ETV Bharat / state

3 କିମି ଭାରାରେ ବୁହା ହେଲେ ଗର୍ଭବତୀ, ଅଧାବାଟରେ ଜନ୍ମ ନେଲା ଶିଶୁକନ୍ୟା - nabrangpur women gives birth to child on road

ନବରଙ୍ଗପୁରରେ ପୁଣି ଭାରାରେ ବୁହାହେଲେ ଗର୍ଭବତୀ । ରାସ୍ତା ନଥିବାରୁ 3 କିମି ଭାରରେ ନେବାବେଳେ ରାସ୍ତା ମଝିରେ ଜନ୍ମ ନେଲା ଶିଶୁ କନ୍ୟା ।

3 କିମି ଭାରାରେ ବୁହା ହେଲେ ଗର୍ଭବତୀ, ଅଧାବଟାରେ ଜନ୍ମ ନେଲା ଶିଶୁକନ୍ୟା

author img

By

Published : Oct 21, 2020, 1:25 PM IST

ନବରଙ୍ଗପୁର: ପୁଣି ଭାରାରେ ବୁହାହେଲେ ଗର୍ଭବତୀ । ରାସ୍ତା ନଥିବାରୁ 3 କିମି ଭାରରେ ନେବାବେଳେ ରାସ୍ତା ମଝିରେ ଜନ୍ମ ନେଲା ଶିଶୁ କନ୍ୟା । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ପଞ୍ଚାୟତ କୋଟେନପାନୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

3 କିମି ଭାରାରେ ବୁହା ହେଲେ ଗର୍ଭବତୀ, ଅଧାବଟାରେ ଜନ୍ମ ନେଲା ଶିଶୁକନ୍ୟା

ସୂଚନାନୁସାରେ, କୋଟେନଚୂଆଁ ଗ୍ରାମର ଲକ୍ଷିଧର ସାନ୍ତାଙ୍କ ସ୍ତ୍ରୀ ବିଜୟା ସାନ୍ତା (୨୨) ଙ୍କୁ ପ୍ରସବ ବେଦନା ଆରମ୍ଭ ହେବାରୁ ଗ୍ରାମର ଆଶା କର୍ମୀଙ୍କୁ ପରିବାର ଲୋକେ ଖବର ଦେଇଥିଲେ । ସେ ତୁରନ୍ତ 108 ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ଭୁଲାନ୍ସ ଗାଁକୁ ଯାଇ ନପାରି ୩ କିମି ଦୂର ହାତୀବାଡି ମୁଖ୍ୟ ରାସ୍ତା ପାଖରେ ଅଟକି ରହିଥିଲା । ଫଳରେ ଗାଁ ଲୋକେ ଆମ୍ବୁଲାନ୍ସ ନିକଟକୁ ଭାରାରେ ବୋହି ନେବା ସମୟରେ ହିଁ ବାଟରେ ଶିଶୁ କନ୍ୟା ଜନ୍ମ ହୋଇଥିଲା ।

ଡାକ୍ତର ସନ୍ତୋଷ ପ୍ରଧାନ ଗର୍ଭବତୀ ମା ଏବଂ ଝିଅର ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । କୋଟେନ ପାଣି ଗ୍ରାମ ଝରିଗାଁ ବ୍ଲକ ସଦର କୁ ୧୦ କି ମି ହୋଇଥିବା ବେଲେ ମୁଖ୍ୟ ରାସ୍ତା ଠାରୁ ୩ କିମି ତଥାପି ଗ୍ରାମକୁ ରାସ୍ତା ନିର୍ମାଣ ଦିଗରେ ପ୍ରଶାସନର କୌଣସି ଦୃଷ୍ଟି ପଡୁନାହିଁ । ଫଳରେ ଏଭଳି ଜନନୀ ଯନ୍ତ୍ରଣା ଦେଖାଦେବା ଏକ ପରିତାପର ବିଷୟ ବୋଲି ଏଠାରେ ଚର୍ଚ୍ଚା ଜୋର ଧରିଛି । ଏଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ଵତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.