ETV Bharat / state

ଲୋକଙ୍କ ସମସ୍ୟା ବୁଝିବା ପାଇଁ 4 କିମି ପାହାଡ ଚଢି ପହଞ୍ଚିଲେ ନନ୍ଦାହାଣ୍ଡି ବିଡିଓ - ୪ କିମି ପାହାଡ଼ ଚଢ଼ି ପୁଟଘର ଗାଁରେ ପହଞ୍ଚିଲେ ବିଡିଓ

ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲା ନନ୍ଦ।ହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ । ୪ କିମି ପାହାଡ଼ ଚଢ଼ି ଅପହଞ୍ଚ ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ । ସମସ୍ୟାର ସମାଧାନ ଶୀଘ୍ର କରିବା ନେଇ ଦେଲେ ପ୍ରତିଶୃତି । ଅଧିକ ପଢନ୍ତୁ

୪ କି.ମି. ପାହାଡ଼ ଚଢ଼ି ଲୋକଙ୍କ ସମସ୍ୟା ବୁଝିଲେ ବିଡିଓ

author img

By

Published : Feb 23, 2023, 11:27 AM IST

Updated : Feb 23, 2023, 12:46 PM IST

ପାହାଡ ଚଢିଲେ ନନ୍ଦାହାଣ୍ଡି ବିଡିଓ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକର ବିଚ୍ଛିନ୍ନାଞ୍ଚଳ ଝାଡ଼ବନ୍ଧଗୁଡ଼ା ପଞ୍ଚାୟତର ପୁଟଘର ଗାଁକୁ ସାତ ସପନ ସରକାରୀ ଯୋଜନା । ପାହାଡ଼ ପର୍ବତ ଘେରା ଏହି ଗାଁକୁ ନା ଅଛି ଗମନାଗମନାର ସୁବିଧା, ନା ପାନୀୟ ଜଳ ନା ବିଦ୍ୟୁତ ଯୋଗାଣ ବ୍ୟବସ୍ଥା । ଫଳରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ଯାଏଁ ସେଠାକୁ କୌଣସି ଅଧିକାରୀ, ନେତା ଓ ମନ୍ତ୍ରୀଙ୍କ ଦୃଷ୍ଟିପଡିନାହିଁ । ଏହାରି ମଧ୍ୟରେ ୪ କିମି ପାହାଡ଼ ଚଢ଼ି ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ । ତାହାର ସମାଧାନ ପାଇଁ ମଧ୍ୟ ବିଡିଓ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନା ଅନୁସାରେ ପାହାଡ଼ ଘେରା ରାସ୍ତା ବିହୀନ ଗାଁ ଝାଡ଼ବନ୍ଧଗୁଡ଼ାରେ ରହିଛି ମାତ୍ର ୫ଟି ଘର । ଏଠାରେ ୧୬ ଜଣ ଅଧିବାସୀ ରୁହନ୍ତି । ସରକାରୀ ତାଲିକାରେ ଏହା ରାଜସ୍ବ ଗାଁର ମାନ୍ୟତା ପାଇଥିଲେ ସୁଦ୍ଧା ଏବେ ବି ଆଦିମ ଅଧିବାସୀଙ୍କ ଭଳି ଜୀବନ ଯାପନ କରୁଛନ୍ତି ଏଠାକାର ଲୋକେ । ବଣଜଙ୍ଗଲ ଏବଂ ପାହାଡ଼ ଉପରେ ଥିବାରୁ ହିଂସ୍ରଜନ୍ତୁଙ୍କ ଭୟ ରହିଥାଏ । ହିଂସ୍ରଜନ୍ତୁଙ୍କ ଆକ୍ରମଣରେ ଗ୍ରାମବାସୀ ଆହତ ହୋଇଥିବା ବେଳେ ଅନେକ ଗୃହପାଳିତ ପ୍ରାଣୀଙ୍କର ମୃତ୍ୟୁ ହୋଇଛି ।

ସେହିପରି ରାସ୍ତାଘାଟ ନ ଥିବା ଏବଂ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଗାଁକୁ ବିଦ୍ୟୁତ୍‌ ସଂଯୋଗୀକରଣ ହୋଇପାରୁନାହିଁ । କିଛି ବର୍ଷ ତଳେ ସୋଲାର ଲାଇଟର ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ମରାମତି ଅଭାବରୁ ତାହା ଅଚଳ ହୋଇପଡ଼ିଛି । ପାହାଡ଼ ଉପରେ ଥିବାରୁ ପାଣିର ଅସୁବିଧା ବି ଦେଖାଦେଉଛି। ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସହ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟବାସୀ।

ତେବେ ଲୋକଙ୍କ ସମସ୍ୟା ଜାଣିବାକୁ ନୂତନଭାବେ ଦାୟିତ୍ୱ ନେଇଥିବା ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଏଇଇ ବୁଡ଼େକଙ୍କ ସହିତ ପ୍ରାୟ ୪ କିଲୋମିଟର ପାହାଡ଼ ଚଢ଼ି ପୁଟଘର ଗାଁକୁ ଯାଇଥିଲେ । ଏବଂ ଅତିଶୀଘ୍ର ସୋଲାର ଲାଇଟ ପୁନଃ କାର୍ଯ୍ୟକ୍ଷମ କରିବା, ପାନୀୟଜଳ ସମସ୍ୟାର ସମାଧାନ, ପେନ୍‌ସନ ପାଉ ନ ଥିବା ହିତାଧିକାରୀଙ୍କୁ ପେନ୍‌ସନ ଯୋଗାଇବା ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରାସ୍ତା ନିର୍ମାଣ କରିବାର ପ୍ରତିଶ୍ରୁତି ବିଡିଓ ଦେଇଥିଲେ।

ଏଥିସହ ଆଗାମୀ ଦିନରେ ସରକାରଙ୍କ ଅନ୍ୟ ଯୋଜନା ସବୁ ପହଞ୍ଚାଇବା ପାଇଁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । ଲୋକଙ୍କ ସମସ୍ୟା ସମାଧାନ ଏବଂ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇ ଅଞ୍ଚଳର ବିକାଶ କରିବା ମୋର କର୍ତ୍ତବ୍ୟ ରହିଛି । ଏଣୁ ମୁଁ ଲୋକଙ୍କ ସମସ୍ୟା ସମାଧାନ କରିବା ନେଇ ସମସ୍ତ ପ୍ରଚେଷ୍ଚା କରିବି ବୋଲି ସେ କହିଛନ୍ତି । ତେବେ ଏହିଭଳି ଏକ ଦୁର୍ଗମ ଅପହଞ୍ଚ ଗାଁକୁ ଯାଇ ନିଜର କର୍ତ୍ତବ୍ୟ ପରିଚାଳନା କରିଥିବାରୁ ଲୋକେ ବିଡିଓଙ୍କ ପ୍ରଶଂସା କରିଛନ୍ତି।

ଇଟିଭି ଭାରତ, ନବରଙ୍ଗପୁର

Last Updated : Feb 23, 2023, 12:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.