାଇବା ପରେ ନବରଙ୍ଗପୁର ପୋଲିସ ଓ ହରିୟାଣା ପୋଲିସ ଦ୍ୱାରା ଯୁବତୀ ଉଦ୍ଧାର ହୋଇଥିବା ନେଇ ପ୍ରକାଶ କରିଛନ୍ତି । ଏବଂ ନିଜ ପରିବାର ଲୋକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ଅପରପକ୍ଷରେ ଯୁବତୀ ଙ୍କ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ପରିବାର ଲୋକେ ତାଙ୍କ ବିରୋଧ ରେ ଯୁବତୀ ମିଥ୍ୟା ଅଭିଯୋଗ ଆଣିଥିବା ନେଇ ଯୁବତୀ ଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି । ଏବଂ ସେହି ଯୁବକ ବିଷୟରେ ସମ୍ପୂର୍ଣ୍ଣ ଅବଗତ ହେବାପରେ ହିଁ ନିଜ ଝିଅ ସହ ସେହୁ ଯୁବକ ସହିତ ବିବାହ କରିଥିବା ନେଇ ପ୍ରକାଶ କରିଛନ୍ତି ଯୁବତୀ ଙ୍କ ମା । ଯୁବତୀ କୁ ହରିୟାଣା ରୁ ଉଦ୍ଧାର କରିବା ପରେ ନବରଙ୍ଗପୁର ସୁଧାର ଗୃହରେ ରଖା ଯାଇ ତାହାର ଯତ୍ନ ନୂଆଯାଉଥିବା ଏବଂ ତା ଶିକ୍ଷାଗତ ଯୋଗ୍ୟତା ଅନୁସାରେ ତାକୁ ଚାକିରି ଯୋଗାଇଦେବାପାଇଁ ପ୍ରଶାସନ ଦ୍ୱାରା ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି ।Body:Tapan kumar bissoyi Conclusion:Nabarangpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.