ETV Bharat / state

ନନ୍ଦାହାଣ୍ଡି ବିଡ଼ିଓଙ୍କ ବଦାନ୍ୟତା, ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ ପହଞ୍ଚାଇଲେ

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ରାସ୍ତାରେ ଦୁର୍ଘଟଣା ଘଟିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡିରେ ମେଡିକାଲ ପହଞ୍ଚାଇଲେ ବିଡିଓ । ଅଧିକ ପଢନ୍ତୁ

ବିଡ଼ିଓଙ୍କ ବଦାନ୍ୟତା
ବିଡ଼ିଓଙ୍କ ବଦାନ୍ୟତା
author img

By

Published : Apr 4, 2023, 1:01 PM IST

Updated : Apr 6, 2023, 2:02 PM IST

ବିଡ଼ିଓଙ୍କ ବଦାନ୍ୟତା

ନବରଙ୍ଗପୁର: ମାନବିକତା ଦେଖାଇଲେ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ରାସ୍ତାରେ ଦୁର୍ଘଟଣା ଘଟିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡିରେ ମେଡିକାଲ ପହଞ୍ଚାଇଲେ ବିଡିଓ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ । ତେବେ ଡଙ୍ଗର ଭେଜା ଓ ଦହଣା ଗ୍ରାମର ମଝିରେ ଥିବା ଇଲେକ୍ଟ୍ରି ସବଷ୍ଟେସନ ପାଖରେ ଥିବା ମୁଖ୍ୟ ରାସ୍ତାରେ ଦୃତ ଗତିରେ ଯାଉଥିବାବେଳେ ଏକ ବାଇକ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିଲା ।

ସେହି ରାସ୍ତା ଦେଇ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡ଼ି ଦ୍ବାରା ନିକଟସ୍ଥ ଡଙ୍ଗର ଭେଜା CHCକୁ ନେଇଥିଲେ । ତେବେ ଦୁର୍ଘଟଣାରେ ଆହତ ବ୍ୟକ୍ତି ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ କୁର୍ଲୁଘାଟି ଗ୍ରାମର ସୁଶାନ୍ତ ନାଗଙ୍କ ପୁଅ ୨୫ ବର୍ଷୀୟ ପୁଅ ସିଦ୍ଧାନ୍ତ କୁମାର ନାଗ ।

ଅନ୍ୟପଟେ ଡାକ୍ତର ଦୁର୍ଘଟଣା ବ୍ୟକ୍ତିଙ୍କ ଦେହ ସଙ୍କଟାପନ୍ନ ହେବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଙ୍ଗେ ସଙ୍ଗେ ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମଧ୍ୟ ସିଦ୍ଧାନ୍ତକୁ କୋରାପୁଟ ରେଫର କରାଯାଇଥିଲା । ସେହିପରି କୋରାପୁଟରୁ ବିଶାଖାପାଟଣା ନେବା ସମୟରେ ରାସ୍ତାରେ ସିଦ୍ଧାନ୍ତଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ଜଣାପଡିଛି । ଏନେଇ କୋରାପୁଟ ପୋଲିସ ଦ୍ବାରା ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତ ବ୍ୟକ୍ତିଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

ସୂଚନା ଥାଉକି, ଏହା ପୂର୍ବରୁ ପାହାଡ ଚଢି ଲୋକଙ୍କ ଦୁଃଖ ଶୁଣିବା ପାଇଁ ଗାଁରେ ପହଞ୍ଚିଥିଲେ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ବ୍ଲକର ବିଚ୍ଛିନ୍ନାଞ୍ଚଳ ଝାଡ଼ବନ୍ଧଗୁଡ଼ା ପଞ୍ଚାୟତର ପୁଟଘର ଗାଁ ରହିଛି । ଯେଉଁ ଗାଁଟି ପାହାଡ ଜଙ୍ଗଲ ଘେରି ରହିଛି । ଏଠି ସରକାରୀ ଯୋଜନା ସାତସପନ । ଏହି ଗାଁରେ 16 ଜଣ ଲୋକ ବସବାସ କରନ୍ତି । ନାନାଦି ଅସୁବିଧାର ସମ୍ମୁଖିନ ହେଉଥିବା ଏହି ଗାଁରେ ନେତା ମନ୍ତ୍ରୀଙ୍କ ପାଦ ପଡେ ନାହିଁ । ତେବେ ଲୋକଙ୍କ ସମସ୍ୟା ଜାଣିବାକୁ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଏଇଇ ବୁଡ଼େକଙ୍କ ସହିତ ପ୍ରାୟ ୪ କିଲୋମିଟର ପାହାଡ଼ ଚଢ଼ି ପୁଟଘର ଗାଁକୁ ଯାଇଥିଲେ । ଏବଂ ଗାଁ ଲୋକଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଯାହା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Apr 6, 2023, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.