ETV Bharat / state

ଅଲୋଡା ଶିଶୁ, ବୁଦାମୂଳରୁ ନବଜାତକ ଉଦ୍ଧାର - ନବରଙ୍ଗପୁରରେ ଅଲୋଡା ଶିଶୁ

ହଜିଗଲା ମାନବିକତା, ତାଚ୍ଛଲ୍ୟ ହେଲା ମାଆର ମମତା । ଜନ୍ମ ଦେବାପରେ ନିଜ ଶିଶୁପୁତ୍ରକୁ ରାସ୍ତାରେ ଛାଡ଼ି ଚାଲିଗଲା । ଅଧିକ ପଢ଼ନ୍ତୁ

new born baby found near forest in nabarangpur
ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର
author img

By

Published : Jun 1, 2022, 7:12 AM IST

Updated : Jun 1, 2022, 7:37 AM IST

ନବରଙ୍ଗପୁର: ହଜିଗଲା ମାନବିକତା । ଜନ୍ମ ଦେବାପରେ ନିଜ ଶିଶୁପୁତ୍ରକୁ ରାସ୍ତାରେ ଛାଡ଼ି ଚାଲିଗଲା । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାଇଗାଁ ଗ୍ରାମରେ । ନିକଟସ୍ଥ ଗ୍ରାମର ଜଣେ ମହିଳା ଶିଶୁଟିକୁ ଉଦ୍ଧାର କରି ନିଜ ପାଖରେ ରଖିଥିବା ସୂଚନା ମିଳିଛି ।

ଅଲୋଡା ଶିଶୁ, ବୁଦାମୂଳରୁ ନବଜାତକ ଉଦ୍ଧାର

ଘଟଣା ଅନୁଯାୟୀ ଡାବୁଗାଁ ବ୍ଲକ ଅନ୍ତର୍ଗତ ବାଇଗାଁ ସରକାରୀ ଆଶ୍ରମ ସ୍କୁଲ ପାର୍ଶ୍ଵରେ କେହି ଜଣେ ନବଜାତ ଶିଶୁପୁତ୍ରକୁ ଏକ ଲଟା ବୁଦାନ ନିକଟରେ ଛାଡି ଚାଲି ଯାଇଥିଲା । ଜଣେ ମହିଳା ନିର୍ଜନ ସ୍ଥାନରେ ଶିଶୁଟି କାନ୍ଦୁଥିବାର ଦେଖିବାକୁ ପାଇଲେ । ନବଜାତ ଶିଶୁ ଉପରେ ପିମ୍ପୁଡ଼ି ବେଡି ଯାଇଥିଲେ ଏବଂ କେତେକ ସ୍ଥାନରେ କ୍ଷତ ମଧ୍ୟ ହୋଇଥିଲା । ଉକ୍ତ ମହିଳା ଜଣକ ଲଟା ବୁଦା ମଧ୍ୟରୁ ଶିଶୁକୁ ଉଦ୍ଧାର କରି ବାଇଗାଁ ନିକଟ ଦାଢ଼ିଆ ଗୁଡ଼ା ଗ୍ରାମରେ ନିଜ ସମ୍ପର୍କୀୟ ଘରେ ରଖି ତାର ଯତ୍ନ ନେଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Jun 1, 2022, 7:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.