ETV Bharat / state

ପଥର କୁଆଁରୀ ଅଭିଯୋଗକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କମିଟିଙ୍କ ତଦନ୍ତ

author img

By

Published : Jun 9, 2020, 5:17 AM IST

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ତହସିଲ ଅନ୍ତର୍ଗତ ଉସିଗାଁ ଠାରେ ଥିବା ଏକ ପଥର କୁଆରୀ ଓ କ୍ରସର ବେଆଇନ ବୋଲି ଅଭିଯୋଗ ହୋଇଛି ।

national-green-tribunal-is-investigating-the-allegations
ପଥର କୁଆଁରୀ ଅଭିଯୋଗକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କମିଟିଙ୍କ ତଦନ୍ତ

ନବରଙ୍ଗପୁର: ଜିଲ୍ଲା ପାପଡାହାଣ୍ଡି ତହସିଲ ଅନ୍ତର୍ଗତ ଉସିଗାଁ ଠାରେ ଥିବା ଏକ ପଥର କୁଆରୀ ଓ କ୍ରସର ବେଆଇନ ବୋଲି ଅଭିଯୋଗ କରି ରାଜେନ୍ଦ୍ର କୋଚିମ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଆଜି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁସାରେ ରାୟଗଡା ଠାରେ ଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣର ଏକ ଟିମ ଗଠନକରି ଅନୁଧ୍ୟାନ ଓ ତଦନ୍ତ କରିଛନ୍ତି ।

ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ, ଏବଂ ପାପଡାହାଣ୍ଡି ତହସିଲଦାରଙ୍କୁ ନେଇ ଗଠିତ ଏହି ଟିମ ଅଭିଯୋଗ ହୋଇଥିବା ପଥର କୁଆଁରୀ ଓ କ୍ରସରକୁ ଯାଇ ତଦନ୍ତ କରିଛନ୍ତି । ଅଭିଯୋଗ ପ୍ରକାରରେ ଯେଉଁ ଯେଉଁ ବିଷୟ ରହିଛି ତାହା ଉପରେ ତଦନ୍ତ କରିଛନ୍ତି । ପଥର କୁଆଁରୀ ଓ କ୍ରସର ସ୍ଥାନରେ ଘରୋଇ ସ୍ଥିତି ଜମି ରହିଥିବା ବେଳେ କ୍ରସରରୁ ବାହାରୁ ଥିବା ପାଣି ଜମିକୁ ମାଡୁଥିବା ସହ ଜମିରେ ପଥର ଗୁଣ୍ଡ ପଡି ପୋତି ହେଉଯାଉଥିବାରୁ ଚାଷ ହେଉନଥିବା ଏବଂ ଗାଁ ଠାରୁ ୫୦୦ ମିଟର ଦୂରରେ ରହିବା ଉଚିତ । କିନ୍ତୁ ତାହା ନିୟମ ଉଲ୍ଲଘଂନ କରା ହୋଇଥିବା ଅଭିଯୋଗ ରହିଛି । ମାଓ ଅଧ୍ୟୁଷିତ ଅଞ୍ଚଳରେ ବ୍ଲାଷ୍ଟିଙ୍ଗ ପାଇଁ ଅନୁମତି ନ ଥିବା ବେଳେ ଗତ ୩ ତାରିଖ ଦିନ ଦୁଇ ଥର ବ୍ଲାଷ୍ଟିଙ୍ଗ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ କମିଟିରେ ଥିବା ସଦସ୍ୟ ମାନେ କହିଛନ୍ତି ଏହି ସ୍ଥାନକୁ ଦୁଇ ତିନି ଥର ଗସ୍ତ କରି ଏହାର ତଦନ୍ତ କରିସାରିବା ପରେ ସବୁ ତଥ୍ୟ ସଠିକ ଭାବେ ମିଳିପାରିବ ବୋଲି କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.